ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଦେ ଭାରତର ପ୍ରଥମ  ଯାତ୍ରା: ପ୍ରଥମ ଦିନରେ ଯାତ୍ରାକଲେ ୫୮୪ 

ରାଉରକେଲା : ନିୟମିତ ଯାତ୍ରୀନେଇ ବୁଧବାର ପ୍ରଥମଥର ଗଡ଼ିଛି ବନ୍ଦେଭାରତ ଏକ୍ସପ୍ରେସ୍‌। ତେବେ ପୂର୍ବରୁ ଦୁଇଥର ପରୀକ୍ଷାମୂଳକ ଯାତ୍ରା ଓ ଉଦ୍‌ଘାଟନୀ ଯାତ୍ରାବେଳେ ଲୋକଙ୍କ ମନରେ ଯେଭଳି ଉତ୍ସୁକତା ଦେଖିବାକୁ ମିଳିଥିଲା, ତାହା ଆଜି କମ୍‌ ପରିଲକ୍ଷିତ ହୋଇଥିଲା। ଯାତ୍ରୀ ସଂଖ୍ୟା ମଧ୍ୟ ଯଥେଷ୍ଟ କମ ଥିଲା। ରାଉରକେଲାକୁ ଆସିବା ସମୟରେ ୪୩.୭୭% ସିଟ୍‌ ଖାଲି ପଡ଼ିଥିବାବେଳେ ରାଉରକେଲାରୁ ଯିବା ସମୟରେ ୩୦.୧୮% ସିଟ୍‌ ଖାଲି ପଡ଼ିଥିଲା। ପ୍ରଥମ ଦିନରେ ଯାତ୍ରୀ ସଂଖ୍ୟା କମ୍‌ ଥିଲେ ବି ଧୀରେଧୀରେ ଏହା ବୃଦ୍ଧି ପାଇବ ବୋଲି ରେଳ କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।

ବନ୍ଦେଭାରତ ଏକ୍ସପ୍ରେସ୍‌ ପୁରୀରୁ ଭୋର୍‌ ୫ଟାରେ ବାହାରି ନିର୍ଦ୍ଧାରିତ ସମୟର ୧୭ ମିନିଟ୍‌ ପୂର୍ବରୁ ଅର୍ଥାତ୍ ଦିନ ୧୨.୨୮ରେ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚି ଯାଇଥିଲା। ଉଭୟ ଏକ୍‌ଜିକ୍ୟୁଟିଭ୍‌ ଓ ଚେୟାର୍‌ କାରରେ ପ୍ରଥମ ଦିନରେ ପୁରୀରୁ ରାଉରକେଲା ଯାଏ ମୋଟ ୨୧୪ ଜଣ ଯାତ୍ରା କରିଥିଲେ। ଅର୍ଥାତ୍‌, ୩୧୭ଟି ସିଟ୍‌(୫୯.୮୧%) ଖାଲି ପଡ଼ିଥିଲା। ପୁରୀ ଷ୍ଟେସନରେ ୩୮ ଜଣ ଯାତ୍ରୀ ଚଢ଼ିଥିବାବେଳେ ଖୋର୍ଦ୍ଧାରେ ୨ ଜଣ, ଭୁବନେଶ୍ବରରେ ୧୨୫ ଜଣ, କଟକରେ ୩୯ ଜଣ, ଢ଼େଙ୍କାନାଳରେ ୩ ଜଣ, ତାଳଚେର ରୋଡ୍‌ରେ ୫ ଜଣ, ଅନୁଗୁଳରେ ଜଣେ ଓ ଝାରସୁଗୁଡ଼ା ଷ୍ଟେସନରେ ଜଣେ ଯାତ୍ରୀ ଚଢ଼ିଥିଲେ। ତେବେ ରେଢ଼ାଖୋଲ ଓ ସମ୍ବଲପୁର ସିଟି ଷ୍ଟେସନରେ ଜଣେ ବି ଯାତ୍ରୀ ଚଢ଼ିନଥିଲେ। ଆସିବା ସମୟରେ ବିଭିନ୍ନ ଷ୍ଟେସନରେ ଯାତ୍ରୀ ଓହ୍ଲାଇଥିଲେ। ବିଶେଷକରି ଭୁବନେଶ୍ବର ରେଳ ଷ୍ଟେସନରେ ଜଣେ ଯାତ୍ରୀ ଓହ୍ଲାଇଥିବାବେଳେ ଢ଼େଙ୍କାନାଳରେ ୨ ଜଣ, ତାଳଚେର ରୋଡ୍‌ରେ ୩, ଅନୁଗୁଳରେ ୨୨, ରେଢ଼ାଖୋଲରେ ୨, ସମ୍ବଲପୁର ସିଟିରେ ୬୩, ଝାରସୁଗୁଡ଼ାରେ ୩୬ ଓ ରାଉରକେଲା ଷ୍ଟେସନରେ ୮୫ ଜଣ ଓହ୍ଲାଇଥିଲେ। ଟ୍ରେନ୍‌ ରାଉରକେଲାରେ ପ୍ରାୟ ୧ ଘଣ୍ଟା ୪୦ ମିନିଟ୍‌ ରହିବା ପରେ ଅପରାହ୍‌ଣ ୨.୧୦ରେ ପୁରୀ ଅଭିମୁଖେ ବାହାରିଥିଲା। ତେବେ ଆସିବା ତୁଳନାରେ ଯିବା ସମୟରେ ଯାତ୍ରୀ ସଂଖ୍ୟା ଯଥେଷ୍ଟ ଅଧିକ ଥିଲା। ଯିବା ସମୟରେ ବିଭିନ୍ନ ଷ୍ଟେସନ୍‌ରୁ ୩୭୦ ଜଣ ଯାତ୍ରୀ ଚଢ଼ିଥିଲେ ଓ ୧୬୦ଟି (୩୦.୧୮%) ସିଟ୍‌ ଖାଲି ପଡ଼ିଥିଲା।

ବନ୍ଦେ ଭାରତରେ ଯାତ୍ରା ସମେତ ଭୋଜନର ମଧ୍ୟ ମଜା ଉଠାଇଥିଲେ ଯାତ୍ରୀ। ଟିକଟ ମୂଲ୍ୟ ସହ ଖାଦ୍ୟପେୟ ବାବଦ ଦେୟ ମଧ୍ୟ ମିଶି ରହିଥିଲା। ପ୍ରଥମ ଦିନ ରାଉରକେଲାରୁ ଟ୍ରେନ୍‌ର ଫେରନ୍ତା ଯାତ୍ରାବେଳେ ବିଭିନ୍ନ ଷ୍ଟେସନ୍‌ରୁ ଯେଉଁ ୩୭୦ ଜଣ ଯାତ୍ରୀ ଉଠିଥିଲେ, ସେମାନଙ୍କ ମଧ୍ୟରୁ ୩୧୭ ଜଣ ଆଗୁଆ ଟିକଟ ସଂରକ୍ଷିତ ରଖିଥିବା ବେଳେ ୫୩ ଜଣ କରେଣ୍ଟ ବୁକିଂ କରିଥିଲେ। ଆଗୁଆ ଟିକଟ୍‌ କାଟିଥିବା ୩୧୭ ଜଣଙ୍କ ମଧ୍ୟରୁ ୧୨୧ ଜଣ ନିରାମିଷ ଓ ୧୧୨ ଜଣ ଆମିଷ ଭୋଜନ ବିକଳ୍ପ ବାଛିଥିଲେ। ଉଲ୍ଲେଖଯୋଗ୍ୟ, ବୁଧବାରଠାରୁ ବନ୍ଦେଭାରତ ଏକ୍ସପ୍ରେସ୍‌ର ନିୟମିତ ଚଳାଚଳ ଆରମ୍ଭ ହୋଇଛି। ଏହି ଟ୍ରେନ୍‌ ସପ୍ତାହକୁ ୬ ଦିନ ଚାଲିବାକୁ ଥିବାବେଳେ ରକ୍ଷଣାବେକ୍ଷଣ ପାଇଁ କେବଳ ଶନିବାର ବନ୍ଦ ରହିବ। ପୁରୀ ଷ୍ଟେସନ୍‌ରେ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ସଂପୂର୍ଣ୍ଣ ବାତାନୁକୂଳିତ ଏହି ଆରାମଦାୟକ ଦ୍ରୁତଗାମୀ ଟ୍ରେନ୍‌ରେ ମୋଟ ୮ଟି କୋଚ୍‌ ରହିଛି। ସେଥିରୁ ଗୋଟିଏ ଏକ୍‌ଜିକ୍ୟୁଟିଭ୍‌ କୋଚ୍‌, ୨ଟି ଡ୍ରାଇଭର୍‌ କ୍ୟାବିନ ସହ କୋଚ୍‌ ଓ ୫ଟି ଚେୟାର କାର୍‌ କୋଚ୍‌ ଅଛି। ଏକ୍‌ଜିକ୍ୟୁଟିଭ୍‌ କୋଚ୍‌ରେ ୫୨ଟି ସିଟ୍‌ ରହିଛି। ସେହିପରି ଡ୍ରାଇଭର୍‌ କ୍ୟାବିନ୍‌ରେ ୪୪ଟି ଲେଖାଏଁ ​ଓ ୫ଟି ସିସି କୋଚ୍‌ରେ ୭୮ଟି ଲେଖାଏ ମୋଟ ୪୭୮ଟି ଏସି ଚେୟାର୍ କାର୍ କୋଚ୍ ରହିଛି। ଫଳରେ ଟ୍ରେନ୍‌ର ମୋଟ ଯାତ୍ରୀ କ୍ଷମତା ୫୩୦ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।