ରାଜ୍ୟ ସ୍ପେଶାଲ ରିପୋର୍ଟ

ନାମ ଫଳକରେ ବଞ୍ଚିଛି ‘କଟକ ଇନ୍ କଟକ’: ଧବଳେଶ୍ବର ମନ୍ଦିର ବ୍ୟତୀତ ଆଉ କିଛି ପ୍ରକଳ୍ପ ନାହିଁ

କଟକ: କଟକ ଇନ୍ କଟକ। ଗତବର୍ଷ ବାଲିଯାତ୍ରାରେ ଏହା ଥିଲା ଦର୍ଶକଙ୍କର ପ୍ରଥମ ପସନ୍ଦ। ପୂର୍ବରୁ ପ୍ରଶାସନ ପକ୍ଷରୁ ଯେତେ ବାଲିଯାତ୍ରା ଆୟୋଜନ ହୋଇଛି, ଏହା ଥିଲା ସଂପୂର୍ଣ୍ଣ ନୂଆ, ଆଉ ନିଆରା। ଏହା ମଧ୍ୟରେ କଟକ ସହର ତଥା ଜିଲ୍ଲାର ସମସ୍ତ ପ୍ରମୁଖ କୀର୍ତ୍ତିରାଜୀମାନ ସ୍ଥାନ ପାଇଥିଲା। ସମସ୍ତଙ୍କୁ ପ୍ରଭାବିତ କରିଥିବାରୁ ଏହାକୁ ସ୍ଥାୟୀ ଭାବ‌ରେ ରଖିବା ତଥା ଏହି ସ୍ଥାନକୁ ପିକ୍‌ନିକ୍ ସ୍ପଷ୍ଟ ଭାବେ ବ୍ୟବହାର କରି ଏହାକୁ ଆୟ ଓ ନିୟୋଜନର ଏକ ଉତ୍ସ କରିବାକୁ ଯୋଜନା ‌ହୋଇଥିଲା। କଟକ ପୌର ନିଗମକୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏହି ଯୋଜନା ବର୍ଷେ ବି ତିଷ୍ଠିଲା ନାହିଁ। ଏବେ କେବଳ ଫଳକରେ ବଞ୍ଚିଛି ‘କଟକ-ଇନ୍‌-କଟକ। ବାସ୍ତବରେ ଧବଳେଶ୍ବର ମନ୍ଦିର ପ୍ରକଳ୍ପ ବ୍ୟତୀତ ଆଉ କିଛି ନାହିଁ। ବାଲିଯାତ୍ରା କଟକ ଉତ୍ସବ-୨୦୨୨ରେ ତଳ ବାଲିଯାତ୍ରା ପଡ଼ିଆରେ ନିର୍ମିତ ‘କଟକ ଇନ୍ କଟକ ଥିଲା ସଂପୂର୍ଣ୍ଣ ନିଆରା ଓ ସମସ୍ତଙ୍କୁ ପ୍ରଭାବିତ କଲାଭଳି। ପ୍ରକଳ୍ପର ନାମ ଅନୁସାରେ ଏହା ମଧ୍ୟରେ ଧବଳେଶ୍ବର ମନ୍ଦିର, ଅମରେଶ୍ବର ମନ୍ଦିର, ଗୁରୁଦ୍ବାର, କଦମ୍‌ ରସୁଲ୍‌, ଓଡ଼ିଆ ବାପ୍‌ଟିଷ୍ଟ ଚର୍ଚ୍ଚ ଭଳି ସମସ୍ତ ଧର୍ମପୀଠ ସହିତ ୭ଟି ଐତିହାସିକ ତୋରଣ ସ୍ଥାନ ପାଇଥିଲା। ସିଏମ୍‌ସି ପକ୍ଷରୁ ଏକ କୋଟି ୨୦ଲକ୍ଷ ଟଙ୍କା ବିନିମୟରେ ଏହା ମଧ୍ୟରେ ଥିବା ୪୦ଟି ବଡ଼ଗଛ ଚାରିପଟେ ସିମେଣ୍ଟ ଚଉତରା ସମେତ ବିଭିନ୍ନ ସ୍ଥାନରେ ବସିବା ପାଇଁ କଣ୍ଟ୍ରିଟ୍ ଚଉକି ନିର୍ମାଣ କରାଯାଇଥିଲା। ବାଲିଯାତ୍ରାକୁ ବୁଲି ଆସିଥିବା ଲକ୍ଷ ଲକ୍ଷ ଦର୍ଶକଙ୍କ ସମେତ ନେତା, ମନ୍ତ୍ରୀ, ପ୍ରାଶାସନିକ ଅଧିକାରୀ ଏଭଳି ପାଭେଲିୟନକୁ ଢ଼େର୍‌ ପ୍ରଶଂସା କରିଥିଲେ। ଏହାର ନିର୍ମାଣ ଦାୟିତ୍ବ ନେଇଥିବା ମୋଡସ୍ ଅନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ପ୍ରଭାସ ମିଶ୍ରଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ। ଏହି ପାଭେଲିୟନ୍‌ଟିକୁ ବଞ୍ଚାଇ ରଖିବା ଓ ଏହାକୁ ଅଧିକ ଆକର୍ଷଣୀୟ କରି ପିକ୍‌ନିକ୍ ଭଳି ଆମୋଦ ପ୍ରମୋଦ ଉଦ୍ଦେଶ୍ୟରେ ବ୍ୟବହାର କରି ଏଥିରୁ କିଛି ଆୟ ବାହାର କରିବାକୁ ଚୂଡାନ୍ତ ହୋଇଥିଲା।

ଏହାର ଦାୟିତ୍ବ ସିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅର୍ପଣ କରାଯାଇଥିଲା। କିନ୍ତୁ ବାଲିଯାତ୍ରା ପରେ ଏହାକୁ ସେହିପରି ଛାଡ଼ି ଦିଆଗଲା। ବ୍ୟବହାର ନ କରି ଏହାକୁ ତାଲା ପକାଇ ରଖାଯିବାରୁ ଏହା ମଧ୍ୟରେ ଅନାବନା ଗଛ ବଢ଼ି ବଣବୁଦା ହୋଇଥିଲା। ଏ ସଂକ୍ରାନ୍ତରେ ଅଭିଯୋଗ ହେବାରୁ ସିଏମ୍‌ସି ପକ୍ଷରୁ ଏବେ କିଛିଟା ସଫା କରାଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ଯେଉଁ ସବୁ ଐତିହାସିକ କୀର୍ତ୍ତିରାଜୀର ପ୍ରତିକୃତି ହୋଇଥିଲା ସଂପୃକ୍ତ ନିର୍ମାଣକାରୀ ସଂସ୍ଥା ତାହାକୁ ‌ନେଇଯାଇଛନ୍ତି। କେବଳ ଧବଳେଶ୍ବର ମନ୍ଦିରର ପ୍ରତିରୂପଟି ରହିଛି। ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ ସିଏମ୍‌ସି ପକ୍ଷରୁ ଯେଉଁଭଳି ଢ଼ଙ୍ଗରେ ଉନ୍ନତୀକରଣ ହେବା କଥା, ତାହା ହୋଇପାରି ନାହିଁ। ଗୋଟିଏ ବି ପିକ୍‌ନିକ୍ ହୋଇ ନାହିଁ କିମ୍ବା ଟଙ୍କାଟିଏ ବି ଆୟ ହୋଇ ନାହିଁ। ଜଗୁଆଳି ନଥିବାରୁ ବିଭିନ୍ନ ସମୟରେ ଏହା ମଧ୍ୟରେ ଅସାମାଜିକଙ୍କ ଆଡା ଓ ନିଶାଡ଼ିଙ୍କ ଆସର ଜମୁଛି। ଏ ସଂକ୍ରାନ୍ତରେ ମେୟର୍‌ ସୁବାସ ଚନ୍ଦ୍ର ସିଂହ କହିଛନ୍ତି ଯେ, ଗତବର୍ଷ ବାଲିଯାତ୍ରାରେ ‘କଟକ ଇନ୍ କଟକ ଥିଲା ସଂପୂର୍ଣ୍ଣ ନୂଆ କନ୍‌ସେପ୍ଟ। ସିଏମ୍‌ସି ଏହାର ପରିଚାଳନା ଦାୟିତ୍ବ ନେଇଥିଲେ ମଧ୍ୟ ଏନ୍‌ଜିଟି ଗାଇଡ୍‌ଲାଇନ୍ ପାଇଁ କିଛି ସ୍ଥାୟୀ ନିର୍ମାଣ ହୋଇପାରି ନାହିଁ। ଏହାକୁ ସଫାସୁତରା କରାଯାଉଛି। ଚଳିତବର୍ଷ ଏହାକୁ ଆମେ ଅଧିକ ଆକର୍ଷଣୀୟ କରିବାକୁ ‌ଯୋଜନା କରୁଛି। ବାଲିଯାତ୍ରା ପୂର୍ବରୁ ଏହା ସଂପୂର୍ଣ୍ଣ ହେବ ହେବ ବୋଲି ମେୟର୍‌ ଶ୍ରୀ ସିଂହ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।