ଅପରାଧ ରାଜ୍ୟ

ଘରେ ପଶି ଯୁବକଙ୍କୁ ବୀଭତ୍ସ ହତ୍ୟା: କାରଣ ଅସ୍ପଷ୍ଟ, ଥାନାରେ ଜଣେ ଅଟକ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଦେଢ଼ଗାଁରେ ଘରେ ପଶି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘରେ ପଶି ଯୁବକଙ୍କୁ ନିର୍ମମ ଭାବେ ଯୁବକଙ୍କୁ ହତ୍ୟା କରାଯାଇଛି। ଏଭଳି ଏକ ଘଟଣା ଘଟିଛି ବିଳମ୍ବିତ ରାତି ସିନ୍ଧେକେଲା ଥାନା ଦେଢ଼ଗାଁ ରେ। ମୃତକ ହେଉଛନ୍ତି ରୂଖାଡ଼ ଥପା। ରାତି ପ୍ରାୟ ୧୦ଟା ସମୟରେ କିଛି ଲୋକ ଆସି ରୂଖାଡ଼ଙ୍କ ଘରକୁ ପଶି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସିନ୍ଧେକେଲା ପୁଲିସ ଘଟଣାର ଖବର ପାଇଁ ଶଵ ଜବତ କରିଥିବା ବେଳେ ଜଣକୁ ଥାନାରେ ରଖି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ। ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

ଆଉ କିଛି ସମୟ ପରେ ଟିଟିଲାଗଡ଼ରେ ଶବ ବ୍ୟବଚ୍ଛେଦ ହେବା। ପରେ ବଲାଙ୍ଗୀରର ଏକ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବ। ଏଭଳି ଘଟଣା ଘଟିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଛି। ସିନ୍ଧେକେଲା ଥାନା ଏହାର ତଦନ୍ତ କରି ଶୀଘ୍ର ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ହତ୍ୟାକାରୀକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ ଦଳେଇ କହିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।