ରାଜ୍ୟ ସ୍ପେଶାଲ ରିପୋର୍ଟ

‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ

ଭୁବନେଶ୍ବର: ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ଆଜି ‘ସମ୍ବାଦ ଭବନ’ରେ ବିଧିବଦ୍ଧ ସ୍ବାଗତ କରାଯାଇଛି। ଏହି ଅବସରରେ ସେ ଓଡ଼ିଶାର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’, କନକ ନ୍ୟୁଜ୍‌, ରେଡିଓ ଚକଲେଟ୍ ଓ ଡିଜିଟାଲ ଶାଖାର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।
ଇଂଲଣ୍ଡର ୱାର୍‌ୱିକ୍ ବିଜିନେସ୍ ସ୍କୁଲରୁ ଉଚ୍ଚଶିକ୍ଷା ହାସଲ କରିଥିବା ଶ୍ରୀମତୀ ପଟ୍ଟନାୟକ ସର୍ବଦା ଗଣମାଧ୍ୟମ ଜଗତରେ କିଛି ନୂଆ କରିବାର ଆକାଂକ୍ଷା ରଖିଥାନ୍ତି। ପୂର୍ବରୁ ସମ୍ବାଦ ଗ୍ରୁପ୍‌ର ଡିଜିଟାଲ ପ୍ଲାଟଫର୍ମରେ ଅନେକ ଭିନ୍ନ ସ୍ବାଦର କାର୍ଯ୍ୟକ୍ରମମାନ କରି ଦେଖାଇଛନ୍ତି। ସେ ‘ସମ୍ବାଦ’ର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସଂସ୍କୃତିକୁ ପ୍ରୋତ୍ସାହିତ କରିଥା’ନ୍ତି। ୨୦୧୪ ମସିହାରେ ଭାରତର ପ୍ରଥମ ଷ୍ଟ୍ରିଟ୍ ଷ୍ଟୋର୍‌ ପ୍ରକଳ୍ପ ସେ ଭୁବନେଶ୍ବରରେ ଆରମ୍ଭ କରିଥିଲେ। ସେ ‘ସମ୍ବାଦ ୧୦୦ ମହିଳା ଏଡିଟ୍-ଏ ଥନ୍’ ମାଧ୍ୟମରେ ଓଡ଼ିଶାର ୧୦୦ଜଣ ଉଲ୍ଲେଖନୀୟ ମହିଳାଙ୍କ ଜୀବନୀକୁ ଓଡ଼ିଆରେ ଉଇକିପିଡ଼ିଆରେ ସମ୍ପାଦନ କରିଥିଲେ।

ସେହିପରି ଅନ୍ତର୍ଜାତୀୟ ମହିଳା ଦିବସକୁ ସ୍ମରଣୀୟ କରିବା ପାଇଁ ସେ ମହିଳାମାନଙ୍କ ପାଇଁ ‘ଅନଜିପ୍’ ନାମକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେଥିରେ ମହିଳାମାନେ ସେମାନଙ୍କ ଅନୁଭୂତିକୁ ସର୍ବସାଧାରଣରେ ମୁକ୍ତ କଣ୍ଠରେ ପ୍ରକାଶ କରିଥିଲେ। ତାଙ୍କର ନିଜସ୍ବ ମନୋଲଗ୍ ସିରିଜ୍ ‘ପଜ୍ ୱିଥ୍ ତନୟା ପଟ୍ଟନାୟକ’ ମାଧ୍ୟମରେ ସେ ସମାଜର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ଚର୍ଚ୍ଚାକୁ ଆସିଥିଲେ। ଏଥିରେ ସେ ସାମ୍ପ୍ରତିକ ପ୍ରସଙ୍ଗ, ସାମ୍ପ୍ରତିକ ଧାରା ସହ ସଂପୃକ୍ତ ସ୍ଥାନ, ଓଡ଼ିଆ ପରମ୍ପରା ଓ ସଂସ୍କୃତି ବିଷୟରେ ଆଲୋଚନା କରୁଥିଲେ, ଯାହା ଆଦୃତ ହୋଇଥିଲା। ତାଙ୍କ ପରିକଳ୍ପନାରେ ସମ୍ବାଦ ପରିବାର କିଛି ବର୍ଷ ହେଲା ପରିବେଶ ଓ ଜୀବଜଗତକୁ ନେଇ ‘ପୁନଶ୍ଚ ପୃଥିବୀ’ ଜରିଆରେ ବ୍ୟାପକ ସଚେତନତା ସୃଷ୍ଟି କରିଆସିଛି। ସେହିପରି ‘ଆହେ ନୀଳଶୈଳ’ ପରି ଐତିହାସିକ ନାଟକ ପ୍ରଦର୍ଶନକୁ ବ୍ୟାପକ କରି ଓଡ଼ିଆ ଜାତୀୟତାର ପ୍ରସାରରେ ସହାୟକ ହୋଇଛନ୍ତି। ଏଥିସହ ମଂଚନାଟକ ପ୍ରତି ଦର୍ଶକଙ୍କ ଅନୁରାଗ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଆଜି ସାମାଜିକ ଗଣମାଧ୍ୟମରେ ରାଜ୍ୟବ୍ୟାପୀ ଶ୍ରୀମତୀ ପଟ୍ଟନାୟକଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।