ରାଜ୍ୟ ସ୍ପେଶାଲ ରିପୋର୍ଟ

ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

ପାତ୍ରପୁର: ଉପସ୍ଥାନ କମ୍ କାରଣରୁ କିଛି ବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ଓ ଶିକ୍ଷା ବିଭାଗ ବନ୍ଦ କରିଦେବା ପରେ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଛି। ସ୍କୁଲ ପରିସର ପିଲାମାନଙ୍କ ପାଇଁ ଖେଳପଡ଼ିଆ ପାଲଟିଛି। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜୟନ୍ତୀପୁର ପଞ୍ଚାୟତ ଚିଡ଼ିପୁଡ଼ି ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଚଳିତ ଶିକ୍ଷାବର୍ଷରେ ଚିଡ଼ିପୁଡ଼ି ବିଦ୍ୟାଳୟକୁ ବନ୍ଦ କରାଯାଇଛି। ଅନ୍ୟ କୌଣସି ବିଦ୍ୟାଳୟ ସହ ଏହାର ସମ୍ମିଶ୍ରଣ ହୋଇ ନାହିଁ।

ଗୋଟିଏ ପଟେ ଗ୍ରାମର ପିଲାମାନେ ଆନ୍ଧ୍ର ପଢ଼ିବାକୁ ଯାଉଥିବା ବେଳେ ପୁରୁଣା ସ୍କୁଲ୍ କୋଠା ବର୍ତ୍ତମାନ ପିଲାଙ୍କ ପାଇଁ ଖେଳିବା ସ୍ଥାନ ପାଲଟିଛି। ରକ୍ଷଣାବେକ୍ଷଣ ଅଭାବରୁ ଆଜବେଷ୍ଟସ୍ ଶ୍ରେଣୀଗୃହ ସଂପୂର୍ଣ୍ଣ ଭାବେ ଭଗ୍ନାବସ୍ଥାରେ ରହିଛି। ବିପଦସଙ୍କୁଳ ଅବସ୍ଥାରେ ପିଲାମାନେ ପାଚେରି ଓ ‌ଶୌଚାଳୟ କୋଠା ଉପରେ ଚଢ଼ି ଖେଳୁଛନ୍ତି। କେବଳ ଚିଡ଼ିପୁଡ଼ି ଗ୍ରାମ ନୁହେଁ, ବ୍ଲକ୍‌ର ଯେଉଁ ସବୁ ବିଦ୍ୟାଳୟଗୁଡ଼ିକ ଉପସ୍ଥାନ କାରଣରୁ ବନ୍ଦ ହୋଇଛି ସେଠାରେ ପିଲାମାନଙ୍କ ଭବିଷ୍ୟତ ସଂକଟରେ ପଡ଼ିଛି। କେବଳ ଆର୍ଥିକ ସ୍ବଚ୍ଛଳ ଥିବା ଅଭିଭାବକମାନେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ସକ୍ଷମ ହେବା ସହ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ପଠାଉଛନ୍ତି। ସ୍କୁଲ ବନ୍ଦ ପରେ ତୁମ୍ବା ଓ ବୁରାତାଲ ପଞ୍ଚାୟତର ୨୦ରୁ ଅଧିକ ଆଦିବାସୀ ଅଧ୍ୟୁଷିତ ଗ୍ରାମର ୨୦୦ରୁ ଅଧିକ ପିଲା ଶିକ୍ଷା ଗ୍ରହଣ ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ବ୍ଲକ୍‌ର ପ୍ରାୟ ୪୦ରୁ ଅଧିକ ବିଦ୍ୟାଳୟ କମ୍‌ ଉପସ୍ଥାନ କାରଣରୁ ବନ୍ଦ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।