ରାଜ୍ୟ ସ୍ପେଶାଲ ରିପୋର୍ଟ

ବିକ୍ରି ହେବ ୩୪ କୋଟିର ଜଳବିଦ୍ୟୁତ୍‌ ପ୍ରକଳ୍ପ: ଗମ୍ଫା‌େକାଣ୍ଡାସ୍ଥିତ ପ୍ରକଳ୍ପକୁ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ

କାଲିମେଳା: କାଲିମେଳା ବ୍ଲକ୍‌ ଗମ୍ଫାକୋଣ୍ଡାସ୍ଥିତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ବିକ୍ରି କରିଦେବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ବାହାର କଂପାନିକୁ ଯନ୍ତ୍ରାଂଶ ବିକ୍ରି ପାଇଁ ପ୍ରଥମ ପର୍ଯ୍ୟାୟ ଆଲୋଚନା ଚାଲିଥିବା ସୂଚନା ମିଳିଛି। ୧୯୮୧ ମସିହାରେ ଗମ୍ଫାକୋଣ୍ଡା ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ପରିକଳ୍ପନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫କୋଟି ୪୬ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ୧୯୯୧-୯୨ ମସିହାରେ ୩ ମେଗାୱାଟ ବିଶିଷ୍ଟ ଦୁଇଟି କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ଏକକାଳୀନ ଆରମ୍ଭ ହୋଇଥିଲା। କାମ ଆରମ୍ଭ ହେବାର ୧୦ବର୍ଷ ପରେ ଅର୍ଥାତ ୨୦୦୨ ମସିହାରେ ଗୋଟିଏ ପ୍ରକଳ୍ପର ନିର୍ମାଣ ଶେଷ ହୋଇଥିଲା। ତେବେ କେନାଲରେ ଘଳିଆ ଯୋଗୁଁ ପ୍ରକଳ୍ପର ଟର୍ବାଇନ୍‌ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରିଲାନାହିଁ। ଯାହାଫଳରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଲା। ତେଣୁ ଦ୍ବିତୀୟ ପ୍ରକଳ୍ପ କାମକୁ ଅଧାରେ ବନ୍ଦ କରାଯାଇଥିଲା। ପ୍ରଥମ ପ୍ରକଳ୍ପରୁ ନିର୍ଦ୍ଧାରିତ ପରିମାଣର ବିଦ୍ୟୁତ୍‌ ଉତ୍ପାଦନ ନିମନ୍ତେ ଅତିରିକ୍ତ ଟଙ୍କା ଖର୍ଚ୍ଚ କରାଗଲା। ଯାହାଫଳରେ ୨୦୦୪ ମସିହାରେ ପ୍ରଥମ ପ୍ରକଳ୍ପରୁ ୧ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ସମ୍ଭବ ହେଲା। କିନ୍ତୁ ନିମ୍ନମାନର ଯନ୍ତ୍ରାଂଶ ଏବଂ ଡିଜାଇନ୍‌ରେ ତ୍ରୁଟି ଯୋଗୁଁ ୨୦୦୮ ମସିହାରେ ପ୍ରକଳ୍ପ ସଂପୂର୍ଣ୍ଣ ବନ୍ଦ ହୋଇଗଲା।

ସେତେବେଳକୁ ରାଜ୍ୟ ସରକାର ଏହି ପ୍ରକଳ୍ପ ବାବଦରେ ୩୪କୋଟି ଟଙ୍କା ଖର୍ଚ୍ଚ କରି ସାରିଥିଲେ। ବର୍ତ୍ତମାନ ୩୦ଜଣ ଠିକା କର୍ମଚାରୀଙ୍କ ଦାୟିତ୍ବରେ ରହିଛି ପ୍ରକଳ୍ପ। ଅନ୍ୟପଟେ ଅଧିକାରୀଙ୍କ ପାଇଁ ନିର୍ମିତ ଦୁଇଟି ବଙ୍ଗଳା ସହ ଦାମୀ ଗାଡ଼ି ନଷ୍ଟ ହୋଇଗଲାଣି। ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଅନେକ ଯନ୍ତ୍ରପାତି ବି ଚୋରି ହୋଇଯାଇଛି। ପ୍ରକଳ୍ପ ବାବଦରେ ୩୪କୋଟି ବିନିଯୋଗ ପରେ ଏବେ ବିକ୍ରି ପାଇଁ ଆଲୋଚନା ଚାଲିଥିବାରୁ ଠିକା କର୍ମଚାରୀ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରାୟ ୩୦ବର୍ଷ ଧରି ସ୍ବଳ୍ପ ଦରମାରେ କାମ କରୁଥିବା ବେଳେ ଘରୋଇ କଂପାନି ପ୍ରକଳ୍ପ କିଣିଲେ ଜୀବିକା ହରାଇବେ ବୋଲି ପ୍ରକାଶ କରିଛନ୍ତି। ତେଣୁ ନିଜ ହକ୍‌ ପାଇଁ ଆଇନର ଆଶ୍ରୟ ନେବେ ବୋଲି ଠିକା କର୍ମଚାରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।