ରାଜ୍ୟ ସ୍ପେଶାଲ ରିପୋର୍ଟ

ଜମିବାଡ଼ି ବିବାଦ: ସାନର ଆକ୍ରମଣରେ ବଡ଼ଭାଇର ମୃତ୍ୟୁ

ଯାଜପୁର: ଜମିବାଡ଼ି ବିବାଦକୁ ନେଇ ସାନଭାଇର ଆକ୍ରମଣରେ ବଡ଼ଭାଇର ମୃତ୍ୟୁ ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ପଞ୍ଚାୟତ ବାଲିବିଲି ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ମନୋଜ କବି। ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଥିବା ଜଣାଯାଇଛି।

ସୂଚନା ମୁତାବକ ବାଲିବିଲି ଗାଁରେ ଦୀର୍ଘ ଦିନ ହେବ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଆଜି ସକାଳେ ସାନ ଭାଇ ସନାତନ ଏକ ମାରଣାସ୍ତ୍ର ଯୋଗେ ବଡ଼ ଭାଇକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବଡ଼ଭାଇ ମନୋଜଙ୍କ ମୃତ୍ୟୁ ହୋଇଥିଲା।

ବରି ରାମଚନ୍ଦ୍ରପୁର ପୁଲିସ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।