ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପୂଣ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କଂଗ୍ରେସ ନେତୃବୃନ୍ଦ ନାଲ୍‌କୋ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତି ଓ ପ୍ରତିକୂତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।E

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗାନ୍ଧୀବାଦ କେବଳ ଭାରତ ନୁହେଁ ଏ ବିଶ୍ବକୁ ଅଜ୍ଞାନତା, କୁସଂସ୍କାର, ହିଂସା, ବିଦ୍ବେଷ ଓ ସାମ୍ପ୍ରଦାୟିକତା ନିସ୍ତାର ପାଇଁ ପଥ ପ୍ରଦର୍ଶନ କରୁଛି। ସମଗ୍ର ବିଶ୍ବ ଗାନ୍ଧୀଙ୍କୁ ପୂଜା କରୁଥିବା ବେଳେ ଭାରତରେ ଗାନ୍ଧୀବାଦ ଲୋପ କରିବା ପାଇଁ ଚକ୍ରାନ୍ତ ଚାଲିଛି। ମହାତ୍ମା ଗାନ୍ଧୀ ଆମକୁ ଦାସତ୍ବରୁ ମୁକ୍ତି ଦେଇଥିଲେ। ଗାନ୍ଧୀଙ୍କ ଜୀବନ ଦର୍ଶନ ଓ ନୀତିବାଣୀର ଅନୁସରଣ ଆମ ଦୈନନ୍ଦିନ ଜୀବନଯାପନରେ ବ୍ୟାପକ ପରିବର୍ତ୍ତନ କରିବ। ଦେଶରେ ଆଜି ଅସ୍ଥିରତା ସୃଷ୍ଟି ହୋଇଛି। ଚାରିଆଡ଼େ ଭୟର ବାତାବରଣ ଦେଖାଦେଇଛି। ଏଭଳି କ୍ଷେତ୍ରରେ ଗାନ୍ଧୀବାଦ ଆଜି ପ୍ରାସଙ୍ଗିକ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଶାନ୍ତିର ଦୂତ ଭାବେ ସବୁ ଭାରତୀୟଙ୍କ ନିକଟରେ ଚିର ନମସ୍ୟ। ଆଜି ଦେଶର କୃଷକ ଓ ସୈନିକଙ୍କ ପ୍ରତି ସରକାର ବିଶ୍ବାସଘାତକତା କରୁଛନ୍ତି।

ଏହି ଅବସରରେ ଶାସ୍ତ୍ରୀଙ୍କ ‘ଜୟ ଜବାନ ଜୟ କିଷାନ’ ଆହ୍ବାନକୁ ଦେଶବାସୀ ମନେ ପକାଉଛନ୍ତି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ଅନନ୍ତ ପ୍ରସାଦ ସେଠୀ, ବିଜୟ ପଟ୍ଟନାୟକ, କିଶୋର ଜେନା, ଗଣେଶ୍ବର ବେହେରା, ପଞ୍ଚାନନ ଦାସ, ମନୋରଂଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ଅମିୟ ପଟ୍ଟନାୟକ, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ଦୀପକ ମହାପାତ୍ର, ରଜନୀ ମହାନ୍ତି, ଦେଓ ପ୍ରସାଦ, ନରୋତ୍ତମ ନାୟକ, ବିନୋଦ ପାଣି, ସ୍ନେହଲତା ରାୟ, ଶ୍ରୀୟାସ୍ମିତା ପଣ୍ଡା, ମୌସୁମୀ ମହାନ୍ତି, ସଂଧ୍ୟାରାଣୀ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।