କଳା ଓ ସଂସ୍କୃତି ଧର୍ମ

ପାକିସ୍ତାନର ଏହି ମନ୍ଦିରରୁ ଆରମ୍ଭ ହୋଇଥିଲା ଭାରତରେ ହୋଲି ପାଳନର ପ୍ରଥା

ଭାରତୀୟ ସଂସ୍କୃତିରେ ରଙ୍ଗର ପର୍ବ ହୋଲି ସାରା ଦେଶରେ ଧୁମ ଧାମରେ ପାଳିତ ହୁଏ। ତେବେ ଜାଣନ୍ତି କି ଏହି ପର୍ବର ପ୍ରାରମ୍ଭ କେଉଁଠୁ ହୋଇଥିଲା। ଏହି ପର୍ବର ପ୍ରାରମ୍ଭ ପ୍ରଥମେ ମୁଲତାନ (ଏବେକାର ପାକିସ୍ତାନ) ପ୍ରାନ୍ତର ଭଗବାନ ବିଷ୍ଣୁ ମନ୍ଦିରରୁ ହୋଇଥିଲା।
ଏଠାରେ ଅବସ୍ଥିତ ଭକ୍ତ ପ୍ରହ୍ଲାଦ ମନ୍ଦିରରେ ଦେଶରେ ପ୍ରଥମ ହୋଲି ପର୍ବ ପାଳନ ହୋଇଥିଲା। ପାକିସ୍ତାନ ମୁଲତାନରେ ଥିବା ଏହି ମନ୍ଦିରକୁ ପ୍ରହ୍ଲାଦପୁରୀ ମଧ୍ୟ କୁହାଯାଏ। ହୋଲି ପର୍ବ ଲାଗି ଏଠାରେ ସ୍ୱତନ୍ତ୍ର ପୂଜର୍ଚ୍ଚନା ସହ ଦୁଇ ଦିନ ହୋଲିକା ଦହନ ପର୍ବ ଅନୁଷ୍ଠିତ ହୁଏ।

ଏହି ଦିନ ପାକିସ୍ତାନ ପୂର୍ବ ପଞ୍ଜାବ ଓ ପଶ୍ଚିମ ପଞ୍ଜାବରେ ମାଠିଆ ଭଙ୍ଗା ଉତ୍ସବ ମଧ୍ୟ ପାଳନ ହୁଏ। ମହାରାଷ୍ଟ୍ର ଗଣେଶ ଉତ୍ସବ ବେଳେ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମ ଭଳି ଏଠାରେ ମଧ୍ୟ ବେଶ୍ ଉଚ୍ଚରେ ମାଠିଆ ଟଙ୍ଗା ଯାଏ। ଲୋକେ ଏଠାରେ ମାନବ ପିରାମିଡ କରି ମାଠିଆ ଭାଙ୍ଗିଥାନ୍ତି। ଏଠାରେ ହୋଲି ଉତ୍ସବକୁ ଲୋକେ ଚୌକ-ପୂର୍ଣ୍ଣା ଭାବେ ପାଳନ କରନ୍ତି।

ମନ୍ଦିର ସମ୍ପର୍କରେ ରହିଥିବା ମାନ୍ୟତା ଅନୁସାରେ ଏହିଠାରେ ଭଗବାନ ବିଷ୍ଣୁ ନରସିଂହ ରୂପରେ ଖମ୍ବରୁ ବାହାରି ହିରଣ୍ୟକଶିପୁ ବିଦାରିଥିଲେ। ଏହା ପରେ ହିରଣ୍ୟକଶିପୁଙ୍କ ପୁତ୍ର ଭକ୍ତ ପ୍ରହ୍ଲାଦ ନିଜେ ଏଠାରେ ନୃସିଂହ ମନ୍ଦିରର ନିର୍ମାଣ କରାଇଥିଲେ। ଏଣୁ ତତ୍କାଳୀନ ଭାରତର ଏହି ସ୍ଥାନରୁ ହୋଲିକା ଦହନ ଓ ହୋଲି ପର୍ବ ପାଳନର ପ୍ରଥା ଆରମ୍ଭ ହୋଇଥିବାର ବିଶ୍ୱାସ ଏବେ ବି ଲୋକମତରେ ପ୍ରଚଳିତ ରହିଆସିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ