ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଉରକେଲାରେ ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର ଅଦାଲତ ଉଦ୍‌ଘାଟିତ: ତ୍ବରିତ ନ୍ୟାୟ ଉପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ବ

କଟକ: ରାଉରକେଲାରେ ନୂତନ ଫାଷ୍ଟ ଟ୍ରାକ୍ ସ୍ବତନ୍ତ୍ର ଅଦାଲତକୁ ଆଜି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଉଦ୍‌ଘାଟନ କରିଛନ୍ତି। ଭର୍ଚୁଆଲ୍‌ ବ୍ୟବସ୍ଥାରେ ନବ ପ୍ରତିଷ୍ଠିତ ଅଦାଲତକୁ ଉଦଘାଟନ କରିବା ଅବସରରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତ୍ବରିତ ନ୍ୟା‌ୟ ପ୍ରଦାନ ପ୍ରକ୍ରିୟା ଉପରେ ଗୁରୁତ୍ବାରୋପ କରିଥିଲେ। ପୋକ୍‌ସୋ ଆଇନ ଓ ମହିଳାଙ୍କ ବିରୋଧରେ ଅପରାଧ ମାମଲରେ ଶ୍ରୀଘ୍ର ନ୍ୟାୟ ପ୍ରଦାନ ଫାଷ୍ଟ ଟ୍ରାକ୍ ସ୍ବତନ୍ତ୍ର ଅଦାଲତର ଉଦ୍ଦେଶ୍ୟ। ରାଉରକେଲାରେ ଏହି ସ୍ବତନ୍ତ୍ର ଅଦାଲତ ସମୟାନୁକୂଳ ଓ ମର୍ମସ୍ପର୍ଶୀ ନ୍ୟାୟ ପ୍ରଦାନ କରିବ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କହିଥିଲେ। ସୁନ୍ଦରଗଡ଼ ଜଜ୍‌ସିପ୍‌ର ପ୍ରାଶାସନିକ ବିଚାରପତି ଜଷ୍ଟିସ୍‌ କୃଷ୍ଣରାମ ମହାପାତ୍ର ଓ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ବ୍ୟବସ୍ଥାରେ ଯୋଗ ଦେଇଥିଲେ।

ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ମାମଲା ବୃଦ୍ଧି ପ୍ରସଂଗକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଏଭଳି ମାମଲାରେ ତ୍ବରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶ ଦେବା ସହିତ ନିୟମାବଳୀ ଜାରି କରିଥିଲେ। ଏହାପରେ କେନ୍ଦ୍ର ଓ ରାଜ୍ୟ ସରକାର ପୋକ୍‌ସୋ ଓ ମହିଳାଙ୍କ ବିରୋଧରେ ଅପରାଧ ମାମଲଗୁଡ଼ିକର ତ୍ବିରିତ ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ୨୦ଟି ଫାଷ୍ଟ ଟ୍ରାକ ‌ ସ୍ବତନ୍ତ୍ର ଅଦାଲତ ଉଦ୍‌ଘାଟିତ ହୋଇଥିଲା। ଜିଲ୍ଲା ମୁଖ୍ୟାଳୟ ଠାରୁ ଦୂରବର୍ତ୍ତୀ ପ୍ରଥମ ସ୍ଥାନ ଭାବେ ରାଉରକେଲାରେ ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।