ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହାନ୍ତି ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କହିଛନ୍ତି ଯେ, ସେ ୨୦୨୪ ଲୋକସଭା ନିର୍ବାଚନ ଓଡ଼ିଶାରୁ ଲଢ଼ିବାକୁ ଚାହାନ୍ତି। ବିଜେପିକୁ ଏଥିପାଇଁ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତ୍‌କାର ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ବିଜେପିର ଏଜେଣ୍ଡା ହେଉଛି ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ କରାଇବା। ସେ ପୁଣି କହିଛନ୍ତି- ମୁଁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଚାହେ। ମୁଁ ଏ ବିଷୟରେ ଦଳକୁ ଜଣାଇ ସୁଯୋଗ ଦେବାକୁ ଅନୁରୋଧ କରିଛି।

ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିବା କେନ୍ଦ୍ର ଶିକ୍ଷା, ଉଦ୍ୟମିତା ଓ କୌଶଳ ବିକାଶ ମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟକୁ ଏକ ବାସ୍ତବ ଚ୍ୟାଲେଞ୍ଜ ଭାବେ ସେ ବିଚାର କରନ୍ତି। କାରଣ ବିଜେପି ଓ ଏନ୍‌ଡିଏ କୌଣସି ନିର୍ବାଚନକୁ ହାଲୁକା ଭାବେ ନିଏ ନାହିଁ। ତୃଣମୂଳ ସ୍ତରର କର୍ମୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରୀୟ ନେତାଙ୍କ ପର୍ଯ୍ୟନ୍ତ ବିଜେପିର ପ୍ରତ୍ୟେକ ବ୍ୟକ୍ତି ପ୍ରତି ନିର୍ବାଚନକୁ ଗୁରୁତ୍ବର ସହ ଗ୍ରହଣ କରନ୍ତି। ସମ୍ମୁଖଭାଗରୁ ପ୍ରଧାନମନ୍ତ୍ରୀ ଆମର ନେତୃତ୍ବ ନେଉଛନ୍ତି।
ମହିଳା ସଂରକ୍ଷଣ ବିଲ୍ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ଦେଶର ମାଆ ଓ ଭଉଣୀମାନଙ୍କୁ ରାଜନୈତିକ ଅଧିକାର ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କଂଗ୍ରେସ ଅମଳରେ ଏହି ବିଲ୍‌ ପ୍ରଥମେ ଆଗତ ହୋଇଥିଲା ଏବଂ ଏହାକୁ ପାସ୍ କରାଇବା ଲାଗି କଂଗ୍ରେସ ପାଖରେ ସୁଯୋଗ ଥିଲା। କିନ୍ତୁ ସେମାନେ ଏଥିପାଇଁ ନିଷ୍ଠାର ସହ ଉଦ୍ୟମ କରି ନ ଥିଲେ। ଦେଶବ୍ୟାପୀ ଜାତିଗତ ଜନଗଣନା ଲାଗି ଦାବି କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରଧାନ କହିଥିଲେ, ‘ପରିବାର ଦଳ’ ଗତ ୭୫ ବର୍ଷ ଭିତରେ ଓବିସି ଓ ଦେଶର ଦୁର୍ବଳ ବର୍ଗଙ୍କ ପାଇଁ କ’ଣ କରିଛନ୍ତି ତାହା ଜଣାଇବା ଉଚିତ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।