ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ରେନ୍‌ ଯାତ୍ରୀଙ୍କ କାମରେ ଆସୁନି ରେଳ ଷ୍ଟେସନ୍‌ ଶୌଚାଳୟ: ୬ ମାସରୁ ଅଧିକ ହେବ ପଡ଼ିଛି ତାଲା

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଅଁଳାଯୋଡି ରେଳ ଜଂ ଷ୍ଟେସନରେ ଥିବା ଶୌଚାଳୟ ଯାତ୍ରୀଙ୍କ କାମରେ ଆସୁନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ଅଁଳାଯୋଡି ରେଳ ଜଂ ଷ୍ଟେସନଠାରେ ଥିବା ଶୌଚାଳୟ କୌଣସି ଯାତ୍ରୀଙ୍କ କାମରେ ଆସୁନଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ ଯେ ଉକ୍ତ ଷ୍ଟେସନକୁ ପ୍ରତ୍ୟେକ ଦିନ ଦୁଇଟି ଟ୍ରେନ୍‌ ଟାଟାନଗର-ଗୋରୁମହିଷାଣୀ-ବାଦାମପାହାଡକୁ ଯାଉଥିବା ବେଳେ ପ୍ରତ୍ୟେକ ଦିନ ଲୁହାଖଣିରୁ ଲୁହାପଥର ନେବା ପାଇଁ ୱାଗନ ମଧ୍ୟ ଆସିଥାଏ, ଯାହାଫଳରେ ଏହି ରେଳପଥ ଚକ୍ରଧରପୁର ଡିଭିଜନକୁ ବାର୍ଷିକ ପ୍ରାୟ ୫ ଶହ କୋଟିରୁ ଊର୍ଦ୍ଧ୍ବ ରାଜସ୍ୱ ପ୍ରଦାନ କରୁଥିବା ବେଳେ ଦକ୍ଷିଣ-ପୂର୍ବ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷ ଏହା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଥିବାର ବହୁବର୍ଷରୁ ଅଭିଯୋଗ ହୋଇଆସୁଛି।

ତେବେ ସବୁଠାରୁ ଅଧିକ ରାଜସ୍ୱ ପ୍ରଦାନ କରୁଥିବା ବେଳେ ନିକଟସ୍ଥ ଗୋରୁମହିଷାଣୀ ଷ୍ଟେସନରେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ସାଧାରଣ ଶୌଚାଳୟଟିଏ ଅଳିଆ ଆବର୍ଜନାରେ ପରିପୂର୍ଣ ରହିଥିବାରୁ ତାହା ବ୍ୟବହାରଯୋଗ୍ୟ ନୁହେଁ। ଏଣୁ ଯାତ୍ରୀମାନେ ବାଧ୍ୟ ହୋଇ ଷ୍ଟେସନ ପାର୍ଶ୍ବରେ ମଳତ୍ୟାଗ କରୁଛନ୍ତି। ଯାହାଫଳରେ ଷ୍ଟେସନ ଅଂଚଳ ଦୂଷିତ ହୋଇପଡ଼ିଛି ଏବଂ ସ୍ୱଚ୍ଛଭାରତ ଅଭିଯାନ ଫେଲ ମାରିଛି। ତେବେ ଏମସିଏଲ୍ ପକ୍ଷରୁ କିଛିମାସ ପୂର୍ବରୁ ଷ୍ଟେସନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ ସେଥିରେ ତାଲା ପଡ଼ିଥିବାରୁ ତାହା ବ୍ୟବହାରଯୋଗ୍ୟ ହୋଇପାରୁନାହିଁ। ଏଣୁ ଯଥାଶୀଘ୍ର ଯାତ୍ରୀମାନଙ୍କ ନିମନ୍ତେ ନିର୍ମାଣ ହୋଇଥିବା ଶୌଚାଳୟ ଖୋଲାଯାଉ ବୋଲି ଯାତ୍ରୀମାନେ ଦାବି କରିଛନ୍ତି। ତେବେ ଏନେଇ ଷ୍ଟେସନ ମାଷ୍ଟରଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।