ରାଜ୍ୟ ସ୍ପେଶାଲ ରିପୋର୍ଟ

କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବଡ଼କାନ୍ଦୁଲପଡ଼ା ଗାଁରୁ ମୁନିଗୁଡ଼ା ରେଞ୍ଜ ବନ ବିଭାଗ କଲରାପତରିଆ ଛାଲ ଜବତ କରିଛି। ଜଣେ ଶିକାରୀକୁ ଗିରଫ କରିଥିବା ବେଳେ ଦୁଇଟି ଦେଶୀ ବନ୍ଧୁକ ଏବଂ କିଛି ବାରୁଦ ଜବତ କରିବାରେ ସଫଳ ହୋଇଛି। ତେବେ ବନ ବିଭାଗର ଚଢ଼ଉ ଖବର ପାଇ ଅନ୍ୟ ଜଣେ ଶିକାରୀ ଫେରାର ହୋଇଯାଇଛି। ଦ୍ବିତୀୟ ଶିକାରୀର ସନ୍ଧାନ ଜାରି ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଲରାପତରିଆ ଶିକାର ପରେ ଛାଲକୁ କନ୍ଧମାଳ ଜିଲ୍ଲା ସୀମାନ୍ତ ବଡ଼କାନ୍ଦୁଲପଡ଼ା ଗାଁର ଶିକାରୀ ନିଜ ପାଖରେ ରଖିଥିବା କୌଣସି ସୂତ୍ରରୁ ଜଗଦଲପୁର ଫରେଷ୍ଟ ବିଟ୍‌କୁ ଖବର ମିଳିଥିଲା। ଏହାପରେ ରେଞ୍ଜର ଅନିଲ କୁମାର ୱାଲାଙ୍କ ନିର୍ଦ୍ଦେଶରେ ଗୋଟିଏ ଟିମ୍‌ ଗଠନ ହୋଇଥିଲା। ଫରେଷ୍ଟର ସୁରେଶ ପାତ୍ର, ମୁନିଗୁଡା ଫରେଷ୍ଟର ପ୍ରମୋଦିନୀ ମଣ୍ଡାଙ୍ଗୀ, ରୋନିତ କୁମାର ମହାରଣା, ପ୍ରଳୟ ଦଣ୍ଡସେନା, ଜଗଦଲପୁର ବନରକ୍ଷୀ ସୁଭାସିନୀ ମୁଳିଙ୍କ ସମେତ ୧୦ଜଣିଆ ଟିମ୍‌ ଶିକାରୀ କିତାନା ଆନ୍ଦକିଆ ଘରେ ଚଢ଼ଉ କରିଥିଲେ। ଯାଞ୍ଚ କରିବାରୁ ଗୋଟିଏ କଲରାପତରିଆ ଛାଲ, ଦୁଇଟି ଦେଶୀ ବନ୍ଧୁକ ଏବଂ ବାରୁଦ ଆଦି ଘରୁ ମିଳିଥିଲା।

ଜବତ ଛାଲ ଏକ ଅଣ୍ଡିରା ବାଘର ଏବଂ ଏହାର ଲମ୍ବା ୨୨୦ସେଣ୍ଟିମିଟର, ଚଉଡ଼ା ୬୦ସେଣ୍ଟିମିଟର ବୋଲି ଜଣାପଡ଼ିଛି। ପଚରାଉଚରା ସମୟରେ ପୂର୍ବରୁ ନଖ ଏବଂ ହାଡ଼ ବିକ୍ରି କରିସାରିଥିବା କିତାନା ସ୍ବୀକାର କରିଛି। ଶିକାରରେ ସଂପୃକ୍ତ ଅନ୍ୟ ଜଣେ ଶିକାରୀ ସାମନ୍ତ ସିକକା ଫେରାର ହୋଇଯାଇଥିବା ବନ ବିଭାଗ ପ୍ରକାଶ କରିଛି। ଏନେଇ ମୁନିଗୁଡ଼ା ବନ ବିଭାଗ କାର୍ଯ୍ୟାଳୟରେ ମାମଲା ରୁଜୁ କରି ଶିକାରୀକୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଅନିଲ କୁମାର ୱାଲା ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।