ରାଜ୍ୟ ସ୍ପେଶାଲ ରିପୋର୍ଟ

ଫେବ୍ରୁଆରି ୧୬ରୁ ଭୁବନେଶ୍ବରରେ ଇଲିଅସ୍‌ ଫ୍ୟାସନ୍‌ ସୋ’: ‘ଆଦିବାସୀ ଓ ବୁଣାକାର ପରିବାରକୁ ସଶକ୍ତ କରିବ’

ଭୁବନେଶ୍ବର: ସିନେମା ଜଗତରେ ବିଜ୍ଞାପନ, ବ୍ରାଣ୍ଡିଂ, କାଷ୍ଟିଂ ଆଦି କାର୍ଯ୍ୟ କରି ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଆ ଉଦ୍ୟୋଗୀ ସନ୍ତୋଷ କୁମାର ଆଚାର୍ଯ୍ୟ ତାଙ୍କର ନୂଆ କମ୍ପାନି ଇଲିଅସ ମାଧ୍ୟମରେ ଭୁବନେଶ୍ବରରେ ଆସନ୍ତା ବର୍ଷ ଫେବ୍ରୁଆରି ୧୬ରୁ ୧୮ ପର୍ଯ୍ୟନ୍ତ ଏକ ବଡ଼ ଧରଣର ‌ଫ୍ୟାସନ ସୋ’ ଆୟୋଜନ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସହ ମିଶି ଇଲିଅସ ରାଜ୍ୟରେ ଉକ୍ତ ଫ୍ୟାସନ ‌ସୋ’ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟ ନେଇ ଆୟୋଜନ କରୁଛନ୍ତି। ମୁଖ୍ୟତଃ ରାଜ୍ୟର ଆଦିବାସୀ ଏବଂ ବୁଣାକାରମାନଙ୍କ ସାମଗ୍ରୀକୁ ବିଶ୍ବ ଦରବାରରେ ପରିଚିତ ଓ ବିକ୍ରିବଟା କରାଇ ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ଲାଗି ଏହା କରାଯିବ। ପ୍ରତ୍ୟେକ ଆଦିବାସୀ ଓ ବୁଣାକାର ପରିବାର ପାଇଁ ବ୍ୟବସାୟ ସୁଯୋଗ ସୃଷ୍ଟି ଦିଗରେ ଏହି ସୋ’ ଉପାଦେୟ ହେବ। ଦେଶବିଦେଶରୁ ଖ୍ୟାତନାମା ୬୫ ଜଣ ମଡେଲଙ୍କୁ ଉକ୍ତ ସୋ’ ପାଇଁ ଅଣାଯିବ।

ସେମାନେ ଓଡ଼ିଶାର ଆଦିବାସୀ ଓ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ପାରମ୍ପରିକ ପୋଷାକ ପିନ୍ଧି ଫ୍ୟାସନ ସୋ’ କରିବେ ବୋଲି ଶ୍ରୀ ଆଚାର୍ଯ୍ୟ ‌ସୂଚନା ଦେଇଛନ୍ତି। ଏଥିସହିତ ଷ୍ଟଲମାନ ମଧ୍ୟ ଖୋଲିବ। ହୋଟେଲ ମେ’ ଫେୟାରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହଲିଉଡ ଅଭିନେତ୍ରୀ, ପ୍ରୟୋଜିକା ତଥା ନିର୍ଦ୍ଦେଶିକା ସ୍ବେତଲାନା ଲେଭିଚେବା ଯୋଗଦେଇଥିଲେ। ଇଲିଅସ ସହ ମିଶି ସେ ବିଦେଶ ବଜାରରେ ଓଡ଼ିଶାର ବୁଣାକାର ଓ ଆଦିବାସୀମାନଙ୍କ ଦ୍ବାରା ପ୍ରସ୍ତୁତ ବସ୍ତ୍ର ଓ ହସ୍ତଶିଳ୍ପ ଆଦି ସାମଗ୍ରୀକୁ ପହଞ୍ଚାଇବେ ବୋଲି ସେ କହିଥିଲେ। କମ୍ପାନିର ଲୋକସଂପର୍କ ନିର୍ଦ୍ଦେଶକ ରଂଜନ କୁମାର ଆଚାର୍ଯ୍ୟ ଅତିଥିମାନଙ୍କ ପରିଚୟ ଦେବା ସହିତ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।