ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ପାଳନ: ସମ୍ବଲପୁର ବ୍ୟତୀତ ଅନ୍ୟ ୧୦ ଜିଲ୍ଲାରେ ପ୍ରଭାବ ପରିଲକ୍ଷିତ

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡ଼ିଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼,କଳାହାଣ୍ଡି, ନୂଆପଡ଼ା ଆଦି ସମେତ ୧୧ଟି ଜିଲ୍ଲାରେ ବନ୍ଦର ପ୍ରଭାବ ରହିଛି। କେତେକ ସ୍ଥାନରେ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ବିଭିନ୍ନ ସ୍ଥାନରେ ସଂଯୁକ୍ତ କ୍ରିୟାନୁଷ୍ଠାନ ପକ୍ଷରୁ ପିକେଟିଂ କରାଯାଉଛି।

ପଶ୍ଚିମ ଓଡ଼ିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କରାଯାଉଛି। ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଂଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ବନ୍ଦ ଡାକରାରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ବନ୍ଦ ଡାକରାରେ ସାମିଲ ପାଇଁ ଆହ୍ୱାନ ଦିଆଯାଇଛି। ଆଜି ସମସ୍ତ ସରକାରୀ, ବେସରକାରୀ ଅଫିସ, ଗାଡି ଚଳାଚଳ ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ପଶ୍ଚିମ ଓଡିଶାର ସମସ୍ତ ଅଂଚଳରେ ଦୋକାନ ବଜାର ବନ୍ଦ ରଖିବା ସହ ଗାଡିଚଳାଚଳ ବନ୍ଦ ରଖି ବନ୍ଦ ଡାକରାକୁ ସଫଳ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ଦେଇଛି। ଓଲିଉଡ ବିବାଦ ପରେ ଅଧିକ ସକ୍ରିୟ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି। ସରକାର ମଧ୍ୟ ପଶ୍ଚିମ ଓଡ଼ିଶା ପ୍ରତି ପାତର ଅନ୍ତର କରୁଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ଏମ୍ସ ହସ୍ପିଟାଲ, କଟନ କରିଡର ପ୍ରତିଷ୍ଠା ଦାବିକୁ ଆଂଚଳିକ ବୈଷମ୍ୟ ଯୋଗୁଁ ଅଣଦେଖା କରାଯାଉଛି । ବୈମାତୃକ ମନୋଭାବ ପୋଷଣ କରି ପଶ୍ଚିମ ଓଡ଼ିଶାର ବିକାଶ ରାଜ୍ୟ ସରକାର ଚାହୁଁନଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଆଉ ଏହାର ପ୍ରତିବାଦରେ କମିଟି ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।