ରାଜ୍ୟ ସ୍ପେଶାଲ ରିପୋର୍ଟ

ଆୟୁଷ୍ମାନ ଭାରତ ଯୋଜନାଠାରୁ ବିଏସ୍‌କେୱାଇରେ ସୁବିଧା ଅଧିକ

ଭୁବନେଶ୍ବର: ରାଜ୍ୟରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଯୋଜନା(ଏବି-ପିଏମ୍‌ଜେଏୱାଇ) ଲାଗୁ କରିବା ପାଇଁ ଦାବି ହେଉଛି। ରାଜ୍ୟ ସରକାର ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ଲାଗୁ କରୁଛନ୍ତି। ତେବେ ଆୟୁଷ୍ମାନ ଯୋଜନାରେ ମିଳୁଥିବା ସୁବିଧାଠାରୁ କେତେକ କ୍ଷେତ୍ରରେ ବିଏସ୍‌କେୱାଇ ହିତାଧିକାରୀ ଅଧିକୁ ସୁବିଧା ପାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ। ଶ୍ରୀ ଢୋଲକିଆ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାରେ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଦେୟମୁକ୍ତ ସ୍ବାସ୍ଥ୍ୟ ସେବା ପାଇଁ ରାଜ୍ୟର ପ୍ରାୟ ୬୦% ଜନସଂଖ୍ୟା(୬୧ଲକ୍ଷ ପରିବାର) ଉପକୃତ ହେବେ। ଉଭୟ ସରକାରୀ ତଥା ଘରୋଇ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇଁ ପରିବାର ପିଛା ବାର୍ଷିକ ଆର୍ଥିକ କଭରେ ୫ଲକ୍ଷ ଟଙ୍କା ରହିଛି।

ଏଥିରେ କେବଳ ଆଇପିଡି ସେବା ଅନ୍ତର୍ଭୁକ୍ତ। ମାତ୍ର ରାଜ୍ୟ ସରକାରଙ୍କ ବିଏସ୍‌କେୱାଇ ଅଧୀନରେ ସରକାରୀ ହସ୍ପିଟାଲଗୁଡ଼ିକରେ ଦେୟମୁକ୍ତ ସ୍ବାସ୍ଥ୍ୟ ସେବା ପାଇଁ ଶତ ପ୍ରତିଶତ ଜନସଂଖ୍ୟା ଓ ଘରୋଇ ଡାକ୍ତରଖାନାରେ ଦେୟମୁକ୍ତ ସ୍ବାସ୍ଥ୍ୟ ସେବାରେ ୯୨%ରୁ ଅଧିକ ଜନସଂଖ୍ୟା(୯୬.୫ଲକ୍ଷ ପରିବାର) ସାମିଲ ହୋଇଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ସମସ୍ତ ସରକାରୀ ହସ୍ପିଟାଲରେ ଆର୍ଥିକ ସୀମା ବିନା ସମସ୍ତଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ଉପଲବ୍ଧ ରହିଛି। ଘରୋଇ ହସ୍ପିଟାଲଗୁଡ଼ିକରେ ପରିବାର ପିଛା ବାର୍ଷିକ ୫ଲକ୍ଷ ଟଙ୍କା(ମହିଳାଙ୍କ ପାଇଁ ୧୦ଲକ୍ଷ) ଆର୍ଥିକ କଭରେଜ ଦିଆଯାଉଛି। ସରକାରୀ ହସ୍ପିଟାଲରେ ଉଭୟ ଆଇପିଡି ଓ ଓପିଡି ସେବା ସାମିଲ ରହିଛି। ୧୭ଟି ରାଜ୍ୟରେ ୭ଶହରୁ ଅଧିକ ଅନୁବନ୍ଧିତ ଘରୋଇ ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।

ସେହିପରି କେନ୍ଦ୍ର ସରକାର ପ୍ରବର୍ତ୍ତିତ ପ୍ରଧାନମନ୍ତ୍ରୀ ‘ମାତୃ ବନ୍ଦନା’ ଯୋଜନାରେ ବିପିଏଲ୍‌ କାର୍ଡଧାରୀ ଅନୁସୂଚିତ ଜାତି ଓ ଜନଜାତି, ଦିବ୍ୟାଙ୍ଗ ଓ ମହିଳାଙ୍କ ପରିବାରର ବାର୍ଷିକ ଆୟ ୮ଲକ୍ଷରୁ କମ୍ ଥିଲେ ହିତାଧିକାରୀଙ୍କୁ ପ୍ରଥମ ଓ ଦ୍ବିତୀୟ କନ୍ୟା ସନ୍ତାନ ଜନ୍ମ ପାଇଁ ସହାୟତା ଦିଆଯାଉଛି। ମାତ୍ର ‘ମମତା’ ଯୋଜନାରେ ସମସ୍ତ ସରକାରୀ, କେନ୍ଦ୍ରୀୟ ଓ ରାଜ୍ୟ କର୍ମଚାରୀ ଓ ସେମାନଙ୍କ ପତ୍ନୀଙ୍କ ବାଦ୍ ଅନ୍ୟ ସବୁ ବର୍ଗର ମହିଳାମାନେ ଏହି ଯୋଜନାରେ ସାମିଲ ହୋଇଛନ୍ତି। ପ୍ରଥମ ଦୁଇଟି ଜୀବନ ଜନ୍ମ ପାଇଁ ଦୁଇଟି କିସ୍ତିରେ ୫ହଜାର ଟଙ୍କାର ଆର୍ଥିକ ସହାୟତା ସେମାନଙ୍କ ବ୍ୟାଙ୍କ ଖାତା ଜରିଆରେ ସିଧାସଳଖ ହସ୍ତାନ୍ତର କରାଯାଉଛି। ପ୍ରଥମ କିସ୍ତିରେ ଗର୍ଭାବସ୍ଥାର ୬ମାସ ପରେ ୩ହଜାର ଓ ଦ୍ବିତୀୟ କିସ୍ତିରେ ଶିଶୁକୁ ୧୦ମାସ ହେବା ପରେ ୨ହଜାର ଟଙ୍କା ପ୍ରଦାନ କରାଯାଇଥାଏ। ରାଜ୍ୟ ସରକାର ୨୦୧୯ ଓ ୨୦୨୪ ବର୍ଷ ପାଇଁ ପର୍ଯ୍ୟନ୍ତ ବିଶେଷଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ଗର୍ଭବତୀ ମହିଳାଙ୍କ ପାଇଁ ଏହି ନିୟମରେ କୋହଳ କରିଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲ ଏହି ପ୍ରଶ୍ନ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।