ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ପୁଲିସର ପଚରାଉଚରା ଜାରି: ନିଖୋଜ ପଛର ରହସ୍ୟରୁ ପରଦା ହଟିବ କେବେ?

ବ୍ରହ୍ମପୁର/କଟକ: ଗତ ୩ ଦିନ ଧରି ନିଖୋଜ ଥିବା କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର୍‌ ତପନ କୁମାର ସାହୁଙ୍କୁ ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ଗିରିସୋଲା ନିକଟରୁ ଉଦ୍ଧାର କରିଥିଲା।  ବ୍ୟାଙ୍କ ମ୍ୟାନେଜରଙ୍କୁ ଠାବ କରିବାରେ ବାଙ୍କୀ ପୁଲିସ ସଫଳ ହୋଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ନିକଟରେ ଥିବା ଗିରିସୋଲା ଗେଟ ନିକଟରୁ ପୁଲିସ ତାଙ୍କୁ ଠାବ କରିଥିଲା। କିନ୍ତୁ ତାଙ୍କର ନିଖୋଜ ପଛର କାରଣ ଏବେବି ରହସ୍ୟ ଭିତରେ ରହିଛି।  ଅଧିକ ତଦନ୍ତ ପାଇଁ ବୈଦେଶ୍ଵର ଥାନା ଆଇ ଆଇସି କାଦମ୍ବିନୀ ପରିଡ଼ା ଗୋଳନ୍ଥରା ଥାନା ପହଞ୍ଚି ବ୍ୟାଙ୍କ ମ୍ୟାନେଜର ତପନ ସାହୁଙ୍କୁ ବୈଦେଶ୍ଵର ଥାନାକୁ ଆଣିଛନ୍ତି। ତପନଙ୍କ ସହିତ ତାଙ୍କ ପତ୍ନୀ ଆଲିଶା ପ୍ରଧାନ ମଧ୍ୟ ସାଙ୍ଗରେ ଆସିଛନ୍ତି। ତପନଙ୍କୁ ପ୍ରଥମେ ବୈଦେଶ୍ଵର ଥାନା ଓ ପରେ ବଡ଼ମ୍ବା ଥାନାକୁ ନେଇ ସେଠାରେ ପଚରାଉଚରା ଜାରି ରହିଛି। ତେବେ କେତେବେଳେ ଏ ନିଖୋଜ ପଛର ରହସ୍ୟ ଉପରୁ ବାଙ୍କୀ ପୁଲିସ ପରଦା ହଟାଇବ ସେହି ସମୟକୁ ସମସ୍ତେ ଚାହିଁ ବସିଛନ୍ତି।

ସୂଚନା ଅନୁସାରେ ତପନ ବ୍ରହ୍ମପୁରରେ ଥିବା ତାଙ୍କ ଶ୍ବଶୁରଘରକୁ ଆସିଥିଲେ। ଗତ ସୋମବାର ଦିନ ସେ ବ୍ରହ୍ମପୁରରୁ ବଡ଼ମ୍ବା ଅଭିମୁଖେ ବାଇକ୍‌ରେ ବାହାରିଥିଲେ। ବାଙ୍କୀରେ ପହଞ୍ଚି ସେ ତାଙ୍କର ବ୍ୟାଙ୍କ କର୍ମଚାରୀଙ୍କୁ ଫୋନ୍‌ କରି ବ୍ୟାଙ୍କରେ ବିଳମ୍ବରେ ପହଞ୍ଚିବେ ବୋଲି କହିଥିଲେ। କିନ୍ତୁ ରାସ୍ତାରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଥିବା ବେଳେ ତାଙ୍କର ପତ୍ତା ମିଳି ନଥିଲା। ଏଣୁ ପରିବାରବର୍ଗ କଟକ ବୈଦେଶ୍ବର ଥାନାରେ ଏତଲା ଦେଇଥିଲେ। ପୁଲିସ ତାଙ୍କର ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ତପନ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଗିରିସୋଲା ଅଭିମୁଖେ ଯାଉଥିବା ବେଳେ ଗୋଳନ୍ଥରା ପୁଲିସ ତାଙ୍କୁ ଉଦ୍ଧାର କରିଛି। ତେବେ ସେ କାହିଁକି ଓ କେଉଁଆଡ଼େ ଯାଉଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଅଧିକ ତଦନ୍ତ କରିବା ପାଇଁ ବୈଦେଶ୍ବର ପୁଲିସ ଗୋଳନ୍ଥରା ଥାନାକୁ ଆସୁଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।