ରାଜ୍ୟ

ସ୍ବସ୍ତିକ ସ୍ପଞ୍ଜକାରଖାନାରେ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଫାଣ୍ଡି ଘେରିଲେ, କ୍ଷତିପୂରଣ ଦାବିରେ ଅଟଳ

କୁଆରମୁଣ୍ତା: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ତା ଫାଣ୍ତି ଅନ୍ତର୍ଗତ ନାଇକେନବାହାଲରେ ଥିବା ସ୍ବସ୍ତିକ ସ୍ପଞ୍ଜଲୁହା କାରଖାନାରେ ମଙ୍ଗଳବାର ବିସ୍ଫୋରଣରେ ଗୁରୁତର ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି କୁଆରମୁଣ୍ଡାର ବଳଭଦ୍ର ସା(୩୫)। ମୃତକ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ କୁଆରମୁଣ୍ଡା ଫାଣ୍ଡି ଘେରିଛନ୍ତି। ପୁଲିସ ପକ୍ଷରୁ କାରଖାନା ମାଲିକ ଥାନାରେ ପହଞ୍ଚି ଆଲୋଚନା କରିବାକୁ କୁହାଯାଇଥିଲେ ବି ସେ ଥାନାକୁ ଆସିନାହାନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୂଚନା ଅନୁସାରେ, ମଙ୍ଗଳବାର ବିସ୍ଫୋରଣରେ ବଳଭଦ୍ରଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିଲା। କାରଖାଖାନା କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲାର ଏକ ଘରୋଇ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବଳଭଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ପକ୍ଷରୁ ଘଟଣାର ତଦନ୍ତ ଓ କ୍ଷତିପୂରଣ ପାଇଁ କୁଆରମୁଣ୍ତା ଫାଣ୍ତିରେ ଲିଖିତ ଅଭିଯୋଗ ଦିଆଯାଇଥିଲା। ଏହାପରେ ଶହଶହ ସଂଖ୍ୟାରେ ସ୍ଥାନୀୟଲୋକେ ପହଞ୍ଚି ନ୍ୟାୟଦାବିରେ କୁଆରମୁଣ୍ଡା ଫାଣ୍ଡି ଘେରଉ କରିଥିଲେ। ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ।

ଖବରପାଇ ବୀରମିତ୍ରପୁର ଥାନାଧିକାରୀ ଆଶିଷ ଜେନା କୁଆରମୁଣ୍ତା ଫାଣ୍ତିରେ ପହଞ୍ଚି ଘଟଣା ସମ୍ବନ୍ଧରେ ଅବଗତ ହୋଇଥିଲେ। କାରଖାନା ମାଲିକଙ୍କୁ ତୁରନ୍ତ ଫାଣ୍ତିରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ସୂଚନାଦେବା ସହ ଫାଣ୍ତି ଅଧିକାରୀ ଅଭୟ ମହାପାତ୍ରଙ୍କୁ ଏହାର ତଦନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ। ସୂଚନାପାଇ ଉକ୍ତ କାରଖାନାର ୨ ଜଣ କର୍ମଚାରୀ ଫାଣ୍ତିକୁ ଆସି ଦେଢ଼ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଥିଲେ। ଏହାକୁ ସ୍ଥାନୀୟଲୋକେ ତୀବ୍ର ବିରୋଧ କରିଥିଲେ। ମୃତ ଶ୍ରମିକଙ୍କ ମାସିକ ଦରମା ୧୫ ହଜାର ଥିବାବେଳେ ବାର୍ଷିକ ୧ ଲକ୍ଷ ୮୦ ହଜାର ହିସାବରେ ୨୦ ବର୍ଷ ଚାକିରି କରିଥିଲେ ୩୬ ଲକ୍ଷ ଟଙ୍କା ରୋଜଗାର କରିଥାଆନ୍ତେ। ତେଣୁ ଉକ୍ତ ୨୦ ବର୍ଷର ପ୍ରାୟ ୩୬ ଲକ୍ଷ କ୍ଷତିପୂରଣ ପ୍ରଦାନ କରାଯିବା ପାଇଁ କୁଆରମୁଣ୍ତାର ବରିଷ୍ଠ ନାଗରିକ ସଞ୍ଜୀବ ପ୍ରତାପ ସିଂଦେଓ, ରାଜେଶ କେର୍କେଟା, କୁଆରମୁଣ୍ତା ସରପଞ୍ଚ ରାଜେଶ ହାଁସଦା, ରାଜୁ ତିୱାରୀ, ଟୁକୁ ମହାପାତ୍ରଙ୍କ ସହ ବହୁ ସ୍ଥାନୀୟ ନେତୃବର୍ଗ ଦାବି କରିଥିଲେ। ଅନ୍ୟପକ୍ଷରେ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ କାରଖାନା ମାଲିକ ଫାଣ୍ତିକୁ ନ ଆସିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଜଣାପଡ଼ିଛି। ସୂଚନା ଥାଉକି, ସ୍ବସ୍ତିକ ସ୍ପଞ୍ଜଲୁହା କାରଖାନାରେ ବିସ୍ଫୋରଣରେ ଶ୍ରମିକପୋଡ଼ି ନୂଆ ନୁହେଁ। ଏହା ପୂର୍ବରୁ ୨ ବର୍ଷ ତଳେ ଗୋବିରା ଅଞ୍ଚଳର ଆଲେକ୍‌ଜାଣ୍ତାର ଲାକ୍ରା(୨୭)ଉକ୍ତ କାରଖାନାରେ ପୋଡ଼ିହୋଇ ୨ ଗୋଡ଼ ହରାଇ ଏବେ ବିକଳାଙ୍କ ହୋଇ ଘରେ ବସିଛନ୍ତି। କାରଖାନା କର୍ତ୍ତୃପକ୍ଷ ବହୁ ପ୍ରତିଶ୍ରୁତି ଦେଇଥିଲେ ବି କୌଣସି ସହାୟତା କରିନଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।