ଅପରାଧ ରାଜ୍ୟ

ସାକ୍ଷୀଗୋପାଳ ମନ୍ଦିରରୁ ଚୋରି: ସୁନା ଓ ଟଙ୍କା ଉଦ୍ଧାର, ୨ ଗିରଫ

ସାକ୍ଷୀଗୋପାଳ: ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର କେତେକ ମନ୍ଦିରରୁ ଗତ କିଛି ଦିନ ମଧ୍ୟରେ ଚୋରି ହୋଇଥିବାବେଳେ ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି ମନ୍ଦିର ପରିସରରୁ ୩ଟି ହୁଣ୍ଡି, ଠାକୁରଙ୍କର ସୁନା ଅଳଙ୍କାର ଆଦି ଚୋରି କରି ନେଇଯାଇଥିବା ଜଣାପଡ଼ିଛି। ତମାଳ ଗଛମୂଳେ ସ୍ଥାପିତ ହୁଣ୍ଡି ତାଲା ଭାଙ୍ଗି ସେଥିରୁ ସମସ୍ତ ଟଙ୍କା ପଇସା ଲୁଟି ନେଇଛନ୍ତି। ମନ୍ଦିର ପରିସରରେ ଥିବା ଖଟଣି ରୋଷ ଘର ମଧ୍ୟରୁ ହୁଣ୍ଡି ଭାଙ୍ଗି ଲୁଟ୍‌ ହୋଇଛି। ମନ୍ଦିର ପରିଦର୍ଶକଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗି ସିସି କ୍ୟାମେରା ମନିଟର୍‌କୁ ମଧ୍ୟ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ଦୁର୍ବୃତ୍ତମାନେ ମନ୍ଦିର ଦକ୍ଷିଣ ଦ୍ୱାର ବାଟେ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ୩ଟି ହୁଣ୍ଡି ସେମାନେ ଉଠାଇ ନେଇଯାଇଥିବାବେଳେ ୬ଟି ହୁଣ୍ଡିର ତାଲା ଭାଙ୍ଗି ସେଥିରୁ ଟଙ୍କା ଲୁଟ୍‌ ହୋଇଛି।

ମନ୍ଦିର କର୍ତ୍ତୃପକ୍ଷ ଏ ନେଇ ସାକ୍ଷୀଗୋପାଳ ଥାନାରେ ଅଭିଯୋଗ କରିବା ପରେ ଆଜି ସକାଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପ୍ରସାଦ ପତି, ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତି, ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଦୁର୍ବୃତ୍ତଙ୍କୁ ଧରିବା ଲାଗି ୨ଟି ଟିମ୍‌ ଗଠିତ ହୋଇଥିଲା। ଜବତ ହାର୍ଡଡିସ୍କକୁ ଆଧାର କରି ପୁଲିସ ବାଲିସାହି ଗ୍ରାମର ମୁନା ମିଶ୍ର ଓ ଶ୍ରୀଧର ମିଶ୍ରକୁ ଜେରା କରିଥିଲା। ସେମାନଙ୍କଠାରୁ ୬୭,୧୧୦ ଟଙ୍କା ଓ ୨୦୮ ଗ୍ରାମ ସ୍ବଣ୍ଜର୍ଣ୍ଣ ଅଳଙ୍କାର ସହିତ ଚୋରିରେ ବ୍ୟବହୃତ ଏକ ଅଟୋ ଜବତ ହୋଇଛି। ଚୋରି ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।