ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରସୁଗୁଡ଼ାରେ କାଶ୍ମିରୀ କେଶର ଚାଷ : ରୋଜଗାରର ନୂଆ ରାସ୍ତା ଦେଖାଇଲେ ସୁଜାତା

ବିଲରେ ନୁହେଁ କି ଫାର୍ମ ହାଉସ୍‌ରେ ନୁହେଁ, ଝାରସୁଗୁଡ଼ା ଭଳି ଏକ ଉତ୍ତପ୍ତ ସହରରେ ଘର ଭିତରେ ଅତ୍ୟାଧୁନିକ ପଦ୍ଧତିରେ ବିଯୁକ୍ତ ତାପମାତ୍ରାରେ ହେଉଥିବା ‘କାଶ୍ମିରୀ ମୋଗ୍ରା କେଶର’ ଚାଷ କରି ଏବେ ଚର୍ଚ୍ଚାରେ ସ୍ଥାନୀୟ ମଙ୍ଗଳବଜାରର ସୁଜାତା ଅଗ୍ରୱାଲ।

ଗତ ଜୁଲାଇରୁ ସୁଜାତା ଏହି କେଶର ଚାଷ ଆରମ୍ଭ କରିଥିବାବେଳେ ମାତ୍ର ୧୦/୧୦ର ଏକ କୋଠରିରୁ ସେ ପ୍ରାୟ ୧ କିଲୋ ଓଜନର ଉତ୍କୃଷ୍ଟମାନର କେଶର ଉତ୍ପାଦନ କରିସାରିଲେଣି। ଦେଶରେ ଚାହିଦାଠାରୁ କେଶରର ଉତ୍ପାଦନ କମ୍ ହେଉଥିବାରୁ ସବୁବେଳେ ଏହାର ଦର ଆକାଶଛୁଆଁ ରହିଛି। ତେଣୁ ଲୋକେ ଘର ଭିତରେ ଅତ୍ୟାଧୁନିକ ପଦ୍ଧତିରେ କେଶର ଚାଷ କଲେ ଲାଭବାନ୍ ହେବା ସାଙ୍ଗକୁ କେଶର ଚାହିଦା ମଧ୍ୟ ପୂରଣ ହୋଇପାରିବ ବୋଲି କହନ୍ତି ସୁଜାତା।

୨୦୨୨ରୁ ସୁଜାତା ହାଇଡ୍ରୋଫୋନିକ୍ ଏବଂ ମାଇକ୍ରୋ ଗ୍ରେନ୍ ଚାଷ ଆରମ୍ଭ କରିଥିଲେ। ତେବେ ନୂଆ କିଛି ଚାଷ କରିବା ଉଦ୍ଦେଶ୍ୟରେ ଇଣ୍ଟରନେଟ ସର୍ଚ୍ଚ କରିବାରୁ କେଶର ଚାଷ ବିଷୟରେ ଜାଣିବାକୁ ପାଇଥିଲେ। ଏଥିପାଇଁ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେଶର ବିହନ, ଉପଯୁକ୍ତ ମାଟି ବ୍ୟବସ୍ଥା, ତାପମାତ୍ରା ନିୟନ୍ତ୍ରଣ, କେଶର ଚାଷ ପାଇଁ ଉପଯୁକ୍ତ ପାତ୍ର ଆଦି ବ୍ୟବସ୍ଥା କରିବାର ଚାଲେଞ୍ଜ ଥିଲା ସୁଜାତାଙ୍କ ସାମ୍ନାରେ। ଏଥିପାଇଁ ଆବଶ୍ୟକ ତାଲିମ୍ ନେବା ପରେ ଜୁଲାଇରେ ଆରମ୍ଭ କରିଥିଲେ କେଶର ଚାଷ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୁଜାତା ଏହି କେଶର ଚାଷ ଆରମ୍ଭ କରିଛନ୍ତି। କାଶ୍ମୀରରୁ ଆବଶ୍ୟକ ମୋଗ୍ରା କେଶରର ବିହନ ମଗାଇବା ସହ ସ୍ୱତନ୍ତ୍ର ମାଟି ପ୍ରସ୍ତୁତ କରିଛନ୍ତି। ନିଜର ଏକ ଘରକୁ ଆବଦ୍ଧ କରି ଶୀତତାପ ନିୟନ୍ତ୍ରକ ଯନ୍ତ୍ର ଲଗାଇ ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହ ଥାକର ବ୍ୟବସ୍ଥା କରି ଏଥିରେ କାଠ ଓ ପ୍ଲାଷ୍ଟିକ ପାତ୍ର ବ୍ୟବହାର କରି ସେ ଚାଷ ଆରମ୍ଭ କରିଥିଲେ। ଏବେ ୪ ମାସ ପରେ ପ୍ରଥମ ପର୍ଯ୍ୟାୟ କେଶର ଅମଳ ହୋଇଛି। ଏଥିରୁ କେଶର, ଷ୍ଟେମେନ୍ସ ଏବଂ କେଶର ଫୁଲର ପାଖୁଡ଼ା ବିକ୍ରି କରି ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଆୟର ଲକ୍ଷ୍ୟ ରଖିଛନ୍ତି ସୁଜାତା। ଉଭୟ ଅଫ୍ ଲାଇନ ଏବଂ ଅନ୍‌ଲାଇନରେ ସୁଜାତା ଏହି କେଶରକୁ ବିକ୍ରି କରିବେ ବୋଲି କହିଛନ୍ତି।

-ତେଜସ୍କର ମହାପାତ୍ର

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।