ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଚ୍ଛିନ୍ନ କରିଥିଲା ଏୟାରଷ୍ଟ୍ରିପ୍‌; ୭ ଗ୍ରାମବାସୀଙ୍କୁ ମିଳିଲା ନୂତନ ରାସ୍ତା

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ କୋଟେଲିଗୁଡ଼ା ନିର୍ଏମାଣାଧୀନ ୟାରଷ୍ଟ୍ରିପ କାରଣରୁ ୭ଟି ଗ୍ରାମକୁ ଯାତାୟତ ପାଇଁ ରାସ୍ତା ବନ୍ଦ ହୋଇଯାଇଥିଲା। ଫଳରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଦୀର୍ଘ ଦିନର ବହୁ ଦାବି ପରେ ଏବେ ସେମାନଙ୍କୁ ନୂତନ ରାସ୍ତା ମିଳିପାରିଛି। ମାଲକାନଗିରି ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ନୂତନ ରାସ୍ତା ନିର୍ମାଣ କରାଯାଇଛି। ସୁବିଧାରେ ଯାତାୟତ କରିପାରିବେ ବୋଲି ଗ୍ରାମବାସୀମାନେ ଖୁସିବ୍ୟକ୍ତ କରିଛନ୍ତି।

ମାଲକାନଗିରି ବ୍ଲକ ଗୌଡଗୁଡା ପଞ୍ଚାୟତ ଅନ୍ତର୍ଗତ କୋଟେଲିଗୁଡା ଠାରେ ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ସେଠାରେ ଥିବା ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଘର ପ୍ରଦାନ କରାଯାଇଥିଲା। କିନ୍ତୁ ସେହି ଗାଁ ରାସ୍ତା ଦେଇ ଯାଉଥିବା ଏମଭି ୧୦, ବିରାଗୁଡା, ତେନ୍ତୁଳିଗୁଡା, ରାମାଗୁଡା, ନୀଲମାରୀ, ବାଟପାଲ୍ଲୀ ଓ ଏମଭି ୧୧ ଗ୍ରାମର ଲୋକମନେ ଯାତାୟତ ବନ୍ଦ ହୋଇଯାଇଥିଲା। ଏମଭି ଗ୍ରାମରେ ୩୦୦, ବିରାଗୁଡା ଗ୍ରାମରେ ୨୦୦, ତେନ୍ତୁଳିଗୁଡା ଗ୍ରାମରେ ୧୫, ରାମାଗୁଡା ଗ୍ରାମରେ ୧୦୦, ନିଲମାରୀ ୧୪୨, ବାଟପାଲ୍ଲୀ ୧୦୦, ଏମଭି ୧୧ ଗ୍ରାମର ୨୦୦ ଜଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏୟାରଷ୍ଟିପର ନିର୍ମାଣ ହେଉଥିବା ବେଳେ ସେମାନେ କେଉଁ ରାସ୍ତା ଦେଇ ମାଲକାନଗିରିକୁ ଯିବେ ବୋଲି ଦାବି କରିଥିଲେ। ବ୍ଲକ କାର୍ଯ୍ୟାଳୟରେ ଦାବି କରିବା ସହ ଆନ୍ଦୋଳନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ। ବାରମ୍ବାର ଦାବି ପରେ ବିଡିଓ ପ୍ରଭାତି ଝୋଡିଆଙ୍କ ନେତୃତ୍ବରେ ଏହି ଗ୍ରାମ ପାଇଁ ରାସ୍ତା ନିର୍ମାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମସ୍ତ ଗ୍ରାମକୁ ଗମନାଗମନ ସୁବିଧା ପାଇଁ ଏମଭି ୧୦ ଠାରୁ ଆରମ୍ଭ ହୋଇ କାଦବାହାଲ କେନାଲ ଛକ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରାଗଲା। ମନରେଗାରେ ସାଢ଼େ ୯ ଲକ୍ଷ ଟଙ୍କା ବ୍ୟୟରେ ମାଟି ରାସ୍ତା ନିର୍ମାଣ ସହ କଲଭର୍ଟ ତିଆରି କରାଯାଇଛି। ଏହି ଗାଁକୁ ରାସ୍ତା ହୋଇଥିବା ବେଳେ ଆସନ୍ତା ଦିନରେ ମେଟାଲ ପକାଇବା ସହ ପିଚୁ ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତାକୁ ଆଜି ସରପଞ୍ଚ ପାଣ୍ଡୁରି ପଡିଆମୀ ଉଦଘାଟନ କରିଥିବା ବେଳେ ବିଡିଓ ପ୍ରଭାତି ଝୋଡିଆ, ନାଏବ ସରପଞ୍ଚ ସୁବାଷ ଚନ୍ଦ୍ର ବିଶ୍ବାସ, ୱାର୍ଡମେମ୍ବର ବିଶ୍ବଜିତ୍ ବିଶ୍ବାସ, ଯନ୍ତ୍ରୀ ଅଭିଜିତ୍ ସେଠୀ, ଯନ୍ତ୍ରୀ ବିଭୁତି ଭୂଷଣ ରାଉତ, ପିଇଓ ନିଖିଳ ବାନାର୍ଜୀଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।