ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁର୍ଗମ ଅଞ୍ଚଳରେ ବିକାଶ: ସେବା ଯୋଗାଇବାକୁ ୩କିମି ଚାଲିଲେ ସ୍ବାସ୍ଥ୍ୟ କର୍ମଚାରୀ

ଝରିଗାଁ: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାର ଡେଙ୍ଗୁରା ବଜାଉଥିବା ବେଳେ ଦୁର୍ଗମ ଅଞ୍ଚଳର ଲୋକେ ବିକାଶର ଅର୍ଥ କିଛି ବୁଝିପାରନ୍ତି ନାହିଁ। ରାସ୍ତାଘାଟର ଅଭାବ କାରଣରୁ ଦୁର୍ଗମ ଅଞ୍ଚଳର ଅନେକ ଗାଁକୁ ଯାନବାହନ ଚଳାଚଳ କରିପାରେ ନାହିଁ। ଏହି କାରଣରୁ ଅନେକ ସମୟରେ ଲୋକଙ୍କୁ ସ୍ବାସ୍ଥ୍ୟଜନିତ ଅସୁବିଧା ପାଇଁ ଜୀବନ ହରାଇବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ସରକାରୀ ମେଡିକାଲ କର୍ମଚାରୀଙ୍କୁ ମଧ୍ୟ ରୋଗୀଙ୍କ ନିକଟରେ ପହଞ୍ଚିବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଏପରିକି ବହୁ ଦୂରରେ ଅଞ୍ଚଳକୁ ପାଦରେ ଚାଲିଚାଲି ଯିବାକୁ ପଡ଼ିଥାଏ। ଏଭଳି ଦୁର୍ଗମ ଅଞ୍ଚଳର ଉଦାହାରଣ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଂଚାୟତର ବିଭିନ୍ନ ଗ୍ରାମ। ତେଲନଦୀ ପଞ୍ଚାୟତ ଦୁର୍ଗମ ଗ୍ରାମଗୁଡ଼ିକୁ ସ୍ବାସ୍ଥ୍ୟ କର୍ମୀମାନେ ସେବା ଯୋଗାଇବା ପାଇଁ ୩କିମି ଚାଲିଥିବା ଘଟଣା ଦେଖିବାକୁ ମିଳିଛି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଂଚାୟତର ବିଭିନ୍ନ ଗ୍ରାମକୁ ପ୍ରଶାସନ ପକ୍ଷରୁ ରାସ୍ତା ହୋଇନଥିବା ନଥିବା ବେଳେ ସେହି ଗ୍ରାମ ଗୁଡିକରେ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇ ପଡିଥାଏ। ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମିଶନ ଇନ୍ଦ୍ର ଧନୁସ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତେଲନଦୀ ପଂଚାୟତର ବିଭିନ୍ନ ଉପାନ୍ତ ଗ୍ରାମରେ ସ୍ବାସ୍ଥ୍ୟ କର୍ମଚାରୀ ମାନେ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି। ଶନିବାର ପଂଚାୟତର ଚେପଟିଆମ୍ବା ଗ୍ରାମରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଯାଇଥିବା ସ୍ବାସ୍ଥ୍ୟ କର୍ମଚାରୀମାନେ ରାସ୍ତା ନଥିବା ଯୋଗୁଁ ତିନି କିଲୋମିଟର ଦୂର ଔଷଧ ବହି ଚାଲିଚାଲି ଯିବା ପରେ ସ୍ବାସ୍ଥ୍ୟ ସେବା ଯୋଗାଇଛନ୍ତି। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରଭାଇଜର ପରନ୍ନାଥ ମାଝୀ, ବିଭୁ ପ୍ରସାଦ ଉଲ୍ଲକା ଏବଂ ମହିଳା ସ୍ବାସ୍ଥ୍ୟ କର୍ମୀ ଜଗବତୀ ମାଝୀ ଭାଲୁଡଙ୍ଗରି ଗ୍ରାମ ପର୍ଯ୍ୟନ୍ତ ଯେକୌଣସି ପ୍ରକାରେ ଯିବା ପରେ ଭାଲୁଡଙ୍ଗରି ଗ୍ରାମ ଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଚେପଟିଆମ୍ବା ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ମକା ଜମି ହିଡରେ ଚାଲିଚାଲି ଔଷଧ ବହି ଗ୍ରାମରେ ପହଞ୍ଚି ସ୍ବାସ୍ଥ୍ୟ ସେବା ଯୋଗାଇ ଛନ୍ତି।ଭାଲୁଡଙ୍ଗରି ଗ୍ରାମରେ ୪ ଜଣ ଶିଶୁ ଏବଂ ଚେପଟିଆମ୍ବା ଗ୍ରାମରେ ୪ ଜଣ ଶିଶୁଙ୍କୁ ଟୀକା କରଣ କରିଥିବା ସୂଚନା ମିଳିଛି।

ସୂଚନା ପ୍ରକାରେ ତେଲନଦୀ ପଂଚାୟତର ଭାଲୁଡଙ୍ଗରି ଏବଂ ଚେପଟିଆମ୍ବା ଗ୍ରାମକୁ ଯିବା ପାଇଁ ତଳଚାଉରୀ ଗ୍ରାମ ଦେଇ ଯିବା ପାଇଁ ପଡେ। ତଳଚାଉରି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଏକ ପ୍ରକାର ରହିଥିବା ବେଳେ ତଲଚାଉରୀ ଠାରୁ ଭାଲୁଡଙ୍ଗରି ଗ୍ରାମ ପର୍ଯ୍ୟନ୍ତ ମାଟି ରାସ୍ତା ସଚନୀୟ ହୋଇ ପଡିଛି। ସେହିପରି ରାସ୍ତାରେ ଏକ ନାଳ ପଡ଼େ ନାଳ ଉପରେ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ ହୋଇନାହିଁ। ସେହିପରି ଭାଲୁଡଙ୍ଗରି ଗ୍ରାମ ଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଚେପଟିଆମ୍ବା ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ କହିଲେ ଚଳେ।ମକା ଜମି ହିଡ ଦେଇ ଯିବା ପାଇଁ ପଡିଥାଏ।ଉଭୟ ପାର୍ଶ୍ୱରେ ମକା ଗଛ ରହୁଥିବା ବେଳେ ଭାଲୁର ଭୟ ରହିଥାଏ। ଦୀର୍ଘ ବର୍ଷ ହେବ ଭାଲୁଡଙ୍ଗରି ସ୍ଥାପନ ହୋଇଥିଲେ ମଧ୍ୟ ଏହି ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ବେଳେ ଏବଂ ଚେପଟିଆମ୍ବା ଗ୍ରାମକୁ ରାସ୍ତା ନାହିଁ।ଖରା ଓ ଶୀତ ଦିନ ମାନଙ୍କରେ ଯେକୌଣସି ପ୍ରକାରେ ଚେପଟିଆମ୍ବା ଗ୍ରାମବାସୀ ଯାତାୟତ କରୁଥିବା ବେଳେ ବର୍ଷା ଦିନ ମାନଙ୍କରେ ଯାତାୟତ ସମ୍ଭବ ହୋଇନଥାଏ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।