ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନୁଗୁଳ ଜିଲ୍ଲାରେ ‘ମୋ ଘର’: ୧୨ ହଜାରରୁ ୧୦କୁ ଅନୁମୋଦନ

ଅନୁଗୁଳ: ଏକ ଲକ୍ଷ ଟଙ୍କାରେ ୩୦ ହଜାର ଟଙ୍କାର ସବ୍‌ସିଡି। ଦେଢ଼ ଲକ୍ଷରେ ୪୫ ହଜାର, ଦୁଇ ଲକ୍ଷରେ ୬୦ ହଜାର। ନିଜର ଛାତ ଘରଟିଏ ତିଆରି କରିବାକୁ ଜଣେ ହିତାଧିକାରୀଙ୍କୁ ସରକାର ‘ମୋ ଘର’ ଯୋଜନାରେ ସର୍ବାଧିକ ତିନି ଲକ୍ଷ ଟଙ୍କାର ଋଣ ଯୋଗାଇବାକୁ କରିଥିଲେ ଘୋଷଣା। ଏ ଯୋଜନାରେ ସରକାର ହିତାଧିକାରୀଙ୍କ ପାଇଁ ଯେଉଁଭଳି କୋହଳ ମାନଦଣ୍ଡ ତିଆରି କରିଥିଲେ, ଯୋଜନା ଘୋଷଣା ହେଉହେଉ ଜିଲ୍ଲାରୁ ପ୍ରାୟ ୧୨ହଜାର ୧୮୮ ଜଣ ହିତାଧିକାରୀ ଘର ତିଆରି କରିବାକୁ ଆବେଦନ କଲେ। କିନ୍ତୁ, ସବୁ ଆବେଦନ ଫାଇଲ୍ ତଳେ ଚପି ରହିଛି। ସେଥିରୁ ୨୭୮୦ଟି ବ୍ୟାଙ୍କ୍‌ ନିକଟକୁ ପଠାଯାଇଥିବା ବେଳେ ବ୍ୟାଙ୍କ୍‌ ମାତ୍ର ୧୦ଜଣ ହିତାଧିକାରୀଙ୍କୁ ଋଣ ମଞ୍ଜୁର କରିଛି। କହିବାକୁ ଗଲେ, ଅନୁଗୁଳ ଜିଲ୍ଲାରେ ଆବେଦନର ଏକ ପ୍ରତିଶତ ହିତାଧିକାରୀଙ୍କୁ ଏ ସୁବିଧା ମିଳିପାରି ନାହିଁ।

ଫାଇଲ୍‌ରେ ଅଟକିଯାଉଛି ଦରଖାସ୍ତ
ଋଣ ଦେବାକୁ ବ୍ୟାଙ୍କ୍‌ ବି କୁନ୍ଥକୁନ୍ଥ
୧% ଲୋକଙ୍କୁ ବି ହୋଇନି ମଞ୍ଜୁର

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡ଼ିଆ, ବିଜୁ ପକ୍କାଘର ଆଦି ଆବାସ ଯୋଜନାଠାରୁ ‘ମୋ ଘର’ ଯୋଜନା ଥିଲା ପୂରା ଭିନ୍ନ। ଏଠି ସରକାର ହିତାଧିକାରୀଙ୍କ ମାନଦଣ୍ଡ ଯେମିତି କୋହଳ କରିଥିଲେ, ଅନୁଦାନ ବ୍ୟବସ୍ଥା ବି ସେମିତି କମେଇ ଦେଇଥିଲେ। ଯୋଜନା ଥିଲା, ସରକାର ପୂରା ଘର ପାଇଁ ଟଙ୍କା ଦେବେ ନାହିଁ। ଏଠି ଗରିବ ଓ ଧନୀ ସବୁ ସାମିଲ୍ ହୋଇପାରିବେ। ଯିଏ ମାସକୁ ୨୫ହଜାର ଟଙ୍କା ରୋଜଗାର କରୁଛି, କାର୍‌ ଖଣ୍ଡିଏ କରି ନିଜେ ଯାତାୟାତ କରୁଛି ସେ ବି ଏ ଘର ପାଇଁ ଆବେଦନ କରିପାରିବେ, ସରକାରୀ ପେନ୍‌ସନ୍‌ଭୋଗୀ ବି ଆବେଦନ କରିବେ। ଏମିତିକି, ଜଳସେଚିତ ୫ଏକର ଜମି ଓ ଅଣଜଳସେଚିତ ୧୫ଏକର ଜମି ମାଲିକ ବି ଏ ଯୋଜନା ପାଇଁ ଯୋଗ୍ୟ।

ନିଜ ଘରର ଜମିପଟ୍ଟା ନେଇ ଏ ଯୋଜନାରେ ଆବେଦନ କରିବେ। ସରକାର ଯାଞ୍ଚ କରିବା ପରେ ବ୍ୟାଙ୍କ୍‌ରୁ ଋଣ ବ୍ୟବସ୍ଥା ପାଇଁ ସୁପାରିସ କରାଯିବ। ସରକାର ଏ ଯୋଜନାର ଘୋଷଣା କରିବା କ୍ଷଣି ଅନୁଗୁଳ ଜିଲ୍ଲାର ଉତ୍ସାହିତ ଜନତା ଦରଖାସ୍ତ ପରେ ଦରଖାସ୍ତ ପକାଇଛନ୍ତି। ମୋଟ୍ ଉପରେ ‘ମୋ ଘର’ ଯୋଜନାରେ ଅନୁଗୁଳ ଜିଲ୍ଲା ପ୍ରଶାସନକୁ ୧୨ହଜାର ୧୮୮ଟି ଦରଖାସ୍ତ ହସ୍ତଗତ ହୋଇଛି। କିନ୍ତୁ, ଜିଲ୍ଲା ପ୍ରଶାସନ ସେଥିରୁ ମାତ୍ର ୨୭ଶହ ୮୦ଟି ଦରଖାସ୍ତ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ୍‌ ନିକଟକୁ ଋଣ ମଞ୍ଜୁର ପାଇଁ ପଠାଇଛି। ତିନି ଚତୁର୍ଥାଂଶ ଦରଖାସ୍ତ ଆଜି ବି ଜିଲ୍ଲା ପ୍ରଶାସନ ଫାଇଲ୍ ତଳେ ଚପି ରହିଛି। କେବଳ ସେତିକି ନୁହେଁ, ପ୍ରଶାସନ ଯେଉଁ ୨୭୮୦ଟି ଦରଖାସ୍ତକୁ ଛାନ୍‌ଭିନ୍‌ କରି ବ୍ୟାଙ୍କ୍‌ ନିକଟକୁ ପଠାଇଛି, ସେଠି ବି ଦରଖାସ୍ତ ଚପି ଯାଇଛି। ମୋଟ୍ ୨୭୮୦ଟି ଦରଖାସ୍ତ ମଧ୍ୟରୁ ଅନୁଗୁଳ ଜିଲ୍ଲାର ବ୍ୟାଙ୍କ୍‌ଗୁଡ଼ିକ ମାତ୍ର ୧୦ଟି ଦରଖାସ୍ତର ଋଣ ମଞ୍ଜୁର କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।