ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଇକେଲରେ ବିଦ୍ୟୁତ୍ ଅଫିସକୁ ଯାଉଥିଲେ ଯୁବକ: ବାଟରେ ଜଗିଥିଲା ଯମ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ବିନିକା-ସିଲାଟି ରାସ୍ତାରେ ଗୁଲୁଣ୍ଡାମଠ ନିକଟରେ ସାଇକେଲ୍-ବାଇକ୍ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତକ କୁଞ୍ଜବିହାରୀ ଦାସ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, କୁଞ୍ଜବିହାରୀ ଦାସ ଓରଫ ବିଜୟ ସାଇକେଲରେ ବିଦ୍ୟୁତ୍ ଅଫିସକୁ ଆସୁଥିଲେ। ବିନିକା-ସିଲାଟି ରାସ୍ତାରେ ଗୁଲୁଣ୍ଡାମଠ ନିକଟରେ ସାଇକେଲ୍ ସହ ସାମ୍ନାପଟି ଆସୁଥିବା ବାଇକ (ଓଡି୩୧ଜେ-୩୪୮୧)ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ସାଇକେଲ୍ ଆରୋହୀ କୁଞ୍ଜବିହାରୀ ଦାସଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ବୟସ ୪୫ ବର୍ଷ ବୋଲି ଜଣାଯାଇଛି। ଏଣେ ସ୍ଥାନୀୟ ଲୋକେ ବାଇକ୍ ଚାଳକଙ୍କୁ ଧରି ବିନିକା ଥାନାକୁ ଆଣିଥିଲେ। ସେଠାରେ ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତେଣେ ପୁଲିସ ମୃତଦେହକୁ ଜବତ କରି ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ଲାଗି ପଠାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।