ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜଳିଗଲା ଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ୍‌ର ୩ ବଗି

ଇଟାୱା (ୟୁପି): ଉତ୍ତରପ୍ରଦେଶର ଇଟାୱାଠାରେ ଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଭୀଷଣ ଅଗ୍ନିକାଣ୍ଡ ଘଟି ୩ଟି ବଗି ଜଳିଯାଇଛି। ଏହି ଟ୍ରେନ ଇଟାୱାର ସରାୟ ଭୂପତ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିଥିଲା। ଛଟ୍‌ ପର୍ବ ପାଇଁ ବିହାର ଅଭିମୁଖେ ଯାଉଥିବା ଟ୍ରେନରେ ପ୍ରବଳ ଭିଡି ହୋଇଥିବା ବେଳେ ଏଭଳି ଘଟଣା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି । ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ଜଣେ ଯାତ୍ରୀ କହିଛନ୍ତି ଯେ ନିଆଁ ଲାଗିବା ମାତ୍ରେ କୋଚ୍‌ ଭିତରେ ଦଳାଚକଟା ସ୍ଥିତି ଉପୁଜିଥିଲା ଏବଂ ଏଥିରେ ଅନେକ ଆହତ ହୋଇଥିଲେ। ନିଆଁକୁ ତତ୍କାଳ ଆୟତ୍ତ କରିବା ପାଇଁ କୌଣସି ବ୍ୟବସ୍ଥା ନଥିଲା ଏବଂ ଆମେ ଝରକା ଦେଇ ବାହାରି ଆସିବାକୁ ସକ୍ଷମ ହୋଇଥିଲୁ ବୋଲି ସେ କହିଛନ୍ତି। ନିଆଁ ଲାଗିବା ପରେ ଟ୍ରେନର ଏସ୍‌-୧, ଏସ୍‌-୨ ଓ ଏସ୍‌-୩ ବଗିକୁ ଅଲଗା କରିଦିଆଯାଇଥିଲା। ପ୍ରଥମେ ଏସ୍‌-୧ରେ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ