ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଗକୁ ଭୀଷଣ ଯୁଦ୍ଧ: ସମନ୍ବିତ ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତ

ତେଲ୍‌ ଅଭିଭ୍‌: ଗାଜାରେ ହମାସ୍‌ ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଇସ୍ରାଏଲ ସେନା ଯେ କୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଏହାପୂର୍ବରୁ ଆଜି ଅପରାହ୍ନରୁ ଲେବାନନ୍‌ ସୀମାକୁ ସଂପୂର୍ଣ୍ଣ ସିଲ୍‌ କରାଯାଇଛି। ଲେବାନନ୍‌ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ଆଜି ପୁଣି ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଇସ୍ରାଏଲ ଏହାର ଜବାବରେ ଗୋଳା ବର୍ଷା କରିଛି। ଲେବାନନ୍‌ ଆକ୍ରମଣରେ ଜଣେ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଛି। ରବିବାର ଇସ୍ରାଏଲ କହିଛି ଯେ, ଉତ୍ତର ଗାଜାରେ ସ୍ଥଳଭାଗରେ ଆକ୍ରମଣ କରିବା ପାଇଁ ଏହା ରାଜନୈତିକ ନିଷ୍ପତ୍ତିକୁ ଅପେକ୍ଷା କରିଛି। ଉତ୍ତର ଗାଜା ବାସିନ୍ଦାଙ୍କୁ ସମ୍ଭାବ୍ୟ ଆକ୍ରମଣ ପୂର୍ବରୁ ଦକ୍ଷିଣକୁ ଚାଲିଯିବାକୁ ଏହା ଅଧିକ ୩ ଘଣ୍ଟା ସମୟ ଦେଇଛି।

ସମନ୍ବିତ ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତ
ହମାସ୍‌ ନୁଖବା ବାହିନୀ ଶୀର୍ଷ କମାଣ୍ଡର ନିହତ
ଇରାନ, ଚୀନ୍‌ ସହ ଆମେରିକାର କଥାବାର୍ତ୍ତା
ବଡ଼ ଯୁଦ୍ଧ ରୋକିବାକୁ ପ୍ରୟାସ ଜାରି

ଅପରେସନ ଆରମ୍ଭ ହେବା ପରେ ଏହି ଅଞ୍ଚଳକୁ ସକ୍ରିୟ ଯୁଦ୍ଧକ୍ଷେତ୍ରରେ ପରିଣତ କରାଯିବ ବୋଲି ସେନାର ବରିଷ୍ଠ ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ପୂର୍ବରୁ ଘୋଷଣା କରିଛି ଯେ ସେମାନେ ଗାଜା ଉପତ୍ୟକାରେ ଆକାଶ, ସ୍ଥଳ ଏବଂ ନୌସେନାକୁ ନେଇ ଏକ ସମନ୍ୱିତ ଆକ୍ରମଣ ପାଇଁ ପ୍ରସ୍ତୁତ ଅଛନ୍ତି। ଶନିବାର ରାତିରେ ଗାଜାରେ ହୋଇଥିବା ବିମାନ ଆକ୍ରମଣରେ ହମାସର ସାମରିକ ଶାଖା ନୁଖବା ବାହିନୀର ଜଣେ ଶୀର୍ଷ କମାଣ୍ଡର ବିଲାଲ ଅଲ-କେଦ୍ରା ନିପାତ ହୋଇଥିବା ସେନା ଘୋଷଣା କରିଛି। ଇସ୍ରାଏଲର ସ୍ଥଳ ଆକ୍ରମଣ ଭୟରେ ହଜାର ହଜାର ପାଲେଷ୍ଟିନୀୟ ଉତ୍ତର ଗାଜାରୁ ପଳାୟନ ଜାରି ରଖିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ରବିବାର ଉତ୍ତର ଗାଜା ବାସିନ୍ଦାଙ୍କୁ ଦକ୍ଷିଣକୁ ଚାଲିଯିବାକୁ ୩ ଘଣ୍ଟା ସମୟ ଦେଇଥିଲା। ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଏହି ମାର୍ଗରେ କୌଣସି ଅପରେସନ କରିବ ନାହିଁ ବୋଲି ଆଇଡିଏଫ୍ କହିଥିଲା । ଗାଜାରେ ଆଜି ଇସ୍ରାଏଲ ପାଣି ସଂଯୋଗ ଦେବା ମଧ୍ୟ ଆଉ ଏକ ଉଲ୍ଲେଖନୀୟ ଘଟଣା। ଅନ୍ୟପକ୍ଷରେ ଆମେରିକା ଆଜି ଇସ୍ରାଏଲ-ହମାସ୍‌ ଯୁଦ୍ଧ ନେଇ ଇରାନ ସହିତ ପରୋକ୍ଷ କୂଟନୈତିକ ଚ୍ୟାନେଲରେ ଆଲୋଚନା କରିଥିବା ବେଳେ ଚୀନ୍‌, ସାଉଦି ଆରବ ଏବଂ ୟୁଏଇ ସମେତ ଅନ୍ୟ କେତେକ ରାଷ୍ଟ୍ର ସହ ସିଧାସଳଖ ଆଲୋଚନା କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ