ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାଜା ଯୁଦ୍ଧ ତିକ୍ତତା: ୬ ବର୍ଷୀୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କଲେ ଆମେରିକୀୟ ଘରମାଲିକ

ଚିକାଗୋ: ଜଣେ ୬ ବର୍ଷିୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କରିଥିବା ଜଣେ ଆମେରିକୀୟ ଘର ମାଲିକଙ୍କୁ ରବିବାର ଦିନ ନରହତ୍ୟା ଓ ବର୍ଣ୍ଣବିଦ୍ବେଷ ଅପରାଧରେ ଅଭିଯୁକ୍ତ କରାଯାଇଛି।

ଏହି ଆକ୍ରମଣ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ସମ୍ପୃକ୍ତ ଥିବା କଥା ପୁଲିସ କହିଛି।

ୱିଲ୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ କହିଛି, ଶନିବାର ଦିନ ଇଲିନୟର ଉକ୍ତ ୭୧ ବର୍ଷିୟ ଘର ମାଲିକ ଜୋସେଫ୍ ଚୁବା ଜଣେ ୩୨ ବର୍ଷୀୟ ମହିଳା ଓ ଜଣେ ୬ ବର୍ଷିୟ ବାଳକକୁ ବହୁବାର ଛୁରି ମାରିଥିଲେ।  ୨୬ ଥର ଛୁରି ଭୁସା ଖାଇଥିବା ଉକ୍ତ ବାଳକର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। କିନ୍ତୁ, ତା’ର ମାଆ ବୋଲି ମନେହେଉଥିବା ୩୨ ବର୍ଷୀୟ ଆହତ ମହିଳାଜଣକ ବଞ୍ଚିଯିବେ ବୋଲି ଆଶା।

palestinian american boy killed hate crime
Image Courtesy of India Today

ୱିଲ୍‌ କାଉଣ୍ଟି ସେରିଫ୍‌ ଅଫିସ୍‌ ଜାରି କରିଥିବା ବିବୃତିରେ ଉ‌ଲ୍ଲେଖ ଅଛି, ମୁସଲ୍‌ମାନ୍‌ ହୋଇଥିବାରୁ ଏବଂ ମଧ୍ୟପ୍ରାଚ୍ୟରେ ହମାସ୍‌ ଓ ଇସ୍ରାଏଲୀୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସନ୍ଦିଗ୍ଧ ଉକ୍ତ ମହିଳା ଓ ଶିଶୁକୁ ଅମାନୁଷିକ ଭାବେ ଆକ୍ରମଣ କରିଥିବା କଥା ଗୁଇନ୍ଦାମାନେ ସୁନିଶ୍ଚିତ କରିଛନ୍ତି।

ସେରିଫ୍‌ ଅଫିସ୍‌ ମୃତାହତମାନଙ୍କ ବିଷୟରେ ଅଧିକ ବିବରଣୀ ଅଥବା ସେମାନଙ୍କ ଜାତୀୟତା ପ୍ରକାଶ କରିନାହିଁ। କିନ୍ତୁ, ‘କାଉନ୍‌ସିଲ୍‌ ଅନ୍‌ ଆମେରିକାନ୍‌-ଇସ୍‌ଲାମିକ୍‌ ରିଲେସନ୍‌ସ୍‌’ର ଚିକାଗୋ କାର୍ଯ୍ୟାଳୟ କହିଛି ଯେ, ମୃତ ପିଲାଟି ଥିଲା ପ‌ାଲେଷ୍ଟିନୀୟ-ଆମେରିକୀୟ।

ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି, ମହିଳାଜଣକ କୌଣସି ମତେ ୯୧୧କୁ ଫୋନ୍‌ କରି ଆକ୍ରମଣ କଥା କହିବା ପରେ ଡେପୁଟିମାନ‌େ ଘଟଣାସ୍ଥଳରେ ପହଞ୍ଚି ‘ବେଡ୍‌ରୁମ୍‌’ ଭିତରେ ଉକ୍ତ କ୍ଷତାକ୍ତ ମହିଳା ଓ ଶିଶୁକୁ ଉଦ୍ଧାର କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।