ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁକ୍ତିଲାଭ କଲା ଦୁଇଟି ଓଡ଼ିଆ ଫିଲ୍ମ: ‘ମାଇଁ ସ୍ବିଟ୍‌ ହାଉସୱାଇଫ୍‌’ ଓ ‘ପ୍ରଥା’

ଭୁବନେଶ୍ବର: ପୂଜା ବଜାରର ଭିଡ଼ ଓ ଗହଳଚହଳ ପରେ ଆଜି ଗୋଟିଏ ଦିନରେ ଦୁଇଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି: ‘ମାଇଁ ସୁଇଟ୍ ହାଉସ୍‌ୱାଇଫ୍’ ଓ ‘ପ୍ରଥା’। ‘ମାଇଁ ସୁଇଟ୍ ହାଉସ୍ୱାଇଫ୍’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହିତ ଫିଲ୍ମର ପ୍ରଯୋଜନା କରିଛନ୍ତି ଅଭିନେତ୍ରୀ ନୈନା ଦାସ ତିୱାରୀ ଓ ଅଭିନେତା ପ୍ରୀତିରାଜ ଶତପଥୀ। ସହଯୋଗୀ ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ତିୱାରୀ l ଏହାର ନିର୍ଦ୍ଦେଶନା ଦେଇଛନ୍ତି ପିନାକୀ ସିଂ ଓ ଶିଶିର ସାହୁ। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ବରେ ଅଛନ୍ତି ଅମିତ କୁମାର ଦାଶ। ସଙ୍ଗୀତରେ ଏହାକୁ ସଜାଇଛନ୍ତି ରାହୁଲ ରାଉଳ। ସେହିପରି ସନ୍‌ଲିଶା ସିଗ୍‌ନେଚର୍‌ ଫିଲ୍ମସ୍‌ ବ୍ୟାନର ତଥା ସନଲିଶା ପଟେଲଙ୍କ ଦ୍ୱାରା ପ୍ରଯୋଜିତ ‘ପ୍ରଥା’ର ନାୟକ ଭୂମିକାରେ ଅଛନ୍ତି ସ୍ୱରାଜ ବାରିକ। ତାଙ୍କ ସହିତ ଅଛନ୍ତି ଦୁଇଜଣ ନାୟକା- ଶୀତଲ ପାତ୍ର ଓ ସିମ୍‌ରନ କୌର। ଅଭିନୟରେ ଆହୁରି ଅଛନ୍ତି ଚୌଧୁରୀ ବିକାଶ ଦାସ, ଜୟ ପ୍ରକାଶ ଦାସ, ବବି ମିଶ୍ର, ରବି ମିଶ୍ର, ଡିସ୍କୋ ରେଡ୍ଡୀ ଓ ଇଲୁ ବାନାର୍ଜୀ ପ୍ରମୁଖ। କେ. ମୁରଲୀକ୍ରିଷ୍ଣା ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି ଅସଦ୍‌ ନିଜାମ। ଓଲିଉଡ୍‌ ସମେତ ମୁମ୍ବାଇ, ଦିଲ୍ଲୀ ଓ ପଞ୍ଜାବର କଳାକାରଙ୍କୁ ନେଇ ‘ପ୍ରଥା’ର ସୁଟିଂ କୋରାପୁଟ ସହିତ ଦିଲ୍ଲୀ ଓ ପଞ୍ଜାବର ବିଭିନ୍ନ ଲୋକେସନ୍‌ରେ ହୋଇଛି।

ଆଜି ‘ମାଇଁ ସୁଇଟ୍ ହାଉସ୍ୱାଇଫ୍’ର ପ୍ରିମିୟର୍‌ ଭୁବନେଶ୍ବରର ମହାରାଜା ହଲଠାରେ ଅନୁଷ୍ଠିତ ହୋଇଥିବାବେଳେ ‘ପ୍ରଥା’ର ପ୍ରିମିୟର ହୋଇଛି ଭୁବନେଶ୍ୱରସ୍ଥିତ ସ୍ୱାତୀ ସିନେପ୍ଲେକ୍ସରେ। ପ୍ରଥମ ଫିଲ୍ମଟି ୨୫ଟି ସିନେମା ହଲ୍‌ରେ ପ୍ରଦର୍ଶିତ ହେଉଥିବାବେଳେ ଦ୍ବିତୀୟଟିର ଭାଗରେ ପଡ଼ିଛି ମୋଟ୍‌ ୪୮ଟି ହଲ୍‌। ବିବାହ ହେଉଛି ଏକ ପବିତ୍ର ବନ୍ଧନ। ବିଶେଷ ଭାବେ ଆମ ଭାରତୀୟ ସମାଜ ଓ ସଂସ୍କୃତିରେ ବିବାହର ସ୍ୱତନ୍ତ୍ର ସ୍ଥାନ ରହିଛି। ଏଠି କେବଳ ବରକନ୍ୟାଙ୍କର ନୁହେଁ, ବରଂ ଦୁଇଟି ପରିବାର ମଧ୍ୟରେ ବିବାହ ହୋଇଥାଏ। ପୁରୁଷ ଓ ନାରୀ ଉଭୟ ଏହି ବନ୍ଧନରେ ଆବଦ୍ଧ ହୁଅନ୍ତି ଓ ଏକ ସଫଳ ବୈବାହିକ ଜୀବନରେ ଉଭୟଙ୍କର ସ୍ୱତନ୍ତ୍ର ଭୂମିକା ରହିଥାଏ।

ଝିଅଟିଏ ସିନ୍ଥିରେ ସିନ୍ଦୂର ପିନ୍ଧି, ଏରୁଣ୍ଡି ଟପି, ନିଜର ଏକ ପରିଚୟ ନେଇ ଆସିଥାଏ। ସାଥୀରେ ନେଇ ଆସିଥାଏ କେତେ ସ୍ବପ୍ନ। ଦମ୍ପତି ପରସ୍ପରକୁ ବୁଝି ଓ ସମ୍ମାନ ଜଣାଇ ପାରିଲେ ଉଭୟଙ୍କ ଯାତ୍ରା ସୁଗମ ହେବା ସହ ସମ୍ପର୍କ ସମୃଦ୍ଧ ଓ ସୁଦୃଢ଼ ହୋଇଥାଏ। ‘ମାଇଁ ସ୍ୱିଟ ହାଉସ୍‌ୱାଇଫ୍‌’ରେ ମୋଟାମୋଟି ଏମିତି ଜଣେ ନାରୀର ଜୀବନ ଓ ସ୍ବପ୍ନର ଚିତ୍ର ରହିଛି। ଏହାକୁ ସବୁ ଶ୍ରେଣୀ ଓ ବୟସର ଦର୍ଶକ ଭଲ ପାଇବେ ବୋଲି ପ୍ରଯୋଜନା ସଂସ୍ଥାର ଆଶା ରହିଛି। ଅନ୍ୟପକ୍ଷରେ ‘ପ୍ରଥା’ର ଶୀର୍ଷକରୁ ହିଁ ଅନୁମାନ କରା ଯାଇପାରେ ଯେ ସମାଜରେ ଥିବା ବିଭିନ୍ନ ପ୍ରଥାର ଚିତ୍ର ଏଥିରେ ଥିବ! କିଶୋରରୁ ଯୁବକ ପାଲଟୁଥିବା ଅଭିନେତା ସ୍ବରାଜ ଏଥିରେ ପ୍ରଥମଥର ପାଇଁ ଆକ୍ସନ ଭୂମିକାରେ ଅଛନ୍ତି। ଏ ଫିଲ୍ମରେ ଗୋଟିଏ ସାମାଜିକ ବାର୍ତ୍ତା ରହିଛି ବୋଲି ପ୍ରଯୋଜନା ସଂସ୍ଥାର ଦାବି।

ଉଭୟ ଫିଲ୍ମର ପ୍ରିମିୟରରେ ସେଥିରେ ଅଭିନୟ କରିଥିବା କଳାକାରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଟେକନିସିଆନ୍ ଓ ଅନ୍ୟ ଶୁଭେଚ୍ଛୁ ସାଥିହୋଇ ଫିଲ୍ମ ଦେଖିଥିଲେ। ଏମାନଙ୍କ ସହିତ ‘ପ୍ରଥା’ର ପ୍ରିମିୟରରେ ଆହୁରି ଉପସ୍ଥିତି ଥିଲେ ଅଭିନେତା ପାର୍ଥସାରଥୀ ରାୟ, କୁନା ତ୍ରିପାଠୀ, ପ୍ରଯୋଜକ ଅକ୍ଷୟ ପରିଜା, ସଚ୍ଚିକାନ୍ତ ଜେନା, ଗଙ୍ଗାଧର ରେଡ୍ଡୀ, ଅରୁଣ ମହାନ୍ତି, ପ୍ରଣୟ ଜେଠୀ, ଜ୍ୟୋତି ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ରବି ମିଶ୍ର, ନିର୍ଦ୍ଦେଶକ ଅଶୋକ ପତି ଓ ସୁଧାକର ବସନ୍ତ ପ୍ରମୁଖ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ