ଦେଶ ବିଦେଶ

ଆମେରିକାରେ ଭାରତୀୟ ଛାତ୍ରୀ ନିଖୋଜ: ସୂଚନା ପାଇଁ ୧୦,୦୦୦ ଡଲାର୍‌ ପୁରସ୍କାର ଘୋଷଣା କଲା ‘ଏଫ୍‌ବିଆଇ’

ନ୍ୟୁୟର୍କ: ୪ ବ‌ର୍ଷ ପୂର୍ବେ ଆମେରିକାର ନ୍ୟୁଜର୍ସିରୁ ନିରୁଦ୍ଦି‌ଷ୍ଟ ହୋଇଯାଇଥିବା ଜଣେ ୨୯ ବର୍ଷୀୟ ଭାରତୀୟ ଛାତ୍ରୀଙ୍କ ସନ୍ଧାନ ଦେଲେ ୧୦,୦୦୦ ଡଲାର୍‌ ପର୍ଯ୍ୟନ୍ତ ପୁରସ୍କାର ମିଳିବ ବୋଲି ‘ଏଫ୍‌ବିଆଇ’ ଘୋଷଣା କରିଛି।

ଗୋଟାଏ ରଙ୍ଗିନ ପାଇଜାମା ଓ କଳା ଟି-ସାର୍ଟ ପିନ୍ଧି ୨୦୧୯ ଏପ୍ରିଲ୍‌ ୨୯ ତାରିଖ ସନ୍ଧ୍ୟା ବେଳେ ମୟୂଶୀ ଭଗତ ଜର୍ସି ସହରରେ ଥିବା ଆପାର୍ଟମେଣ୍ଟ୍‌ରୁ ବାହାରକୁ ଯାଉଥିବା ଦେଖାଯାଇଥିଲା। ସେ ନିଖୋଜ ହୋଇଯିବା କଥା ୨୦୧୯ ମେ ୧ ତାରିଖରେ ତାଙ୍କ ପରିବାର ଲୋକେ ରିପୋର୍ଟ କରିଥିଲେ।

Image Courtesy of NDTV

ଭଗତ ନିଖୋଜ ହେବାର ରହସ୍ୟ ଉଦ୍‌ଘାଟନ କରିବା ନିମନ୍ତେ ‘ଏଫ୍‌ବିଆଇ ନେୱାର୍କ ଫିଲଡ୍‌ ଅଫିସ୍‌’ ଓ ‘ଜର୍ସି ସିଟି ପୋଲିସ୍‌ ଡିପାର୍ଟମେଣ୍ଟ୍‌’ ସର୍ବସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ତାଙ୍କର ଅବସ୍ଥିତି ଅଥବା ଉଦ୍ଧାର ସଂକ୍ରାନ୍ତ ସୂଚନା ପାଇଁ ‘ଏଫ୍‌ବିଆଇ’ ୧୦,୦୦୦ ପର୍ଯ୍ୟନ୍ତ ଆମେରିକୀୟ ଡଲାର୍‌ ପୁରସ୍କାର ଘୋଷଣା କରିଛି।

Image Courtesy of Times of India

ଗତବର୍ଷ ଜୁଲାଇ ମାସରେ ‘ଏଫ୍‌ବିଆଇ’ ଭଗତଙ୍କ ନାଁ ‘ନିରୁଦ୍ଦିଷ୍ଟ ବ୍ୟକ୍ତି’ ତାଲିକାଭୁକ୍ତ କରି ତାଙ୍କ ବିଷୟରେ ସୂଚନା ପାଇବା ଲାଗି ପୁଲିସ ସହାୟତା ଲୋଡ଼ିଥିଲା।

୧୯୯୪ ଜୁଲାଇରେ ଜନ୍ମିତା ଭଗତ ‘ଏଫ୍‌୧ ଛାତ୍ର ଭିସା’ଦ୍ବାରା ଆମେରିକାରେ ରହି ‘ନ୍ୟୁୟର୍କ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’ରେ ଅଧ୍ୟୟନ କରୁଥିଲେ। ସେ ଇଂରାଜୀ, ହିନ୍ଦୀ ଓ ଉର୍ଦ୍ଦୁ ଭାଷା କହିପାରନ୍ତି ବୋଲି ନ୍ୟୁଜର୍ସିର ସାଉଥ୍‌ ପ୍ଲେନ୍‌ଫିଲ୍‌ଡ୍‌ରେ ଥିବା ତାଙ୍କର ବନ୍ଧୁମାନେ କହିଛନ୍ତି। ତାଙ୍କର ଉଚ୍ଚତା ୫ ଫୁଟ୍‌ ୧୦ ଇଞ୍ଚ୍‌। କେଶ କଳା ଓ ଆଖି ବାଦାମୀ ରଙ୍ଗର।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ