ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଇସ୍ବରୂପାଙ୍କ ନିଖୋଜ ହେବା ବର୍ଷେ ପୂରିଲା; ପୁଲିସର ହାତ ଖାଲି

ରାୟଗଡ଼ା: ରାୟଗଡା ଗୁଡାରୀର ଜି.ଭେଙ୍କେଟ ରାଓଙ୍କ କନ୍ୟା ସାଇସ୍ବରୂପା ନିଖୋଜ ହେବା ବର୍ଷେ ପୂରିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ନା ପରିବାର ଲୋକେ ତାର ସନ୍ଧାନ ପାଇପାରିଲେ ନା ପୁଲି ଟେର ବି ପାଇପାରିଲା ନାହିଁ। ଗୁଡାରୀ ସଦର ମହକୁମାରେ ଜି.ଭଙ୍କେଟ ରାଓ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଭେଙ୍କେଟ ଜଣେ ଭିନ୍ନକ୍ଷମ ବ୍ୟକ୍ତି। ସେହିପରି ତାଂକ ପତ୍ନୀ ମଧ୍ୟ ଅସୁସ୍ଥ। ଭେଙ୍କେଟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ପ୍ରତିଦିନ ଭଳି ଗତବର୍ଷ ଡିସେମ୍ବର ୧୧ ତାରିଖ ସଂଧ୍ୟା ୬ଟା ବେଳେ ସାହି ପିଲାଙ୍କ ସହ ସାଇସ୍ବରୂପା ଖେଳୁଥିଲା।

ତେବେ ରାତି ହେବାରୁ ପରିବାର ଲୋକେ ଗାଳିଗୁଲଜ କରିବାରୁ ସମସ୍ତ ପିଲା ନିଜ ଘରକୁ ଚାଲିଯାଇଥିଲେ। କିନ୍ତୁ ସାଇସ୍ବରୂପା ଘରକୁ ଯାଇ ପୁଣି ଖେଳିବାକୁ ଆସିଥିଲା।ତେବେ ସେହି ସମୟରେ ବିଦ୍ୟୁତ କାଟ ହୋଇଯାଇଥିଲା। ଦୀର୍ଘ ସମୟ ଧରି ସାଇସ୍ବରୂପା ଘରକୁ ନଫେରିବାରୁ ପରିବାର ଲୋକେ ଅସ୍ତବ୍ୟସ୍ତ ହୋଇ ଖୋଜିବାକୁ ଲାଗିଲେ।କିନ୍ତୁ ସାଇସ୍ବରୂପାର କୌଣସି ପତ୍ତା ମିଳିନଥିଲା।

ଏନେଇ ଗୁଡାରୀ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏତଲାକୁ ଭିତ୍ତି କରି ଖୋଜିବା ଆରମ୍ଭ କରିଥିଲା। ଏପରିକି ସାହିବାସିନ୍ଦା ଏବଂ ଗୁଡାରୀର ଗ୍ରାମବାସୀ ମଧ୍ୟ ନିଜ ଉଦ୍ୟମରେ ସାଇସ୍ବରୂପାକୁ ଖୋଜିବା ଜାରି ରଖିଥିଲେ। ଇତିମଧ୍ୟରେ ଏକ ବର୍ଷ ପୂରିଗଲା। କିନ୍ତୁ ସାଇସ୍ବରୂପାର କୌଣସି ଖୋଜଖବର ମିଳିଲା ନାହିଁ। ଏପରିକି ପୁଲିସର ହାତ ମଧ୍ୟ ଖାଲି ରହିଛି। ସାଇସ୍ବରୂପା ନିଖୋଜ ବିଷୟ ଜାଣିବା ପରେ ସେତେବେଳେ ଏସପି ବିବେକାନନ୍ଦ ଶର୍ମା ଗୁଡାରୀ ଯାଇ ନିଜେ ତଦନ୍ତ କରିଥିଲେ। ତେବେ କୌଣସି ଫଳପ୍ରଦ ହେଲା ନାହିଁ। ଆଜି ବି ଗୁଡାରୀ ଅଂଚଳର ଲୋକଙ୍କ ପାଇଁ ଏହା ଅଦୃଶ୍ୟ ପ୍ରଶ୍ନ ହୋଇ ରହିଗଲା। ନିଜ ନାତୁଣୀଙ୍କୁ ଝୁରି ଝୁରି ଜେଜେମା’ଙ୍କର ମୃତ୍ୟୁ ହୋଇଗଲା।

ଅନ୍ୟଦିଗରେ ଝିଅକୁ ଝୁରି ଝୁରି ବାପା ମଧ୍ୟ ଚିନ୍ତାରେ ରହୁଛନ୍ତି। ଝିଅ କେଉଁଠି ଅଛି, କେମିତି ଅଛି ଭାବି ଭାବି ଦିନରାତି ଏକ କରୁଥିବା ବାପା ଭେଙ୍କେଟ କହନ୍ତି। ସେହି ଦିନ ଠାରୁ ଗୁଡାରୀ ଅଂଚଳରେ ଅଭିଭାବକମାନେ ପିଲାଙ୍କୁ ବାହାରେ ଛାଡିବାକୁ ଭୟ କରୁଥିବା ଦେଖିବାକୁ ମିଳିଛି। ସାଇସ୍ବରୂପାକୁ କିଏ ଉଠାଇ ନେଲା କି ବୋଲି ଏଠାରେ ପ୍ରଶ୍ନ ଉଠିଛି। ଗୁଡାରୀ ଅଂଚଳରେ ସିସିଟିଭିର କୌଣସି ବ୍ୟବସ୍ଥା ନଥିବାରୁ ଏହି ନିଖୋଜ ଅଦୃଶ୍ୟ ହୋଇ ରହିଗଲା। ପୁଲିସ ଆଜି ପର୍ଯ୍ୟନ୍ତ କୌଣସି ଟେର ପାଇପାରୁନଥିବାରୁ ପୁଲିସ ଉପରେ ମଧ୍ୟ ଅଙ୍ଗୁଳି ଉଠୁଛି। ପୁଲିସର ପାରିବା ପଣିଆକୁ ଲୋକେ ସମାଲୋଚନା କରୁଛନ୍ତି। ବର୍ଷେ ପୂରିଗଲା ସିନା ପୁଲିସ କୌଣସି ଖବର ପାଇପାରିଲା ନାହିଁ। ତେବେ ଏନେଇ ପୁଲିସ ତଦନ୍ତ କରୁଛି ନା ଚୁପ ରହିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।