ରାଜ୍ୟ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ମାରା: ଅମୁଣିଆ କୂଅରେ ଫିଙ୍ଗା ହେଲା, ଅଢ଼େଇ ଘଣ୍ଟା ବିଳମ୍ବରେ ବାହାରିଲା ଭୋଗ

ପୁରୁଣା ଭୁବନେଶ୍ୱର: ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସଅଳ ନୀତି ପାଇଁ ପ୍ରସ୍ତୁତ ଅବଢ଼ା ଭୋଗ ଲାଗି ହେବା ବେଳେ ଗର୍ଭଗୃହରେ ଖଟା ହାଣ୍ଡି ଭାଙ୍ଗି ମହାପ୍ରଭୁଙ୍କ ଶକ୍ତିକୁ ଛୁଇଁବାରୁ ଠାକୁରଙ୍କ ବେଶ ଓ ଅବଢ଼ା ମାରା ହୋଇଯାଇଥିଲା। ତେଣୁ ବିଧି ଅନୁସାରେ ମାରା ଅବଢ଼ା ସବୁକୁ ଅମୁଣିଆ କୂଅରେ ବିସର୍ଜନ କରାଯାଇଥିଲା। ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ କୋଠ ଥାଳି ପ୍ରସ୍ତୁତ କରାଯାଇ ଠାକୁରଙ୍କ ନୀତି ସମ୍ପନ୍ନ ହୋଇଥିଲା। ଭୋଗ ମାରା‌ ହେବାରୁ ଆଜି ସକାଳୁ ଅବଢ଼ା ପାଇଁ ଆସିଥିବା ଶହଶହ ଶ୍ରଦ୍ଧାଳୁ ନିରାଶ ହୋଇଥିଲେ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ଗତକାଲି ପରି ଆଜି ମଧ୍ୟ ସଅଳ ଧୂପ ହୋଇ ଅବଢ଼ା ବାହାରିବା ପାଇଁ ପ୍ରସ୍ତୁତ ହେଉଥିଲା। ଭୋର୍‌ ୫ଟା ୧୫ରେ ମଙ୍ଗଳ ଆଳତି ଆରମ୍ଭ ହୋଇ ୬ଟା ୧୫ମିନିଟ୍‌ରେ ମହାସ୍ନାନ କରାଯାଇଥିଲା। ସକାଳ ପ୍ରାୟ ୮ଟା ୧୫ମିନିଟ୍‌ରେ ସକାଳ ଧୂପ ପାଇଁ ଗର୍ଭଗୃହକୁ ଅନ୍ନ, ଡାଲି, ଖଟା ସହ ବିଭିନ୍ନ ତରକାରୀ ଭୋଗ ପାଇଁ ରଖାଯାଇଥିଲା। ଗର୍ଭଗୃହରେ ଅବଢ଼ା ବେତା ଉପରେ ରଖାଯାଇଥିବା ଖଟା ମାଟି ହାଣ୍ଡି ହଠାତ୍‌ ମିଳେଇଗଲା। ଏଥିରୁ ଖଟା ବୋହିଯାଇ ଯାଇ ଶ୍ରୀଲିଙ୍ଗରାଜଙ୍କ ଶକ୍ତିକୁ ଛୁଇଁଲା। ଫଳରେ ଠାକୁରଙ୍କ ବେଶ ମାରା ହେବାରୁ ପୂଜାପଣ୍ଡା ସେବାୟତ ଉଠି ପଡ଼ି ଭୋଗ ମାରା ହେଲା ବୋଲି ଘୋଷଣା କରିଥିଲେ। ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର କହିଛନ୍ତି ଯେ ଆଜିର ଅଘଟଣ ସ୍ବତଃ ଘଟିଛି। ଭୋଗ ମାରା ହେବା ପରେ ସେବାୟତମାନଙ୍କ ଦ୍ୱାରା ଅମୁଣିଆ କୂଅରେ ବିସର୍ଜନ କରାଯାଇଥିଲା। ଏହାପରେ ଠାକୁରଙ୍କର ମହାସ୍ନାନ ପୂର୍ବକ ସାନି ଭୋଗ ଲାଗି ହୋଇଥିଲା। ଏହି ପ୍ରକ୍ରିୟାରେ ଅଢ଼େଇ ଘଣ୍ଟା ବିଳମ୍ବ ହୋଇ ୧୦ଟା ୩୦ରେ ଭୋଗ ବାହାରିଥିଲା। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି, ଆଜି ସକାଳ ଧୂପ ପାଇଁ ବିଭିନ୍ନ ଲୋକଙ୍କ ଅବଢ଼ା ବରାଦି ରଖାଯାଇଥିଲା। ୬ଜଣ ସୁଆର ସେବାୟତଙ୍କ ଦ୍ବାରା ମାଟି ହାଣ୍ଡିରେ ରୋଷେଇ ହୋଇ ଭୋଗ ହେବାକୁ ଯାଇଥିଲା। ହେଲେ ଭୋଗ ମାରା ହୋଇଗଲା। ପ୍ରାୟ ଲକ୍ଷେ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।