ରାଜ୍ୟ ସ୍ପେଶାଲ ରିପୋର୍ଟ

ମଦ ବ୍ୟବସାୟୀଙ୍କୁ ଆୟକର ଛାଟ: ୨୦୦କୋଟି ଜବତ

ଭୁବନେଶ୍ବର / ରାଉରକେଲା / ସୁନ୍ଦରଗଡ଼ /ରାୟଗଡ଼ା/ବୌଦ୍ଧ: ଘର ଚଟାଣ ହେଉ କି ପଲଙ୍କ; ରୋଷେଇ ଘର, ଡ୍ରଇଂରୁମ୍‌ ଯେଉଁଠି ହାତ ମାରିଲେ ସେଠି ପୁଳା ପୁଳା ଟଙ୍କା ବିଡ଼ା। ଆୟକର ଫାଙ୍କି ଅଭିଯୋଗରେ ଆଜି ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ ବିଭିନ୍ନ ଶାଖାରେ ଚଢ଼ଉ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୧୦୦ଟଙ୍କିଆ ନୋଟ୍‌ ଠାରୁ ଆରମ୍ଭ କରି ୨୦୦, ୫୦୦ ଟଙ୍କିଆ ନୋଟର ବିଡ଼ା ଦେଖି ଆୟକର ଟିମ୍‌ ବି ତାଜୁବ୍। ଟଙ୍କା ଗଣି ଗଣି ଅଧିକାରୀ ବେଦମ। ଏତେ ଟଙ୍କା ମିଳିଲାଣି ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣତି ସରୁନାହିଁ। ବିଭିନ୍ନ ସ୍ଥାନରୁ ଅଧିକାରୀମାନେ ୨୦୦କୋଟିରୁ ଊର୍ଧ୍ବ ଟଙ୍କା ଗଣିସାରିଥିବା ବେଳେ ଆହୁରି ବିଡ଼ା ବିଡ଼ା ନୋଟ୍‌ ଗଣତି ବାକି ରହିଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।ଜବତ ନଗଦ ଅର୍ଥର ପରିମାଣ ୩ଶହ କୋଟି ଟପିପାରେ ବୋଲି ଆକଳନ କରାଯାଉଛି। ହେଲେ ଆୟକର ଅଧିକାରୀମାନେ ଏ ନେଇ ମୁହଁ ଖୋଲୁନାହାନ୍ତି।

ସୂଚନା ମୁତାବକ, ଆୟକର ଫାଙ୍କି ଅଭିଯୋଗରେ ବୁଧବାର ସକାଳୁ ଆୟକର ବିଭାଗ ୧୫ରୁ ଊର୍ଧ୍ବ ଟିମ୍‌ ଖୋର୍ଦ୍ଧା ସମେତ ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀରର ଟିଟିଲାଗଡ଼ ଓ ରାୟଗଡ଼ାରେ ଥିବା ସଂସ୍ଥାର ବିଭିନ୍ନ ଶାଖାରେ ବିଭାଗ ଚଢ଼ଉ ଆରମ୍ଭ କରିଥିଲେ। କେବଳ ଓଡ଼ିଶା ନୁହେଁ, କୋଲକତା ସମେତ ରାଞ୍ଚିର ଆଜି ରାଜ୍ୟରେ ଥିବା ସଂସ୍ଥାର ଅନ୍ୟ ଶାଖା ଗୁଡ଼ିକରେ ମଧ୍ୟ ଆୟକର ବିଭାଗ ଏକକାଳୀନ ଚଢ଼ଉ କରାଯାଇଛି। ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ବାଲଙ୍କ ରାଣୀବଗିଚା ସ୍ଥିତ ଠିପି ବନ୍ଦ ଦୋକାନ ଓ ଅନ୍ ବାର୍ ଉପରେ ବି ରେଡ୍ ଚାଲିଛି। ଏହାଛଡ଼ା ତାଙ୍କର ଘରୋଇ ବସ୍, ଗ୍ୟାସ୍ ଏଜେନ୍ସି, ଇଟାଭାଟି, ଛାପାଖାନା, ରାଉରକେଲାର ସିଭିଲ୍ ଟାଉନ୍‌ସିପ୍, ବେଦବ୍ୟାସ, ଉଦିତନଗର ଆଦି ବିଭିନ୍ନ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ତଥା କିଛି ମଦ ବ୍ୟବସାୟୀଙ୍କ କାର୍ଯ୍ୟାଳୟ ଓ ଘରେ ଆୟକର ଚଢ଼ଉ କରାଯାଇଛି।

ରାୟଗଡ଼ାର ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘର, ଅଫିସ ସମେତ ହୋଟେଲ୍‌ରେ ମଧ୍ୟ ବିଭାଗ ଚଢ଼ଉ କରିଛି।‌ ସେହିପରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ଦୁଇଟି ଶିଳ୍ପାନୁଷ୍ଠାନ, ତିତିରକଟାରେ ସ୍ପିରିଟ୍‌ ପ୍ରସ୍ତୁତ କରୁଥିବା କାରଖାନା ବୌଦ୍ଧ ଡିଷ୍ଟିଲାରି (ବିଡିପିଏଲ୍‌) ଓ ପୁରୁଣାକଟକରେ ଥିବା ରାଣୀସତୀ ପେଡି ପ୍ରୋସେସିଂ (ରାଇସମିଲ୍‌)ରେ ଚଢ଼ଉ କରାଯାଇଛି। ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ମହୁଲରୁ ମଦ ପ୍ରସ୍ତୁତ କରୁଥିବା ଏହି ସଂସ୍ଥା ‌ସମୁଦାୟ ଲାଭାଂଶକୁ କମ୍‌ ଦେଖାଇଛି। ଆୟକର ଫାଙ୍କିବା ପାଇଁ ସଂସ୍ଥା ମହୁଲ କିଣାରେ ବହୁ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇ ଲାଭକୁ କମ୍‌ କରିଦିଆଯାଇଛି। ଯାହାକୁ ନେଇ ଆୟକର ବିଭାଗ ସନ୍ଦେହ କରିଛି। ତେଣୁ ଆୟକର ବିଭାଗ ଚଢ଼ଉ କରିଥିବା ବିଭିନ୍ନ ସ୍ଥାନରୁ ଜବତ କାଗଜପତ୍ରକୁ ନେଇ ଖୋଳତାଡ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।