ରାଜ୍ୟ

ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ପୁଲିସ କର୍ମଚାରୀଙ୍କର ମୃତଦେହ ଉଦ୍ଧାର: ଟ୍ରେନରୁ ଓହ୍ଲାଇବା ବେଳେ ଚାଲିଗଲା ଜୀବନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଘରେ ରୋଷେଇ କାର୍ଯ୍ୟରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କର ରାୟଗଡ଼ା ରେଳ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳଙ୍କ ନାଁ ବି. ହରିଶଙ୍କର ରାଓ। ତେବେ ସେ ଟ୍ରେନରୁ ଡେଇଁପଡ଼ି ପ୍ରାଣ ହରାଇଥିବା କୁହାଯାଉଛି।

ରାୟଗଡା ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଗତକାଲି ସନ୍ଧ୍ୟାରେ ଟ୍ରେନରେ କଟି ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ହେଲେ ରାୟଗଡା ସହର ଗାନ୍ଧିନଗର ତୃତୀୟ ଗଳିରେ ରହୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ବି. ହରିଶଙ୍କର ରାଓ। ସେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନରେ ରୋଷେୟାଙ୍କୁ ସାହାଯ୍ୟ କରିବା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ମୃତ ହରିଶଙ୍କର ଗତକାଲି ନିଜ ବ୍ୟକ୍ତିଗତ କାମକୁ ନେଇ ଆନ୍ଧ୍ରର ଶ୍ରୀକାକୁଲମ ଯାଇଥିଲେ। ସେଠାରୁ ସେ ବିଜୟନଗରମକୁ ଆସି ଅପରାହ୍ଣରେ ରାୟଗଡ଼ାକୁ ଫେରିବା ପାଇଁ ବିଜୟନଗରମ ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ଟ୍ରେନ ନମ୍ବର ୨୦୮୧୯- ପୁରୀ-ଓଖା ଦ୍ୱାରିକା ସୁପରଫାଷ୍ଟ ଏକ୍ସପ୍ରେସରେ ହରିଶଙ୍କର ରାୟଗଡ଼ା ଫେରୁଥିଲେ। ତେବେ ଉକ୍ତ ସୁପରଫାଷ୍ଟ ଟ୍ରେନଟିର ରୁଟ ପରିବର୍ତ୍ତନ କରାଯାଇଥିବାରୁ ରାୟଗଡ଼ା ରେଳ ଷ୍ଟେସନରେ ଟ୍ରେନର ରହଣି ନ ଥିବା ବିଷୟରେ ସେ ଜାଣିପାରି ନ ଥିଲେ।

ରାୟଗଡ଼ାରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମ ଦେଇ ଟ୍ରେନଟି ଅତିକ୍ରମ କରୁଥିବା ବେଳେ ହରିଶଙ୍କର ଓହ୍ଲାଇବାକୁ ଚେଷ୍ଟା କରି ଅସାବଧାନତା ହେତୁ ଟ୍ରେନ ଚକା ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ହରିଶଙ୍କରଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ ଆରପିଏଫ ଓ ଜିଆରପି ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମୃତ ହରିଶଙ୍କରଙ୍କ ପୋଷାକରୁ ପରିଚୟ ପତ୍ର ମିଳିବାରୁ ସେ ଚିହ୍ନଟ ହୋଇପାରିଥିଲେ। ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଅସାବଧାନତା ହେତୁ ହରିଶଙ୍କର ଟ୍ରେନ ତଳେ ପଡ଼ିଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା ରେଳବାଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ମୃତ ହରିଶଙ୍କର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ମଧ୍ୟ ଜିଲ୍ଲା ପୁଲିସ ବିଭାଗରେ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଜଣେ ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କର ମୃତ୍ୟୁ ବିଷୟ ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।