ରାଜ୍ୟ ସ୍ପେଶାଲ ରିପୋର୍ଟ

ନଷ୍ଟ ହେଉଛି କରିଡର; ବଢ଼ୁଛି ହାତୀ-ମଣିଷ ଲଢେଇ, ଖୋର୍ଦ୍ଧା ବନଖଣ୍ଡରେ ବର୍ଷକରେ ହାତୀ ଆକ୍ରମଣରେ ୭ ମୃତ

ଖୋର୍ଦ୍ଧା: ୧୦-୧୫ ବର୍ଷ ପୂର୍ବେ ଖୋର୍ଦ୍ଧା ବନଖଣ୍ଡରେ ଏକଦା ୪୨ଟି ହାତୀ ସ୍ବଚ୍ଛନ୍ଦରେ ବୁଲୁଥିଲେ। ହାତୀ ସହ ମଣିଷର କାଁଭାଁ ମୁହାଁମୁହିଁ ହେଉଥିଲା।  ୬ ଥାକିଆ ୧୬ ନମ୍ବର ଜାତୀୟ ରାଜପଥ, ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳପଥର ନିର୍ମାଣ, ଜଙ୍ଗଲ ଜମିରେ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖନନ ଯୋଗୁଁ ହାତୀର ନିୟମିତ ଚଲାପଥରେ ବାଧକ ସୃଷ୍ଟି ହେଲା। ବର୍ତମାନ ହାତୀ ଜନବସତି ମୁହାଁ ହୋଇଛି। ଫଳରେ ମଣିଷ-ହାତୀର ଲଢ଼େଇ ବୃଦ୍ଧି ପାଉଛି। ତଥ୍ୟାନୁସାରେ ଗତ ୩ ବର୍ଷରେ ଖୋର୍ଦ୍ଧା ବନଖଣ୍ଡରେ ୯ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତ ବର୍ଷ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା କମି ଥିଲେ ମଧ୍ୟ ଚଳିତ ବର୍ଷ ହାତୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ଘଟିଛି।

ପରିବେଶବିତ୍‌ ଧନେଶ୍ବର ବିଧାର କହିଛନ୍ତି ଯେ ଏସୀୟ ହାତୀ ନିମନ୍ତେ ୨୦୦ ରୁ ୧ହଜାର ବର୍ଗ କିମି ଅଞ୍ଚଳ ଆବଶ୍ୟକ। ସ୍ବଚ୍ଛନ୍ଦରେ ଖାଦ୍ୟ ସଂଗ୍ରହ ପାଇଁ ସର୍ବନିମ୍ନ ୨ଶହ ବର୍ଗ କିମି ଜଙ୍ଗଲ ଓ ଅର୍ଦ୍ଧ ଜଙ୍ଗଲ ଆବଶ୍ୟକ। ବର୍ତମାନ ଖୋର୍ଦ୍ଧା ଜିଲ୍ଲା ହେଉଛି ରାଜ୍ୟରେ ଅନ୍ୟତମ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ପାଉଥିବା ଜିଲ୍ଲା। ଏଠାରେ ଜନସଂଖ୍ୟା ତୁଳନାରେ ଜମି ସଂଖ୍ୟା କମ୍‌। ଏଭଳି ସ୍ଥିତିରେ ଜଙ୍ଗଲ ଓ ବିସ୍ତୀର୍ଣ୍ଣ ଚାରଣ ଭୂମି ଉପରେ ଚାପ ପଡ଼ୁଛି। କାଠ ମାଫିଆ ଆଦିଙ୍କ ପାଇଁ ଜଙ୍ଗଲ ମଧ୍ୟ କମୁଛି। ଏଭଳି ସ୍ଥିତିରେ ଖୋର୍ଦ୍ଧାରେ ହାତୀଙ୍କ ପାଇଁ ଆବଶ୍ୟକ ଅଞ୍ଚଳ ନାହିଁ। ୨୦୧୭-୧୮ରେ ଖୋର୍ଦ୍ଧାର ହାତୀଙ୍କ ମଧ୍ୟରୁ ଗୋଟିଏ ଦଳ ଗଞ୍ଜାମ ବନଖଣ୍ଡକୁ ଚାଲିଯାଇଛନ୍ତି।

ପ୍ରାୟ ୧୫ ବର୍ଷ ପୂର୍ବେ ଖୋର୍ଦ୍ଧା ବନଖଣ୍ଡରେ ୪୨ଟି ହାତୀ ରହିଥିଲେ। ସେମାନଙ୍କ ସ୍ବାଭାବିକ ଚଲାପଥ ଚନ୍ଦକାରୁ ଗଙ୍ଗପଡ଼ା, ଗଙ୍ଗପଡ଼ାରୁ ବରୁଣେଇ ଦେଇ ବାଜପୁର ଗୋଡ଼ିପଡ଼ା, ରାମେଶ୍ବର ଆଖପାଖ ଅଞ୍ଚଳ ଦେଇ ବରବରା ଜଙ୍ଗଲ। ପୁଣି ବରବରା ଜଙ୍ଗଲରୁ ଜରିପୁଟ-ଶରଧାପୁର ଦେଇ ଚନ୍ଦକା ଯାଏଁରହିଥିଲା। କିନ୍ତୁ ୨୦୧୮-୧୯​ରେ ୧୬ ନମ୍ବର ଜାତୀୟ ପଥର ପ୍ରଶସ୍ତୀକରଣ ଓ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ନିର୍ମାଣ ହେବା ପରେ ଏହି ଚଲାପଥରେ ବାଧକ ସୃଷ୍ଟି ହେଲା। ଫଳରେ ଏହା ୩୫ ଓ ୨୦୨୦-୨୧ ବେଳକୁ ୨୭କୁ ହ୍ରାସ ପାଇଥିଲା। ୨୦୨୦ ମାର୍ଚ୍ଚ ମଧ୍ୟରେ ଏହା ମଧ୍ୟରୁ ୫ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ରେ ଟାଙ୍ଗୀ ବନାଞ୍ଚଳର ଭୂଷଣ୍ଡପୁର ଠାରେ ଟ୍ରେନ୍‌ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ଘଟିଥିଲା। ପରେ ଜୁଲାଇ ୨୦୨୧ରେ ଗୋଳବାଇ ଠାରେ ଜାତୀୟ ରାଜପଥ ଅତିକ୍ରମ କରିବା ବେଳେ ବିଦ୍ୟୁତ୍‌ ଆଘାତରେ ଆଉ ଏକ ହାତୀର ମୃତ୍ୟୁ ଘଟିଥିଲା। ୨୦୨୩ ମାର୍ଚ୍ଚରେ ବାଲୁଗାଁ ବନାଞ୍ଚଳର ଧଉନାଲି-ତମନା ଜଙ୍ଗଲ ଠାରେ ଏକ ଶିଶୁ ହାତୀର ମୃତ ଦେହକୁ ଠାବ କରାଯାଇଥିଲା।

ଅପରପକ୍ଷରେ ୨୦୨୦-୨୧ରେ ହାତୀ ଆକ୍ରମଣରେ ୧୨ଜଣଙ୍କ ମୃତ୍ୟୁ ଘଟିଥିଲା। ବର୍ତମାନ ଏହି ସଂଖ୍ୟା ହ୍ରାସ ପାଇ ୨୦୨୨-୨୩ ଡିସେମ୍ବର ୫ ତାରିଖ ସୁଦ୍ଧା ୭​କୁ ପହଞ୍ଚିଛି। ଚଳିତ ମାସ ୪ ତାରିଖରେ ଟାଙ୍ଗୀ ବନାଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ଖୋର୍ଦ୍ଧା ବନାଞ୍ଚଳରେ ଦୁଇଜଣ, ରଣପୁରରେ ଜଣେ, ଟାଙ୍ଗୀ ବନାଞ୍ଚଳରେ ଜଣେ ଓ ବାଲୁଗାଁ ନଳାଦ୍ରିପ୍ରସାଦରେ ଜ​ଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାରକୁ ନିୟମାନୁସାରେ, ୨୬ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।