ରାଜ୍ୟ

୫୯ ଗୋଶାଳାକୁ ୮.୧୧ କୋଟି: ଗୋ ସାଧନ କେନ୍ଦ୍ର ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ବୁଲା ଗାଈଗୋରୁଙ୍କ ଏକମାତ୍ର ନିରାପଦ ଆଶ୍ରୟସ୍ଥଳ ହେଉଛି ଗୋଶାଳା। ରାଜ୍ୟର ୫୯ଟି ପଞ୍ଜିକୃତ ଗୋଶାଳାକୁ ୮ .୧୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଯାହାକି ଗତ ବର୍ଷ ଠାରୁ ଦୁଇ ଗୁଣ। ଅର୍ଥାତ ଗୋଶାଳାର ସହାୟତା ରାଶି ୫ କୋଟିରୁ ୧୦ କୋଟି ଏବଂ ଗୋରୁପିଛା ଖାଦ୍ୟ ଓ ରକ୍ଷଣାବେକ୍ଷଣ ସହାୟତା ରାଶି ୧୬ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଏଥିଯୋଗୁଁ ୧୫ ହଜାରରୁ ଉର୍ଧ୍ବ ବୁଲା ଗାଈଗୋରୁ ଉପକୃତ ହେବ ବୋଲି କହିଛନ୍ତି କୃଷି ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। କୃଷି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ କହନ୍ତି, ଜିଆଖତ ପ୍ରସ୍ତୁତି ନିମନ୍ତେ ଗୋଧନ କେନ୍ଦ୍ର ପ୍ରତିଷ୍ଠା କରି ସେଥିରୁ ଉପାର୍ଜିତ ଅର୍ଥ ଓ ଅନ୍ୟାନ୍ୟ ଦ୍ରବ୍ୟ ବିକ୍ରିକରି ଗୋଶାଳାଗୁଡିକର ଉନ୍ନତି କରାଯାଇ ପାରିବ। ସେଥିପାଇଁ ଗୋଧନ କେନ୍ଦ୍ର ପ୍ରତିଷ୍ଠାକୁ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତି ଗୋଶାଳାରେ ଗୋଧନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଖର୍ଚ୍ଚର ୫୦% ତଥା ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଚଳିତ ବର୍ଷ ଏଥି ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଗୋଶାଳାରେ ଗୋରୁମାନଙ୍କ ଚିକିତ୍ସା ନିମନ୍ତେ ସ୍ଥାନୀୟ ପ୍ରାଣୀ ଚିକିତ୍ସକମାନେ ନିୟମିତ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି, ଗୋଶାଳାରେ ଜିଆଖତ ଉତ୍ପାଦନ ପାଇଁ ଗୋଧନ କେନ୍ଦ୍ର ପ୍ରତିଷ୍ଠା ପାଇଁ ସଚେତନତା କରାଯାଇଛି। ଏହା ଦ୍ୱାରା ଗୋବର ଓ ଗୋମୁତ୍ର ଆଦି ବର୍ଜ୍ୟବସ୍ତୁର ସୁପରିଚାଳନା ହେବ ଓ କୃଷି କାର୍ଯ୍ୟର ବ୍ୟବହାରରେ ଆସିବ। ଚଳିତ ବର୍ଷରେ ପଞ୍ଜିକୃତ ଗୋଶାଳାର ରକ୍ଷଣାବେକ୍ଷଣ ଓ ଗୋରୁମାନଙ୍କ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିରୁ ୯ କୋଟି ଟଙ୍କା ପଞ୍ଜିକୃତ ଗୋଶାଳାଗୁଡିକୁ ସହାୟତା ରାଶି ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିବାବେଳେ ୧ କୋଟି ଟଙ୍କା ଅନୈତିକ ଗୋଚାଲାଣରେ ଜବତ ଓ ଦୁର୍ଘଟଣାଗସ୍ତ ଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯିବ। ଏଥି ସହିତ ରାଜ୍ୟରେ ନୂତନ ଭାବେ ଗୋଶାଳା ପ୍ରତିଷ୍ଠା ପାଇଁ ଆଗ୍ରହୀ ସଂସ୍ଥାଗୁଡିକୁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତାର ବ୍ୟବସ୍ଥା ରହିଛି । ଏଥିରେ ୫୦ ରୁ ୧୫୦ ପର୍ଯ୍ୟନ୍ତ ଅସହାୟ ଗୋରୁଙ୍କ ନିମନ୍ତେ ଆଶ୍ରୟସ୍ଥଳ ନିର୍ମାଣ କରାଯିବ ନୂତନ ଗୋଶଳା ନିର୍ମାଣ ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ଗୋଟି ସଂସ୍ଥାକୁ କାର୍ଯ୍ୟାଦେଶ ପତ୍ର ଦିଆଯାଇଛି। ସେ ବାବଦକୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ରମାଶିଷ ହାଜରା ସ୍ୱାଗତ ଭାଷଣ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।