ରାଜ୍ୟ ସ୍ପେଶାଲ ରିପୋର୍ଟ

ଷ୍ଟେସନରେ ଦନ୍ତା, ଭୟରେ ଦୌଡ଼ିଲେ ଯାତ୍ରୀ

ରାୟଗଡ଼ା: ରେଳ ଷ୍ଟେସନ ଭିତରକୁ ହଠାତ୍‌ ପଶି ଆସିଥିଲା ହାତୀ। ହାତୀକୁ ଦେଖିବା ମାତ୍ରେ ଟ୍ରେନ୍‌କୁ ଅପେକ୍ଷା କରି ରହିଥିବା ଯାତ୍ରୀମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ। ଷ୍ଟେସନ ପରିସରରେ ହାତୀ ପ୍ରାୟ ୪ଘଣ୍ଟା ବୁଲାବୁଲି କରିଥିଲେ ହେଁ କୌଣସି କ୍ଷୟକ୍ଷତି ନ କରି ଶେଷରେ ଜଙ୍ଗଲକୁ ଚାଲି ଯାଇଛି। ରାୟଗଡ଼ା ଜିଲ୍ଲା ସୀମାନ୍ତ ତଥା ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍‌ ରେଳ ଷ୍ଟେସନରେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋଠଛଡ଼ା ଏକ ଦନ୍ତା କୋତାବାଲସା ମାନିକାଣ୍ଟା କଲୋନିରେ ବୁଲାବୁଲି କରିବା ପରେ ପାର୍ବତୀପୁରମ ଟାଉନ୍‌ ରେଳ ଷ୍ଟେସନ ଭିତରକୁ ପଶି ଯାଇଥିଲା। ଏହ‌ି ସମୟରେ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରି ରହିଥିବା ଯାତ୍ରୀମାନେ ହାତୀକୁ ଦେଖି ଭୟଭୀତ ହୋଇପଡ଼ିଥିଲେ। ପରେ ସମସ୍ତେ ଏଣେତେଣେ ‌ଦୌଡ଼ିଥିଲେ। ଷ୍ଟେସନ୍‌ର ଅପର ପାର୍ଶ୍ବରେ ଥିବା କିଛି ଲୋକ ହାତୀ ବୁଲୁଥିବା ବେଳର ଦୃଶ୍ୟ ମୋବାଇଲରେ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଏହା ଦେଖିବା ପରେ ବନ ବିଭାଗ କର୍ମଚାରୀ ଷ୍ଟେସନରେ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ। ପ୍ରାୟ ୪ଘଣ୍ଟା ଧରି ଷ୍ଟେସନ ପରିସରରେ ବୁଲାବୁଲି କରିବା ପରେ ହାତୀ ନିକଟସ୍ଥ ଜଙ୍ଗଲ ଆଡ଼କୁ ଚାଲି ଯାଇଥିଲା। ଚାରି ଜଣିଆ ହାତୀପଲ ଓଡ଼ିଶା ଏବଂ ଆନ୍ଧ୍ର ସୀମାନ୍ତରେ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ବନ ବିଭାଗ ତୁରନ୍ତ ହାତୀଗୁଡ଼ିକୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ସାଧାରଣରେ ଦାବି ହୋଇଛି। ଗତ ମାସ ୪ ତାରିଖରେ କଲ୍ୟାଣସିଂହପୁରରୁ ପାର୍ବତୀପୁରମ୍ ଅଭିମୁଖେ ଯାଉଥିବା ଏକ ବସ୍‌କୁ ଆନ୍ଧ୍ର ପ୍ରଦେଶ ମାନ୍ୟମ ଜିଲ୍ଲା କୋମରଡା ମଣ୍ଡଳମ୍ ଆର୍ତମ୍‌ ଗାଁରେ ହାତୀ ଆକ୍ରମଣ କରିଥିଲା। ତେବେ ସୌଭାଗ୍ୟବଶତଃ ବସ୍‌ରେ ଥିବା ପ୍ରାୟ ୫୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।