ରାଜ୍ୟ ସ୍ପେଶାଲ ରିପୋର୍ଟ

କୋକେନ୍‌ ଜବତ ଘଟଣାର ନୂଆମୋଡ଼: ସମୁଦ୍ରରେ ବୁଡ଼ି କୋକେନ୍ ଖୋଜୁଛନ୍ତି ସ୍କୁବା ଡାଇଭର୍‌

ଜଗତସିଂହପୁର: ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ ହୋଇଥିବା କୋକେନ୍‌ ମାମଲାରେ ନୂଆମୋଡ଼। ଆଜି ହଠାତ୍ ପିଆଇସିଟି ବର୍ଥରେ ସ୍କୁବା ଡାଇଭର୍ ପହଞ୍ଚି ଗଭୀର ସମୁଦ୍ରରୁ କୋକେନ୍ ଖୋଜୁଥିବା ଜଣାପଡ଼ିବା ପରେ ଚର୍ଚ୍ଚା ବଢ଼ିଯାଇଛି। ସୀମା ଶୁଳ୍କ ବିଭାଗର ଚଢ଼ଉ ବେଳେ ଜାହାଜର କ୍ରିଉ ମେମ୍ବର୍‌ମାନେ କିଛି କୋକେନ୍ ପ୍ୟାକେଟ୍ ସମୁଦ୍ରକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି। ଗତ ୧ତାରିଖରେ ଜାହାଜର କ୍ରେନ୍‌ ଚାମ୍ବରରୁ ମିଳିଥିବା ଏହି କୋକେନ୍‌କୁ ନେଇ ୧୦ ଦିନ ହେବ କଷ୍ଟମ୍ ବିଭାଗ, ଦିଲ୍ଲୀର ଏନ୍‌ସିବି (ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ) ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଥିବା ବେଳେ ସାମ୍ପଲ୍ ଟେଷ୍ଟ୍ ପାଇଁ କୁଜଙ୍ଗ କୋର୍ଟର ଅନୁମତି ମିଳିସାରିଛି। ଜବତ କୋକେନ୍‌କୁ ମାଲ୍‌ଖାନା ଏବଂ ସାମ୍ପଲ୍ ଟେଷ୍ଟ୍ ପାଇଁ ସଂଗୃହିତ କୋକେନ୍ ଯାଇଥିବା ବେଳେ ପୁଣି ଏବେ କାହିଁକି କୋକେନ୍ ଖୋଜା ଚାଲିଛି ତାହା ବୁଝା ପୁଡୁନି। ଗତକାଲି ସନ୍ଧ୍ୟା ଠାରୁ ଭାରତୀୟ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ସମୁଦ୍ର ବୁଡ଼ାଳି (ସ୍କୁବା)ମ୍ୟାନଙ୍କ ସହାୟତା ନିଆଯାଇଥିବା ଜଣାପଡ଼ିଛି। ଜାହାଜର ଗଭୀର ଟାଙ୍କିରେ ସ୍କୁବା ମ୍ୟାନ୍ ବୁଡି କୋକେନ୍ ଖୋଜୁଥିବା ବେଳେ ଏନେଇ ହଇଚଇ ସୃଷ୍ଟି ହୋଇଛି।

୨୩ ପ୍ୟାକେଟ୍ କୋକେନ୍‌ରୁ ୨୨ ପ୍ୟାକେଟ୍ ଜବତ ହୋଇଥିବା ବେଳେ ଆଉ ଗୋଟିଏ ଜାହାଜର ତଳେ ଥିବା ପାଣି ଟ୍ୟାଙ୍କର୍‌ରେ ଥାଇପାରେ ବୋଲି ତଦନ୍ତକାରୀ ଟିମ୍ ସନ୍ଦେହ କରୁଛି। ତେବେ ଦୀର୍ଘ ଦଶଦିନ ପରେ ବି ତଦନ୍ତକାରୀ ସଂସ୍ଥା ଏବେ ବି ଜାହାଜରୁ କୋକେନ୍ ଖୋଜୁଥିବା ବେଳେ ତଦନ୍ତ ଯେ କେବେ ସରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଏକ ବିଶେଷସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ଏବେ ୧୦ଜଣଙ୍କୁ ସ୍କାନର୍‌ରେ ନିଆଯାଇଛି। ତିନି କ୍ରିଉ ମେମ୍ବର୍‌, ୬ କ୍ରେନ୍ ଅପରେଟର୍ ଓ ଜଣେ ଷ୍ଟିଭଡୋରିଂର ବରିଷ୍ଠ ସଦସ୍ୟଙ୍କୁ ଆଜି ପଚରାଉଚରା କରାଯାଇଛି। ଏମାନଙ୍କୁ ସାମ୍ନାସାମ୍ନି ବସାଇ ତଦନ୍ତକାରୀ ସଂସ୍ଥା ପଚରାଉଚରା କରୁଥିବା ବେଳେ ଜାହାଜ ଭିତରକୁ କିଏ, କେଉଁ ସମୟରେ, କେଉଁଠାରୁ କୋକେନ୍ ଚଢାଇଲା, ତାର ଖିଅ ତଦନ୍ତକାରୀ ସଂସ୍ଥା ଖୋଜୁଥିବା ଜଣାପଡ଼ିଛି। ସୀମା ଶୁଳ୍କ ବିଭାଗକୁ ଆଜି ବି କୋକେନ୍ ଘଟଣାରେ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ସେମାନେ କୌଣସି ଉତ୍ତର ଦେଇ ନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।