ରାଜ୍ୟ ସ୍ପେଶାଲ ରିପୋର୍ଟ

ନନ୍ଦନକାନନରୁ ଲୋପ ପାଇଗଲେ ଆଫ୍ରିକୀୟ ସିଂହ: ଆଖିବୁଜିଲା ସିଂହୀ ‘ବିନି’

ବାରଙ୍ଗ/ତ୍ରିଶୂଳିଆ: ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ଆଫ୍ରିକୀୟ ସିଂହୁଣୀ ‘ବିନି’ ଆଖି ବୁଜିଦେଇଛି। ତାକୁ ୧୭ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିନିର ମୃତ୍ୟୂ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ।

୨୦୧୫ ମସିହାରେ ବିନିକୁ ଇସ୍ରାଏଲରୁ ଅଣାଯାଇଥିଲା। ୨୦୦୭ ଜାନୁଆରି ୧ରେ ଜନ୍ମ ନେଇଥିବା ବିନିକୁ ସେତେବେଳେ ୮ ବର୍ଷ ବୟସ ହୋଇଥିଲା। ସେତେବେଳେ ବିନି ସମେତ ୪ଟି ସିଂହ ଓ ୪ଟି ଜେବ୍ରା ମଧ୍ୟ ଆସିଥିଲେ। କିନ୍ତୁ କାଳକ୍ରମେ ଆଫ୍ରିକୀୟ ସିଂହ ଓ ଜେବ୍ରାଙ୍କ ମୃତ୍ୟୁ ହୋଇଥିଲା। ଶେଷକୁ ବିନି ହିଁ ଏକମାତ୍ର ଆଫ୍ରିକୀୟ ସିଂହ ଥିଲା। ବାର୍ଦ୍ଧକ୍ୟ ହେତୁ ବିନିର ଅଧିକାଂଶ ଦାନ୍ତ ଝଡ଼ି ପଡ଼ିଥିଲା ଏବଂ ଭଲରେ ଖିଆପିଆ ନ କରିପାରି ସେ ଧୀରେଧୀରେ ଦୁର୍ବଳ ହୋଇପଡ଼ିଥିଲା। ତାକୁ ୨୯ ନମ୍ବର ଖୁଆଡ଼ର ଖାଦ୍ୟ ଗ୍ରହଣ କକ୍ଷରେ ରଖି ଚିକିତ୍ସା କରାଯାଉଥିଲା। ସ୍ୱାସ୍ଥ୍ୟ କମିଟିର ବିଶେଷଜ୍ଞମାନେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ। ତାକୁ କୁକୁଡା ମାଂସ ଗୁଣ୍ଡ କରି ଖାଇବାକୁ ଦିଆଯାଉଥିଲା ଏବଂ ଅଣ୍ଡାରେ ମିଶାଇ ବିଭିନ୍ନ ଔଷଧ ଦିଆଯାଉଥିଲା। ବିନିର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୧୪ଟି ଏସୀୟ (୮ ସିଂହ ଓ ୬ ସିଂହୁଣୀ ) ଓ ୭ଟି ବର୍ଣ୍ଣଶଙ୍କର ( ୪ସିଂହ ଓ ୩ ସିଂହୁଣୀ)ଙ୍କୁ ମିଶାଇ ମୋଟ ୨୧ଟି ସିଂହ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।