ଅପରାଧ ରାଜ୍ୟ

ସ୍ତ୍ରୀକୁ ନୃଶଂସ ହତ୍ୟା: ସ୍ୱାମୀର ଥାନାରେ ଆତ୍ମସମର୍ପଣ, ପରକୀୟା ପ୍ରୀତି ପାଇଁ ଏଭଳି କାଣ୍ଡ ଚର୍ଚ୍ଚା

ବାସୁଦେବପୁର: ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରି ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଲା ସ୍ୱାମୀ। ସ୍ତ୍ରୀ ରାଧାରାଣୀ ବେହେରାଙ୍କର ପରକୀୟା ପ୍ରୀତି ପାଇଁ ସ୍ୱାମୀ ଦିପୁ ବେହେରା ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି।
ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ାର କରୁଣ ପରିଣତି। ଗତ ସୋମବାର ରାତିରେ ତାମିଲନାଡୁରୁ ଘରକୁ ଫେରିବା ବାଟରେ ଭଦ୍ରକ ଜିଲ୍ଲା ଖରିଦା ବିନାୟକପୁରର ଗାଁ ମୁଣ୍ଡ ପଡ଼ିଆରେ ସ୍ତ୍ରୀ ରାଧାରାଣୀ ବେହେରାଙ୍କୁ ଅତି ଅମାନୁଷିକ ଭାବେ ମାରି ଫିଙ୍ଗି ଦେଇଛି ସ୍ୱାମୀ ଦିପୁ ବେହେରା। ଆଉ ତାପରେ ନିଜେ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛି। ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ କରୁଛି। ଏହି ହତ୍ୟା ଘଟଣାରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିନଥିବା ବେଳେ ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ସ୍ୱାମୀ ମାରି ଦେଇଥିବା ଚର୍ଚ୍ଚା ହେଉଛି। ଦୁହେଁ ଦୁଇ ବର୍ଷ ତଳେ ପ୍ରେମବିବାହ କରିଥିଲେ। ତାପରେ ଦୁହେଁ ତାମିଲନାଡ଼ୁରେ ଯାଇରହୁଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।