ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁରରେ ମିଲର୍ସଙ୍କ ମନମାନି! ୪୭ ପ୍ରତିଶତ ମିଲର୍ସ ଫେରାଇ ନାହାନ୍ତି କଷ୍ଟମ୍‌ ମିଲିଂ ଚାଉଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମିଲର୍ସଙ୍କ ମନମାନି ଚାଲିଛି। ରବିରେ ସରକାର କିଣିଥିବା ଧାନ ମିଲର୍ସ ନେଇଥିଲେ। କଷ୍ଟମ୍‌ ମିଲିଂ କରି ଚାଉଳ ଫେରାଇବା କଥା। ହେଲେ ସମ୍ବଲପୁର ଜିଲ୍ଲାରେ ଏଯାଏଁ ନେଇଥିବା ଧାନ ବାବଦକୁ ଚାଉଳ ମାତ୍ର ୫୩ ପ୍ରତିଶତ ମିଲର୍ସ ଫେରାଇଛନ୍ତି। ପାଖାପାଖି ୪ ହଜାର କୁଇଣ୍ଟାଲ ଚାଉଳ ଏଯାଏଁ ମିଲର୍ସ ଫେରାଇ ନାହାନ୍ତି। ମିଲର୍ସ ଏତେ ପରିମାଣର ଚାଉଳ ଫେରାଇନଥିବା ପ୍ରସଙ୍ଗରେ ଯୋଗାଣ ବିଭାଗ ଏବଂ ଏଫ୍‌ସିଆଇ କର୍ତ୍ତୃପକ୍ଷଙ୍କ ଭିତରେ ଦୋଷ ଲଦାଲଦି ଆରମ୍ଭ ହୋଇଛି।

ଯୋଗାଣ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ରବିରେ ୧୨ ଲକ୍ଷ ୪୩ ହଜାର ୨୨ କୁଇଣ୍ଟାଲ ଧାନ ଚାଷୀଙ୍କଠାରୁ କିଣାଯାଇଥିଲା। କଷ୍ଟମ ମିଲିଂ ପାଇଁ ଜିଲ୍ଲାର ୪୬ଟି ରାଇସ ମିଲ ମଣ୍ଡିରୁ ଧାନ ଉଠାଇଥିଲେ। ମିଲର୍ସମାନେ କଷ୍ଟମ ମିଲିଂ ପରେ ୮ଲକ୍ଷ ୪୫ ହଜାର ୨୫୫ କୁଇଣ୍ଟାଲ ଚାଉଳ ନେଇଥିବା ଧାନ ବାବଦକୁ ଫେରାଇବାର ଥିଲା। କିନ୍ତୁ ନଭେମ୍ବର ୧୫ ତାରିଖ ସୁଦ୍ଧା ୪ ଲକ୍ଷ ୫୦ ହଜାର ୩୩୨ କୁଇଣ୍ଟାଲ ଚାଉଳ (୫୩.୩ ପ୍ରତିଶତ) ମିଲର୍ସ ଫେରାଇଛନ୍ତି। ବାକି ପାଖାପାଖି ୪ଲକ୍ଷ (୩ଲକ୍ଷ ୯୪ହଜାର ୯୨୩ କୁଇଣ୍ଟାଲ ଚାଉଳ) ଏଯାଏ ଫେରାଇ ନାହାନ୍ତି। ୪୬ ମିଲର୍ସଙ୍କ ଭିତରୁ ମାତ୍ର ୪ଟି ରାଇସ ମିଲ୍‌ ନେଇଥିବା ଧାନ ବାବଦକୁ ଶତପ୍ରତିଶତ ଚାଉଳ ଫେରାଇଛନ୍ତି। ବାକି ୪୨ ମିଲର୍ସଙ୍କ ମଧ୍ୟରେ ଏମିତି ବି ଅଛନ୍ତି, ​ଯେଉଁମାନେ ମାତ୍ର ୧୩ ରୁ ୨୦ ପ୍ରତିଶତ ଚାଉଳ ଫେରାଇଛନ୍ତି। ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡ଼ୁଙ୍କୁ ଚାଉଳ ଫେରାଇବାରେ ମିଲର୍ସଙ୍କ ବିଳମ୍ବ ନେଇ ପଚାରିବାରୁ, ଏଫ୍‌ସିଆଇରେ ରୢାକ୍‌ ଲାଗିଥିଲେ ମିଲର୍ସଙ୍କ ଚାଉଳ ଫେରାଇ ଦିଆଯାଉଛି। ମିଲର୍ସଙ୍କ ଚାଉଳ ଗାଡ଼ି ଆସୁଥିଲେ ବି ଅନଲୋଡିଂରେ କିଛି ଦିନ ସମସ୍ୟା ହୋଇଥିଲା। ଏଣୁ ବିଳମ୍ବ ହୋଇଥିବା କହିଛନ୍ତି। ଅପରପକ୍ଷରେ ଏଫ୍‌ସିଆଇ ଡିଏମ୍‌ କହିଛନ୍ତି, ମିଲର୍ସ ଚାଉଳ ଆଣିଲେ ରଖାଯାଉଛି। ପର୍ଯ୍ୟାୟକ୍ରମେ ଠିକ୍‌ ସମୟରେ ରାଇସ ମିଲ୍‌ଗୁଡ଼ିକ କଷ୍ଟମ ମିଲିଂ ଚାଉଳ ଦେଇନଥିଲେ। ଏବେ ଶେଷ ବେଳକୁ ଚାଉଳ ଏକାଥରକେ ଦେଉଛନ୍ତି। ତାହା ପୁଣି ଯିଏ ଯେତେ ଲଟ୍‌ ଦେବେ କହୁଛନ୍ତି, ସେତିକି ଦେଉ ନାହାନ୍ତି ବୋଲି ସେ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯେଉଁ ମିଲର୍ସ ଚାଉଳ ଦେବାରେ ବିଳମ୍ବ କରୁଥିଲେ କାହିଁକି ପୂର୍ବରୁ ଯୋଗାଣ ବିଭାଗ ତାଗିଦ କରିନଥିଲା?

ସୂଚନାଯୋଗ୍ୟ ଯେ, ଆସନ୍ତା ୨୨ ତାରିଖରୁ ସମ୍ବଲପୁର ଉପଖଣ୍ଡରେ ଧାନକିଣା ଆରମ୍ଭ ହେବ। ସେହି ତାରିଖ ଯାଏଁ ୪୨ ମିଲର୍ସ ଭିତରୁ କେତେ ଜଣ ଚାଉଳ ଫେରାଇ ପାରିବେ? ମିଲର୍ସ ବାକି ଫେରାଇବାକୁ ଥିବା ଚାଉଳର ପରିମାଣ ଦେଖିଲେ ଏ ମାସ ଶେଷ ସୁଦ୍ଧା ବି ସେମାନେ ଚାଉଳ ସବୁ ଫେରାଇ ପାରିବେ ନା ନାହିଁ ତାହା ସନ୍ଦେହ। ଏଭଳି ସ୍ଥିତିରେ ଜୟ କିସାନ ଆଦିମ କୃଷକ ସୁରକ୍ଷା ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ନିର୍ଦ୍ଧାରିତ ତାରିଖ ଏବଂ ମଣ୍ଡିରେ ୪୮ ଘଣ୍ଟା ଭିତରେ ଚାଷୀଙ୍କ ଧାନ ନଉଠିଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି। ସେହିପରି କିଛି ଦିନ ତଳେ ଚାଷୀର ରେଖାଠାରେ ବିଭିନ୍ନ କୃଷକ ସଂଗଠନ ଚାଷୀ ଅଭାବୀ ବିକ୍ରିର ଶିକାର ହେଲେ ତୀବ୍ର ଲଢ଼େଇ ହେବ ବୋଲି ବଜ୍ର ଶପଥ ନେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।