ଧର୍ମ

ସ୍ବପ୍ନରେ ଭଗବାନ ଶିବ ଏବଂ ସାପ ଦେଖୁଛନ୍ତି କି ? ଜାଣନ୍ତୁ ଏହା ଦେଇଥାଏ କେଉଁ ସଙ୍କେତ

ସ୍ବପ୍ନରେ ଆମେ ଅନେକ ଥର ଦେଖୁ ଯାହା ବିଷୟରେ ଆମେ କଥାବାର୍ତ୍ତା କରୁ କିମ୍ବା ଯାହା ଆମ ମନରେ ରହିଥାଏ । କିନ୍ତୁ ଅନେକ ଥର ଏପରି ସ୍ବପ୍ନ ଆସିଥାଏ ଯାହାକୁ ଦେଖିବା ପରେ ଆମେ ଭାବୁ ଯେ, କାହିଁକି ଏପରି ସ୍ବପ୍ନ ଦେଖିଲୁ ବୋଲି । ମାତ୍ର ଏହି ସ୍ବପ୍ନଗୁଡିକ ଆପଣଙ୍କୁ କିଛି ସଂକେତ ଦେବା ପାଇଁ ଉଦ୍ଦିଷ୍ଟ ଥାଏ । ଭଗବାନ ସ୍ବପ୍ନ ମାଧ୍ୟମରେ ମନୁଷ୍ୟମାନଙ୍କ ସହିତ ଘଟିବାକୁ ଥିବା ଶୁଭ ଏବଂ ଅଶୁଭ ଘଟଣା ସଂପର୍କରେ ସଂକେତ ଦେଇଥାନ୍ତି । ଖରାପ ଦିନଗୁଡିକ କଟିବାକୁ ଯାଉଥିଲେ ମଧ୍ୟ ସ୍ବପ୍ନଗୁଡିକ ସଂକେତ ଦେଇଥାଏ ଏବଂ ଯଦି ସଙ୍କଟ ଆସିବାକୁ ଥାଏ ତେବେ ସ୍ବପ୍ନଗୁଡିକ ମଧ୍ୟ ସୂଚିତ କରାଯାଏ । ତେବେ ଆସନ୍ତୁ ଜାଣିବା ଭଗବାନ ଶିବ ଏବଂ ତାଙ୍କ ସହ ଜଡିତ ସ୍ବପ୍ନ ଆମକୁ କଣ ସଂକେତ ଦେଇଥାଏ ।

ସ୍ବପ୍ନରେ ଶିବ ଲିଙ୍ଗ ଦେଖିବା :
ଯଦି ଆପଣଙ୍କ ସ୍ବପ୍ନରେ ଶିବ ଲିଙ୍ଗ ଦେଖନ୍ତି ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଶିବ ଲିଙ୍ଗ ଦେଖିବାର ଅର୍ଥ ହେଉଛି ଅସୁବିଧାରୁ ମୁକ୍ତିର ସଙ୍କେତ । ଏଭଳି ସଂକେତ ସେତେବେଳେ ମିଳିଥାଏ ଯେତେବେଳେ ଆପଣ ଦୀର୍ଘ ସମୟ ଧରି ଏକ ଜଟିଳ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି । ଯେତେବେଳେ ଶିବ ଲିଙ୍ଗକୁ ସ୍ବପ୍ନରେ ଦେଖାଯାଏ, ତାହେଲେ ପରଦିନ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଶିବଲିଙ୍ଗରେ ଜଳାଭିଷେକ ଅଥବା ଦୁଗ୍ଧାଭିଷେକ କରି ବେଲପତ୍ର ଏବଂ ଦୁଦୁରା ଫୁଲ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ ।
ସ୍ବପ୍ନରେ ଭଗବାନ ଶିବଙ୍କୁ ତାଣ୍ଡର କରିବାର ଦେଖିବା :

ଯଦି ଆପଣ ସ୍ବପ୍ନରେ ଭଗବାନ ଶିବଙ୍କୁ ତାଣ୍ଡର କରିବାର ଦେଖୁଛନ୍ତି, ତେବେ ତାହା ଆପଣଙ୍କ ପାଇଁ ଶୁଭ ସଙ୍କେତ ନୁହେଁ । ଶିବଙ୍କ ତାଣ୍ଡବ ଏକ ଅପାରଗତାର ପ୍ରତୀକ ଏବଂ ଯଦି ଆପଣ ଏହାକୁ ନିଜ ସ୍ବପ୍ନରେ ଦେଖନ୍ତି, ତେବେ ବୁଝିନିଅନ୍ତୁ ଯେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଅର୍ଥ ସଙ୍କଟ, ବିବାଦ କିମ୍ବା ଶତ୍ରୁମାନଙ୍କର ବୃଦ୍ଧି ହୋଇପାରେ । ଯେଉଁ ଦିନ ଆପଣ ଆପଣଙ୍କ ସ୍ବପ୍ନରେ ଭଗବାନ ଶିବଙ୍କର ତାଣ୍ଡ ଦେଖିବେ, ପରଦିନ ସକାଳେ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ସହ ଶିବ ଚାଳିସା ପାଠ କରି ପ୍ରାର୍ଥନା କରନ୍ତୁ ଯେ, ଅସୁବିଧାରୁ ମୁକ୍ତ କରିବେ । ଆହୁରି ମଧ୍ୟ ଅର୍ଥ ସଙ୍କଟ, ବିବାଦ କିମ୍ବା ଶତ୍ରୁମାନଙ୍କଠାରୁ ବର୍ତ୍ତିବା ପାଇଁ ଆପଣ ସଚେତନ ହେବା ଉଚିତ୍ ।

ସ୍ବପ୍ନରେ ଶିବ ମନ୍ଦିର ଦେଖିବା :
ସ୍ବପ୍ନରେ ଶିବ ମନ୍ଦିର ଦେଖିବା ଅତ୍ୟନ୍ତ ଶୁଭ ଅଟେ । ସ୍ବପ୍ନରେ ଶିବ ମନ୍ଦିର ଦେଖିବା ଆପଣଙ୍କର ଶାରୀରିକ ସମସ୍ୟାର ନିରାକରଣର ସଙ୍କେତ ଦେଇଥାଏ । ସ୍ବପ୍ନରେ ଶିବ ମନ୍ଦିର ଦେଖିଲେ, ପରଦିନ ସକାଳେ ଶିବ ମନ୍ଦିରକୁ ଯାଇ ଶିବଙ୍କୁ ବେଲପତ୍ର, ଦୁଦୁରା ଏବଂ ଭାଙ୍ଗ ଅର୍ପଣ କରିବା ଉଚିତ୍ । ଏହାଦ୍ବାରା ଭଗବାନ ଶିବଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ ।

ସ୍ବପ୍ନରେ ସାପ ଦେଖିବା :
ସ୍ବପ୍ନରେ ଭଗବାନ ଶିବ ଦେଖାଯାଇନପାରନ୍ତି, କିନ୍ତୁ ଯଦି ଆପଣକୁ ସାପମାନେ ଘେରି ରହିଥିବାର ଦେଖନ୍ତି, ତେବେ ବୁଝିନିଅନ୍ତୁ ଯେ ଅର୍ଥ ସଙ୍କଟ ଦୂର ହେବ । ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଯଦି କୌଣସି ଅର୍ଥ ସଙ୍କଟ ନଥାଏ, ତେବେ ଆପଣଙ୍କୁ ହଠାତ୍ ଧନ ଲାଭର ସଂକେତ ଦେଇଥାଏ ।

ସ୍ବପ୍ନରେ ସାପ ଛୁଆ ଦେଖିଲେ :
ଯଦି ସ୍ବପ୍ନରେ ଆପଣ ସାପ ଛୁଆମାନଙ୍କୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଘରକୁ ଆସୁଥିବା ନୂତନ ଅତିଥିଙ୍କ ସଙ୍କେତ ହୋଇପାରେ । ଏହାର ଅର୍ଥ ହେଉଛି ଆପଣଙ୍କ ଘରେ ଭଗବାନ ଶିବଙ୍କ କୃପା ଦ୍ବାରା ସନ୍ତାନପ୍ରାପ୍ତିର ସୁଖ ପାଇବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ