ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଙ୍ଗଲ ଭିତରେ କାଠର ପାହାଡ଼ ଠାବ: ବର୍ଷବର୍ଷ ଧରି ଗଛ କଟାଚାଲିଛି, ବିପୁଳ ପରିମାଣର କାଠ ଜବତ

ଓଡ଼ଗାଁ: ସମସ୍ତଙ୍କ ଆଖିରେ ଧୂଳିଦେଇ ପାହାଡ଼ ଭିତରେ ଚାଲିଥିଲା କାଠ ମାଫିଙ୍କ ରାଜ୍‌। ଦିନ ଦ୍ବିପହରରେ ମୂଲ୍ୟବାନ ଗଛ କାଟି କରତକଳ ସାହାଯ୍ୟରେ ଚିରି ନିର୍ଦ୍ବନ୍ଦ୍ବରେ ସହରକୁ ବୁହା ହେଉଥିଲା। ବର୍ଷ ବର୍ଷ ଧରି ଏପରି ଆଡ଼ା ଜମିଥିଲେ ମଧ୍ୟ ବନ ବିଭାଗ ଟିକେ ବି ସୁରାକ୍‌ ପାଇନଥିଲା। ଆଜି କୌଣସି ସୂତ୍ରରୁ ଖବରପାଇ ବନ କର୍ମଚାରୀମାନେ ଚଢ଼ଉ କରି କାଠର ପାହାଡ଼କୁ ଠାବ କରିବାରେ ସଫଳ ହୋଇଛନ୍ତି।

ପ୍ରକାଶଥାଉକି, ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ରୋହିବାଙ୍କ କଦମଝର ବିଟ୍ ନିକଟସ୍ଥ ଗୟଳସିଂହ ଜଙ୍ଗଲରେ ବହୁଦିନ ଧରି କାଠ କାରବାର ଚାଲିଥିଲା ବେଳେ ଜଙ୍ଗଲରୁ ଶାଳ, ଶାଗୁଆନ, ପଣସ, ଆମ୍ବଗଛ କାଟି ଜଙ୍ଗଲ ଭିତରେ କାଠ କଟା ଯାଉଥିଲା। ଆଜି ଓଡ଼ଗାଁ ବନାଞ୍ଚଳ, ପଞ୍ଚିରିଡ଼ା ବନାଞ୍ଚଳ କର୍ମଚାରୀଙ୍କ ସମେତ ନୟାଗଡ଼ ଏନ୍‌ଫୋର୍ସମେଣ୍ଟ ଟିମ୍‌ ମିଳିତ ଭାବେ ଜଙ୍ଗଲରେ ଚଢ଼ଉ କରି ୨୦ରୁ ଅଧିକ କାଠଗଣ୍ଡି ଜବତ କରିବାରେ ସଫଳ ହୋଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଜଙ୍ଗଲ ଭିତରେ ଏତେ ଦିନ ଧରି ଏହି ଆଡ଼ା ଚାଲିଥିଲା ବେଳେ ବନବିଭାଗ ପାଖରେ କିପରି ଖବର ନଥିଲା। କାହା ନିର୍ଦ୍ଦେଶରେ ଏଠାରେ କାଠ କାଟି ଚିରା ଯାଉଥିଲା।

ଜଙ୍ଗଲ ମଧ୍ୟରୁ ୫ଖଣ୍ଡ ବିରାଟ ଶାଳ, ୪ଖଣ୍ଡ ଶାଗୁଆନ, ୫ଖଣ୍ଡ ପଣସ, ୨ଖଣ୍ଡ ଆମ୍ବ କାଠଗଣ୍ଡି ଜବତ କରାଯାଇଥିବା ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକ ସୂଚନା ଦେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ହଜାର ଟଙ୍କା ହେବ ବୋଲି ଦର୍ଶାଯାଇଛି। କିନ୍ତୁ ଏହି କାଠ କାହାର ଓ ସେଠାରେ କିଏ କାଠ କାଟୁଥିଲା ସେ ନେଇ ବନବିଭାଗ ନିରବ। କେବଳ ସେତିକି ନୁହଁ, ଓଆର୍‌ କେସ୍‌ କାଟିବା ବଦଳରେ ଘଟଣାରେ ୟୁଡି କେସ୍‌ କଟାଯାଇଛି। ଘଟଣାର ତଦନ୍ତ କରିବା ସହିତ ଏଭଳି ଜଙ୍ଗଲ ମଧ୍ୟରେ ଚାଲିଥିବା ବେଆଇନ କାଠଗୋଲା ଠାବ କରିବାକୁ ସାଧାରଣରେ ଦାବିହେଉଛି। ଚଢ଼ଉରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଶ୍ରୀ ମଲ୍ଲିକଙ୍କ ସମେତ ଫରେଷ୍ଟର ସରିତା ବରାଳ, ଗାର୍ଡ ଦିଲୀପ କୁମାର ପ୍ରଧାନ, ଉଦ୍ଧବ ପ୍ରଧାନ, ବନଶ୍ରୀ ନାୟକ, ମୁରଲୀଧର ରାଉତ, ପଞ୍ଚିରିଡ଼ା ବନ କର୍ମଚାରୀମାନେ ସାମିଲ୍‌ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।