ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନଙ୍କ ଶାଶୂ; ‘ପେସ୍‌ମେକର୍‌’ ଲାଗାଇବାକୁ କରାଯିବ ଅସ୍ତ୍ରୋପଚାର

ମୁମ୍ବାଇ: ସ୍ବନାମଧନ୍ୟା ଅଭିନେତ୍ରୀ ଜୟା ବଚ୍ଚନ ମାଆ ଓ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଶାଶୂ ଇନ୍ଦିରା ଭାଦୁଡ଼ୀଙ୍କୁ ବୁଧବାର ଦିନ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଇନ୍ଦିରାଙ୍କ ହୃଦ୍‌ସ୍ପନ୍ଦ ଧାରା ଅନିୟମିତ ହେଉଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିବା ପରେ ‘ପେସ୍‌ମେକର୍‌ ସର୍ଜରି’ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

jaya
Image Courtesy of BollywoodLife

‘ଫ୍ରି ପ୍ରେସ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି ଯେ, ହୃଦ୍‌କ୍ରିୟାଜନିତ ସମସ୍ୟା କାରଣରୁ ୯୩ ବର୍ଷୀୟ ଇନ୍ଦିରାଙ୍କୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଭାରତୀୟ ଚଳଚ୍ଚିତ୍ରର ପ୍ରତିଭାଶାଳିନୀ ଅଭିନେତ୍ରୀ ଜୟା ଭାଦୁଡ଼ୀ (ବଚ୍ଚନ) ବଙ୍ଗୀୟ ପରିବାରରେ ଜନ୍ମିତା। ତାଙ୍କର ବାପା ତରୁଣ କୁମାର ଭାଦୁଡ଼ୀ ଜଣେ ପ୍ରଖ୍ୟାତ ସାମ୍ବାଦିକ ଓ କବି। କିନ୍ତୁ, ତାଙ୍କର ମାମୁଘର ଭୋପାଳର ଜବଲପୁରରେ। ଜବଲପୁରରେ ପ୍ରତିପାଳିତ ହୋଇଥିଲେ ବି ଜୟାଙ୍କ ଉପରେ ବଙ୍ଗୀୟ ସଂସ୍କୃତିର ପ୍ରଭାବ ଥିଲା।

୨୦୨୦ରେ ଜୟା ସ୍ବାମୀ ଅମିତାଭ ବଚ୍ଚନଙ୍କ ସହିତ ଭୋପାଳସ୍ଥିତ ପୂର୍ବଜଙ୍କ ଘରେ ମାଆ ଇନ୍ଦିରାଙ୍କ ୯୦ତମ ଜନ୍ମଦିନ ପାଳନ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ