ରାଜନୀତି ରାଜ୍ୟ

ବିଜେଡିରେ ଉତ୍ସାହ ଭରିଲେ ପାଣ୍ଡିଆନ: ୨୨ର ସଫଳତା ୨୪ରେ ଦୋହରାଇବାକୁ ଆହ୍ବାନ

ବାରିପଦା: ବିରୋଧୀଙ୍କ ବିଷୟରେ ଉଁ କି ଚୁଁ କିଛି କହିଲେନି। ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି କହିଲେ, ଏ ସରକାର ଆପଣମାନଙ୍କର ସରକାର। ଲୋକଙ୍କ ସରକାର। ଆପଣମାନେ ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରିବ। ସମଗ୍ର ଓଡିଶାବାସୀ ନବୀନଙ୍କ ପରିବାର, ବିଜୁ ପରିବାର।

ବାରିପଦା ଛଉ ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ବେଳେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଏଭଳି ବକ୍ତବ୍ୟ ରଖିଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି। ମୟୂରଭଞ୍ଜବାସୀଙ୍କ ସାମଗ୍ରିକ ଉନ୍ନତି ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଆପଣମାନେ ଯେଉଁ ସମସ୍ୟା ବିଷୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରିବେ, ତାହା ସମାଧାନ ହେବ। ଜିଲ୍ଲାରେ ନଦୀବନ୍ଧ ନିର୍ମାଣଠାରୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳ ଓ ମନ୍ଦିର ସୌନ୍ଦର୍ଯ୍ୟୀକରଣ କାମ ଆଗେଇ ଚାଲିଛି। ସ୍କୁଲ୍‌ ଓ କଲେଜରେ ୫-ଟି ରୂପାନ୍ତର କାମ ଜାରି ରହିଛି। ଖୁସିର କଥା ହେଲା, ଆସନ୍ତା ଫେବ୍ରୁଆରି ମାସ ଶେଷ ଆଡ଼କୁ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହେବ। ମହିଳା ଓ କଲେଜ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ଭଡ଼ାରେ ପଞ୍ଚାୟତରୁ ବ୍ଲକ୍‌ ସଦର ମହକୁମାକୁ ଯାତାୟାତ କରିବେ।

ଏ ସରକାର ଲୋକଙ୍କର, ଆପଣମାନେ ନବୀନ ପରିବାର ଲୋକ
ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରି‌ବ

ଶ୍ରୀ ପାଣ୍ଡିଆନ କହିଥିଲେ,ବିଜେଡି ପ୍ରତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଧିକ ସୁଦୃଢ ହୋଇଛି। ମୟୂରଭଞ୍ଜରେ ୫୬ ଜିଲ୍ଲା ପରିଷଦ ଆସନରୁ ୫୩ ଜିଲ୍ଲା ପରିଷଦ ଆସନ ବିଜେଡି ଜିତିଛି। ଏହି ମ୍ୟାଜିକ୍‌ର ପୁନରାବୃତ୍ତି ହେବା ଦରକାର। ଆଗାମୀ ଦିନରେ ଏକାଠି କାମକଲେ ୫୬ରୁ ୫୬ ଆସନ ଦଳ ଜିତିବ ଓ ସମସ୍ତେ ମୟୂରଭଞ୍ଜ ମ୍ୟାଜିକ୍ ଦେଖିବେ ବୋଲି ସେ କହିଥିଲେ। ଶ୍ରୀ ପାଣ୍ଡିଆନ କହିଥିଲେ, ୭୭ ବର୍ଷ ବୟସରେ ମଧ୍ୟ ଚଳଚଞ୍ଚଳ ମୁଖ୍ୟମନ୍ତ୍ରୀ ଲୋକ କଲ୍ୟାଣ ପାଇଁ ଅହରହ ପରିଶ୍ରମ କରୁଛନ୍ତି। ତାଙ୍କୁ ୨୪ ଘଣ୍ଟା ଦେଖି ଦେଖି ସେ ନିଜେ ପ୍ରେରଣା ପାଇଛନ୍ତି। ଓଡ଼ିଶା କିଭଳି ‘ନୂଆ ଓଡ଼ିଶା’ ଆଡକୁ ଅଗ୍ରସର ହେଉଛି, ଏହା ତାହାର ଗୋଟିଏ ଉଦାହରଣ। ଯଦି ଏବେ ଯାହା ହେଉଛି, ତାହା ରୂପାନ୍ତର ନୁହେଁ, ନୂଆ ଓଡ଼ିଶାର ଯାତ୍ରା ନୁହେଁ, ତେବେ ଏହା ଆଉ କ’ଣ?

ଶ୍ରୀ ପାଣ୍ଡିଆନ କହିଥିଲେ, ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରିବାର କାରଣ ହେଉଛି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବା। ଏହା ତାଙ୍କର ଏକମାତ୍ର ଲକ୍ଷ୍ୟ। ରାଜ୍ୟବାସୀଙ୍କ ପାଇଁ କାମ କରିବା ସେ ନିଜର ଭାଗ୍ୟ ବୋଲି ମନେକରନ୍ତି। ଏହି ଏକମାତ୍ର ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି। ସେ ବିଜୁ ପଟ୍ଟନାୟକଙ୍କ ପୁଅ। ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲେଣି। ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲେ ବି ଫରକ ପଡ଼ିବନି। କିନ୍ତୁ ତାଙ୍କର ଉଦ୍ଦେଶ୍ୟ ହେଉଛି, ଭଲ ସରକାର ଗଠନ ଓ ‘ନୂଆ ଓଡ଼ିଶା’ ଗଠନ। ଏ ସବୁ ପାଇଁ ସେ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର