ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟନେଲ ଭୁଶୁଡ଼ିବା ଘଟଣା: ଫସି ରହିଛନ୍ତି ଆହୁରି ୪୦; ପାଇପ୍‌ ଯୋଗେ ଦିଆଯାଉଛି ପାଣି, ଖାଦ୍ୟ, ଅମ୍ଳଜାନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକ‌ାଶୀ ଜିଲ୍ଲାରେ ଗତକାଲି ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ପରେ ଆଜି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି ୪୦ ଜଣ କର୍ମଚାରୀ ସେଠାରେ ଫସି ରହିଛନ୍ତି ବୋଲି ସୂଚନା ରହିଛି।

ADVERTISEMENT

ଜଣେ ଅଧିକାରୀ ଗଣମାଧ୍ୟମ‌ରେ କହିଛନ୍ତି ଯେ ଫସି ରହିଥିବା ଶ୍ରମିକମାନେ ନିରାପଦରେ ଅଛନ୍ତି, ସେମାନଙ୍କ ସହ ଯୋଗାଯୋଗ ହୋଇଛି। ଏହାଛଡ଼ା ଟନେଲ ଭିତରକୁ ଜଳ ଯୋଗାଣ ପାଇଁ ପାଇପଲାଇନ ଏବଂ ଅମ୍ଳଜାନ ଯୋଗାଇ ଦିଆଯାଉଛି। ସମାନ ପାଇପ୍ ମାଧ୍ୟମରେ ରାତିରେ ଫସି ରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଥିଲା।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ଯାଞ୍ଚ କରିବେ। ତେବେ ସେଠାରୁ ଭଗ୍ନ ଆବର୍ଜନା ହଟାଇବା ପାଇଁ ଭାରୀ ଖନନକାରୀ ଯନ୍ତ୍ର ନିୟୋଜିତ କରାଯାଇଛି।

ରବିବାର ସକାଳେ ନିର୍ମାଣାଧୀନ ଟନେଲ୍‌ଟି ଭୁଶୁଡ଼ି ପଡ଼ିଥିଲା। ବ୍ରହ୍ମଖାଲ୍‌-‌ୟମୁନୋତ୍ରୀ ଜାତୀୟ ରାଜପଥର ସିଲ୍‌କ୍ୟାରାରୁ ଦଣ୍ଡାଲ୍‌ଗାଓଁକୁ ସଂଯୋଗ କରୁଥିବା ଟନେଲ୍‌ରେ ଅନେକ କର୍ମଚାରୀ ଫସି ରହିଥିବା ଅନୁମାନ କରାଯାଉଥିଲା।

ଦୁର୍ଘଟଣା ଘଟିବା ପରେ ନେସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ ଫଣ୍ଡ୍‌ (ଏନ୍‌ଡିଆର୍‌ଏଫ୍‌) ଏବଂ ଷ୍ଟେଟ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ ଫଣ୍ଡ୍‌ (ଏସ୍‌ଡିଆର୍‌ଏଫ୍‌) ଟିମ୍‌ ଓ ପୁଲିସ୍‌ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି କରି ଦେଇଥିଲେ।

ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଧାମି ଫେସବୁକରେ ଏକ ପୋଷ୍ଟ କରି କହିଛନ୍ତି, “ମୁଁ ଘଟଣାସ୍ଥଳରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି ଏବଂ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଁ ସେମାନଙ୍କୁ କହିଛି। ସମସ୍ତଙ୍କୁ ନିରାପଦରେ ଉଦ୍ଧାର କରାଯାଉ ବୋଲି ମୁଁ ପ୍ରାର୍ଥନା କରୁଛି।”

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ