ଅପରାଧ ରାଜ୍ୟ

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

କେନ୍ଦୁଝର: କେନ୍ଦୁଝରରେ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ଟଙ୍କା ଲୁଟିନେଲେ । ବାଂଶପାଳ ବ୍ଲକ ନୟାକୋଟ ଥାନା ଫୁଲଝର ସ୍ଵପ୍ନେଶ୍ୱର ପେଟ୍ରୋଲ ପମ୍ପରେ ହୋଇଛି ବଡଧରଣର ଡକାୟତି । ପେଟ୍ରୋଲ୍ ପମ୍ପର ଆଇରନ୍ ଚେଷ୍ଟରୁ ଆରମ୍ଭ କରି ସିସିଟିଭି ସବୁ ଲୁଟିନେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୁଲିସ ଓ ଫୋରେନସିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଥିବାବେଳେ ସୂଚନା ଅନୁଯାୟୀ, ଗତକାଲି ରାତିରେ ୪ ଜଣ ବନ୍ଧୁକଧାରୀ ଫୁଲଝର ପେଟ୍ରୋଲ ପମ୍ପରେ ଗୁଳି ଫୁଟାଇ ଏହାର ଆଇରନ୍ ଚେଷ୍ଟରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଆଜି ସଦର ଏସଡ଼ିପିଓ ଓ ଫୋରେନସିକ୍ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ୍ ଘଟଣାସ୍ଥଳରୁ ୨ଟି ଫୁଟା ଓ ୩ଟି ଅଫୁଟା ଗୁଳି ଜବତ କରିଥିବା ବେଳେ ପମ୍ପ ନିକଟସ୍ଥ ପଡିଆରୁ ଲକରକୁ ମଧ୍ୟ ଉଦ୍ଧାର କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୪ ଜଣ ଲୁଟେରା ଲୁଟ କରିଥିବାବେଳେ ଏବେ ତଦନ୍ତ ଜାରି ରହିଛି |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।