ରାଜ୍ୟ ସ୍ପେଶାଲ ରିପୋର୍ଟ

ମରୁଡ଼ି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ: କାର୍ଯ୍ୟାଳୟକୁ ଧାନଗଛ ଫିଙ୍ଗିଲେ ଚାଷୀ

ମାଲକାନଗିରି: ପାଣି ଅଭାବରୁ ମାଟି ଆଁ କରିଛି। ଧାନଗଛରେ ରୋଗପୋକ ଲାଗି ନଷ୍ଟ ହେଲାଣି। କୃଷି ବିଭାଗ ଅଧିକାରୀଙ୍କୁ ଜଣାଇଲେ ଶୁଣୁ ନାହାନ୍ତି। ଏମିତି ସ୍ଥିତିରେ ଋଣ ଶୁଝିବା ଚିନ୍ତ‌ାରେ ମାଲକାନଗିରି ଜିଲ୍ଲା ଚାଷୀ ଅଛନ୍ତି। ଶେଷରେ ବିସ୍ଫୋରକ ରୂପ ନେଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶହ ଶହ ଚାଷୀ। ମରୁଡ଼ି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧାନଗଛ ଫୋପାଡ଼ି ପ୍ରତିବାଦ ଜଣାଇଛନ୍ତି। ମାଲକାନଗିରି ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ଓ ମାନ ଅଧିକାର ସଂଗଠନ ତରଫରୁ ଜିଲ୍ଲା ସଭାପତି ଏରା ପଡିଆମୀଙ୍କ ନେତୃତ୍ବରେ ଶହ ଶହ ଚାଷୀ ସ୍ଥାନୀୟ ବସଷ୍ଟାଣ୍ଡରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।

ପୁଲିସ କାର୍ଯ୍ୟାଳୟ ଭିତରକୁ ନଛାଡ଼ିବାରୁ ଚାଷୀମାନେ ଧାରଣାରେ ବସିଥିଲେ। ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସହସଂଯୋଜକ ଓ ମୋ ଦଳ ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ଭାରତ ଯୋଗଦେଇ ଚାଷୀଙ୍କ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଭାରତରେ ଓଡ଼ିଶା କୃଷକ ୨୭ନମ୍ବର ସ୍ଥାନରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ୧ ନମ୍ବରରେ ରହିଛନ୍ତି। ଯାହାକୁ ଚାଷୀ ନେତା ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାଲକାନଗିରି ଜିଲ୍ଲାକୁ ମରୁଡ଼ି ଘୋଷଣା କରିବା, ଧାନ କ୍ବିଣ୍ଟାଲ ପିଛା ୩୫୦୦ଟଙ୍କା ପ୍ରଦାନ, ଚାଷୀଙ୍କ ଋଣ ଛାଡ଼, ପ୍ରତି ଚାଷୀଙ୍କୁ ମାସିକ ଭତ୍ତା ୫ହଜାର, ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ଓ ଶାଖା କେନାଲଗୁଡ଼ିକୁ ମରାମତି କରିବା ସହ ଅନ୍ୟାନ୍ୟ ଦାବି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଧାରଣାରୁ ଉଠିବା ପରେ ଚାଷୀ ଧରି ଆସିଥିବା ଧାନଗଛ କାର୍ଯ୍ୟାଳୟ ଉପରକୁ ଫୋପାଡ଼ିଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନରେ ଗୋପାଳ ମଣ୍ଡଳ, ଜୟଦେବ ବାଛାଡ଼, ବୁଦ୍ରା କାର୍ତାମୀ, ଜଗା ମାଡ଼କାମି, ମୁକା ପଡିଆମି ଓ ସୀତାରାମ ଦୁବା ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।