ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାଞ୍ଚଟି ବିପଜ୍ଜନକ ଜଳବାୟୁ ସୀମାର ଦ୍ୱାରଦେଶରେ ପୃଥିବୀ

ନୂଆଦିଲ୍ଲୀ: ପୃଥିବୀର ଜଳବାୟୁ ପ୍ରଣାଳୀ ଅନେକ ବିପଜ୍ଜନକ ଟିପିଂ ପଏଣ୍ଟର ନିକଟତର ହୋଇଥିବା ସାମ୍ପ୍ରତିକ ବୈଜ୍ଞାନିକ ବିଶ୍ଳେଷଣରୁ ଜଣାପଡିଛି। ଜଳବାୟୁ ଟିପିଂ ପଏଣ୍ଟ ପୃଥିବୀର ପ୍ରାକୃତିକ ପ୍ରଣାଳୀରେ ଏକ ଗୁରୁତ୍ୱପୂର୍ଣ୍ଣ ସୀମା; ଥରେ ଅତିକ୍ରମ କରିବା ପରେ ସେଗୁଡ଼ିକ ସାଂଘାତିକ ଓ ପ୍ରାୟତଃ ଅପରିବର୍ତ୍ତନୀୟ ପରିବର୍ତ୍ତନ ଆଣିପାରନ୍ତି। ନିକଟରେ ହୋଇଥିବା ଗବେଷଣାରୁ ବିଶ୍ୱ ତାପମାତ୍ରାର ସାମ୍ପ୍ରତିକ ସ୍ତରରେ ବିପଦରେ ଥିବା ପାଞ୍ଚଟି ପ୍ରମୁଖ ଟିପିଂ ପ୍ରଣାଳୀ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି ଗ୍ରୀନଲ୍ୟାଣ୍ଡ, ପଶ୍ଚିମ ଆଣ୍ଟାର୍କଟିକା ବରଫ ଚାଦର ଓ ପର୍ମାଫ୍ରଷ୍ଟ (ସ୍ଥାୟୀ ଜମାଟବନ୍ଧା ବରଫାବୃତ୍ତ ଅଞ୍ଚଳ) ତରଳିବା, ପ୍ରବାଳପ୍ରାଚୀର ନଷ୍ଟ ହେବା ଏବଂ ଲାବ୍ରାଡର ସାଗର ଓ ଉପମେରୁବୃତ୍ତ ସଞ୍ଚାଳନ।

ଏହା ମାନବିକତା ଏବଂ ପୃଥିବୀ ପାଇଁ ଭୟଙ୍କର ପ୍ରଭାବ ପକାଇପାରେ। ଯଦି ଗ୍ରୀନଲାଣ୍ଡ ବରଫ ତରଳିଯାଏ, ତେବେ ଏହା ସମୁଦ୍ର ପତ୍ତନ ବୃଦ୍ଧିରେ ସହାୟକ ହୋଇପାରେ, ଯାହା ସମଗ୍ର ବିଶ୍ୱର ଉପକୂଳବର୍ତ୍ତୀ ଅଞ୍ଚଳକୁ ବିପଦରେ ପକାଇପାରେ। ପର୍ମାଫ୍ରଷ୍ଟ ତରଳିବା ହେଉଛି ଆଉ ଏକ ଟିକ୍ ଟିକ୍ କରୁଥିବା ଟାଇମ୍ ବୋମା, ଯେଉଁଥିରେ ବର୍ତ୍ତମାନ ବରଫ ତଳେ ଜମାଟ ବାନ୍ଧି ରହିଥିବା ବିପୁଳ ପରିମାଣର ଗ୍ରୀନ୍‌ହାଉସ୍ ଗ୍ୟାସ୍ ନିର୍ଗତ ହେବାର ସମ୍ଭାବନା ରହିଛି। ସମଗ୍ର ସାମୁଦ୍ରିକ ପରିବେଶର ସମ୍ଭାବ୍ୟ କ୍ଷତି ସହିତ ଉଷୁମ ଜଳ ଓ ଅମ୍ଳୀକରଣ ଦ୍ୱାରା ସମୁଦ୍ରର ନର୍ସରୀ ବୋଲି କୁହାଯାଉଥିବା ପ୍ରବାଳପ୍ରାଚୀର ଏକ ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ