ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଲିସ ବେଶରେ ଡକାୟତି, ୨ ଗିରଫ

ଫିରିଙ୍ଗିଆ: କେତେବେଳେ ନିଜକୁ ପୁଲିସ ତ କେତେବେଳେ ଅବକାରୀ। ବିଭିନ୍ନ ବିଭାଗର କର୍ମଚାରୀ ପରିଚୟ ଦେଇ ଡକାୟତି କରୁଥିବା ଦୁଇ ଅଭିଯୁକ୍ତଙ୍କୁ କନ୍ଧମାଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟଙ୍କ ଘର ବରଗଡ଼ ଜିଲ୍ଲାରେ ଓ ସେମାନେ ହେଲେ ବିଜୟ ମରଇ ଓ ଆଶିଷ ଦାସ। ପ୍ରାଥମିକ ତଦନ୍ତରୁ ଉଭୟ ପେସାଦାର ଡକାୟତ ହୋଇଥିବା ବେଳେ ସେମାନଙ୍କ ନାଁରେ ବିଭିନ୍ନ ଜିଲ୍ଲାର ଥାନାରେ ବହୁ ମାମଲା ରହିଛି। ଏହି ସବୁ ଜିଲ୍ଲା ପୁଲିସର ୱାଣ୍ଡେଡ୍‌ ତାଲିକାରେ ଉଭୟ ଥିଲେ ବୋଲି କନ୍ଧମାଳ ପୁଲିସ କହିଛି। ଏ ନେଇ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନାରେ କେସ୍‌ ନମ୍ବର ୪୩/୨୩ରେ ଏକ ମାମଲା ଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି।

ଗତ ମାର୍ଚ୍ଚ ୧୧ରେ ଗୋଛାପଡ଼ା ଥାନା ଲୁଇସିଂ ପଞ୍ଚାୟତ କଟିମାସ୍କା ଗ୍ରାମର ହରିଶ୍ଚନ୍ଦ୍ର ମଳିକଙ୍କ ଘରକୁ ଅଭିଯୁକ୍ତ ଦ୍ବୟ ପୁଲିସ ବେଶରେ ପଶିଥିଲେ। ଘର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ସୁନା ଲୁଟ କରି ଫେରାର ହୋଇ ଯାଇଥିଲେ। ପର ଦିନ ହରିଶ୍ଚନ୍ଦ୍ର ଗୋଛାପଡ଼ା ଥାନାରେ ଏ ନେଇ ଲିଖିତ ଏତଲା ଦେଇଥିଲେ। କନ୍ଧମାଳ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିଲା। ସେମାନଙ୍କ ମୋବାଇଲ୍‌ ଟ୍ରାକ୍‌ କରି ଗତକାଲି ବରଗଡ଼ରୁ ଗିରଫ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।