ରାଜ୍ୟ ସ୍ପେଶାଲ ରିପୋର୍ଟ

ଚିକିତ୍ସା ପାଇଁ ନନ୍ଦନକାନନ ଗଲା ହାତୀଛୁଆ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଆହତ ଅବସ୍ଥାରେ ବୁଲୁଥିବା ହାତୀଛୁଆକୁ ଆଜି ଉଦ୍ଧାର କରାଯାଇଛି। ହାତୀଛୁଆକୁ ପଲରୁ ଅଲଗା କରି ଚିକିତ୍ସା କରିବା ପାଇଁ ବନ ବିଭାଗ ପୂର୍ବରୁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲା। ତେବେ ଆଜି ଛୁଆହାତୀକୁ ଚିକିତ୍ସା ପାଇଁ ନନ୍ଦନକାନନ ପଠାଯାଇଛି। ଗତ ୧୧ ତାରିଖରେ ୧୨ ଟିକିଆ ହାତୀପଲରେ ଥିବା ଏକ ଆହତ ହାତୀଛୁଆକୁ ବନ ବିଭାଗ ଠାବ କରିଥିଲା। ଡାକ୍ତରୀ ଦଳ ଓ ବନ ବିଭାଗ କର୍ମଚାରୀ ମଇଦାନକେଲ ସଂରକ୍ଷିତ ଜଙ୍ଗଲକୁ୧୧ ଦିନ ହେବ ଯାଉଥିଲେ ବି ହାତୀଛୁଆକୁ ଧରିବାରେ ସକ୍ଷମ ହୋଇନଥିଲେ। ହାତୀଛୁଆର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେଉଥିଲା।

ହାତୀଛୁଆର ଡାହାଣପଟ ଆଗ ଗୋଡ଼ରେ ତାର ଗୁଡ଼ାଇ ହୋଇ ଆଘାତ ଲାଗିଥିବା ଜଣାପଡ଼ିଥିଲା। ଆଜି ବେଲଦା ସଂରକ୍ଷିତ ଜଙ୍ଗଲର ଭାଲୁଘରଠାରେ ହାତୀପଲକୁ ଠାବ କରାଯାଇଥିଲା। ଏହିପଲରେ ଥିବା ଅନ୍ୟ ହାତୀଗୁଡ଼ିକୁ ଘଉଡ଼ାଯାଇ ଛୁଆହାତୀରୁ ଅଲଗା କରି ଉଦ୍ଧାର କରିଥିଲେ ବନ କର୍ମଚାରୀ। ହାତୀଛୁଆର ଗୋଡ଼ରେ ଗଭୀର କ୍ଷତ ହୋଇଥିବାରୁ ତୁରନ୍ତ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ପଦ୍ମପୁର ମେଗା ନର୍ସରି ପରିସରକୁ ଅଣାଯାଇଥିଲା। ନନ୍ଦନକାନନ ଓ କେନ୍ଦୁଝର ପ୍ରାଣୀ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତରୀ ଦଳଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ହାତୀଟିକୁ ଅଧିକ ଚିକିତ୍ସା ପାଇଁ ନନ୍ଦନକାନନ ପଠାଯାଇଛି। ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କ ନେତୃତ୍ବରେ ଏକ ଟିମ୍‌ ହାତୀଛୁଆକୁ ଉଦ୍ଧାର କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।